www.samajalive.in
Sunday, December 7, 2025
16.1 C
Bhubaneswar

’ଚିତ୍ରକଳା ଭାବନା ସୃଷ୍ଟିକରେ, ମନ ବିମୋହିତ ହୁଏ’

ବଲାଙ୍ଗିର : କଳା, ସଂସ୍କୃତି ମଣିଷକୁ ସଚେତନ କରାଏ। ମାଟିର ମଣିଷକୁ ମାଟି ହିଁ ବଞ୍ଚିବାର ରାହା ଦେଖାଏ। ବ୍ୟସ୍ତବହୁଳ ମଣିଷର ଜୀବନ ଭିତରେ ଚିତ୍ରକଳା ଯେତେବେଳେ ଭାବନାଟିଏ ସୃଷ୍ଟି କରେ, ମନ ବିମୋହିତ ହୋଇଯାଏ। ମଣିଷ ଅନ୍ୟ ଏକ ଦୁନିଆଁକୁ ତା ଭାବନା ଭିତରେ ଚାଲିଯାଏ। ଏହା ଯେ,ଚିତ୍ରକଳାର ମାଧୁର୍ଯ୍ୟ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାରେ ଏହା ଖୁନ୍ଦି ଖୁନ୍ଦି ହୋଇ ରହିଛି ବୋଲି ରାଜ୍ୟସ୍ତରୀୟ ଆଦିବାସୀ ଚିତ୍ର ଶିଳ୍ପୀ ଶିବିରର ଉଦଯାପନୀ ଉତ୍ସବରେ ମତପ୍ରକାଶ ପାଇଛି।

ବଲାଙ୍ଗିର ଜିଲା ସାମ୍ବାଦିକ ସଂଘର ସମ୍ମିଳନୀ କକ୍ଷରେ ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ପୌରାହିତ୍ୟରେ ଅୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା,ବରେଣ୍ୟ ଅତିଥି ଭାବେ ଓଡିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ବାସୁଦେବ ମେହେର ମଞ୍ଚାସିନ ହୋଇଥିଲେ। କାର୍ଯ୍ୟକ୍ରମକୁ ଆକାଶବାଣୀ ଉଦଘୋଷକ ଓମ ପ୍ରଣବ ନାୟକ ସଂଯୋଜନା କରିଥିଲେ। ବଲାଙ୍ଗିର ଜିଲପାଳ ଶ୍ରୀ ରାଣା  କଳା,ସଂସ୍କୃତି,ଚିତ୍ର କଳା ତଥା କ୍ରୀଡା ପ୍ରତି ତାଙ୍କ ବିଶେଷ ଦୁର୍ବଳତା ରହିଛି। ଚିତ୍ରକଳାକୁ ବୁଝିବା ବେଶ କଷ୍ଟ ବୋଲି କହିବା ସହ ତାଙ୍କ ଦ୍ୱାରା ଯାହା କିଛି ସମ୍ଭବ ସେ ସେଥିପ୍ରତି ସମର୍ପିତ ବୋଲି କହିଥିଲେ। ଚିତ୍ରଶିଳ୍ପୀମାନଙ୍କୁ ସହଯୋଗ ହାତ ବଢେଇବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ମେହେର କଳାକୁ ସମ୍ମାନ ଜଣାଇ କଳାକାରମାନଙ୍କ ପେଟପାଟଣା ଉପରେ ରାଜ୍ୟ ତଥା କେନ୍ଦ୍ର ସରକାର ଗୁରୁତ୍ୱ ଦେବା କଥାକୁ ଦୋହରାଇଥିଲେ। ମୁଖ୍ୟ ଅତିଥି ଜିଲାପାଳ ଶ୍ରୀ ରାଣା ଦେବ ମାରି, ସଞ୍ଜୟ ମାଝୀ, ନିତ୍ୟାନନ୍ଦ ସିର୍ଦ୍ଦାର, ନରେନ୍ଦ୍ର କୁମାର ମାଝୀ, ବରୁଣ ରାଜ କିସ୍କୁ, ବହ୍ଲଭ କିଶୋର ହାସଦା, ଗୀତାଞ୍ଜଳୀ ଜାନୀ, ଶିବ ଜାନୀ, ଶିବରାମ ନାୟକ, ଅକ୍ଷୟ ସଲତର, ବୁଧୁ ମୁଣ୍ଡା, ଅର୍ଜୁନ ମାଝୀଙ୍କୁ ୧୦ ହଜାର ଟଙ୍କାର ଚେକ୍ ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଲଳିତ କଳା ଏକାଡେମୀର ଶରତ ଚନ୍ଦ୍ର ସାମଲ, ବିକାଶ ପ୍ରଧାନ, ତ୍ରିଲୋଚନ ବରାଡ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଚିତ୍ରକଳାକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ଶେଷରେ ବଲାଙ୍ଗିର ଆର୍ଟ ରିସୋର୍ସ ସେଣ୍ଟରର ସରୋଜ ମହାପାତ୍ର ଧନ୍ୟବାଦ ଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories