www.samajalive.in
Saturday, December 13, 2025
26.1 C
Bhubaneswar

ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ‘ହେଲିନା’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ସେନାରେ ସାମିଲ ପାଇଁ ପ୍ରସ୍ତୁତ

ନୂଆଦିଲ୍ଳୀ : ଚୀନ୍ ସହିତ ଗତ ବର୍ଷ ପୂର୍ବ ଲଦାଖରେ ସୀମା ବିବାଦ ଏବଂ ପାକିସ୍ତାନ ସହ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହାର କ୍ଷମତା ବୃଦ୍ଧି ପାଇଁ ନିରନ୍ତର କାର୍ୟ୍ୟ କରୁଛି । ଅନେକ ବିଶେଷତ୍ବ ସହିତ ସଜ୍ଜିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ର ହେଲିନାର ପରୀକ୍ଷା ସଫଳ ହୋଇଛି ଏବଂ ବର୍ତ୍ତମାନ ଏହା ସେନାରେ ହେବାକୁ ପ୍ରସ୍ତୁତ ଅଛି ।
ଏହା ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ କ୍ଷେପଣାସ୍ତ୍ର, ଯାହା ଇନଫ୍ରାରେଡ୍ ସିକର ଏବଂ ‘ଆକ୍ରମଣ କର ଏବଂ ଭୁଲିଯାଅ’ ଭଳି ବୈଶିଷ୍ଟ୍ୟ ସହିତ ସଜ୍ଜିତ। ଏହି କ୍ଷେପଣାସ୍ତ୍ର ରାଜସ୍ଥାନର ପୋଖରାନ୍ ରେଞ୍ଜରେ ପରୀକ୍ଷଣ କରାଯାଇଛି । ସୂଚନା ଅନୁସାରେ, ଏହାର ପରିକ୍ଷଣ ପାଞ୍ଚ ଦିନ ଚାଲିଥିଲା। ଏହି ସମୟ ମଧ୍ୟରେ ଏହି କ୍ଷେପଣାସ୍ତ୍ର ସଫଳତାର ସହିତ ପାଞ୍ଚ ଥର ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ପାଞ୍ଚ ଥର ହିଁ ଭେଦ କରିଥିଲା।

ଶୁକ୍ରବାର ସକାଳେ ଏହି କ୍ଷେପଣାସ୍ତ୍ରର ଅନ୍ତିମ ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ବର୍ତ୍ତମାନ ALH ରୁଦ୍ର ଏବଂ ହାଲୁକା ଲଢୁଆ ହେଲିକପ୍ଟରରେ ନିୟୋଜିତ ହେବାକୁ ପ୍ରସ୍ତୁତ ଅଛି। ସୂଚନା ଯୋଗ୍ୟ ଏହି ସ୍ୱଦେଶୀ କ୍ଷେପଣାସ୍ତ୍ରକୁ ଚାଇନାର ୱାୟାର ଗାଇଡ୍ HJ-8 ଏବଂ ପାକିସ୍ତାନର ବାର୍କ (BARQ) ଲେଜର ଗାଇଡ୍ ମିସାଇଲ୍ ସହିତ ତୁଳନା କରାଯାଉଛି।

- Advertisement -

ଡିଆରଡିଓ ବିକଶିତ କରିଛି କ୍ଷେପଣାସ୍ତ୍ର 
ଏହାର ଳକ୍ଷ ଭେଦ କ୍ଷମତା ହେଉଛି ସାତ କିଲୋମିଟର। ହେଲିନାକୁ ହେଲିକପ୍ଟର ଦ୍ୱାରା ଉତକ୍ଷେପଣ କରାଯାଇ ପାରୁଥିବା ଆଣ୍ଟି-ଆର୍ମର କ୍ଷେପଣାସ୍ତ୍ରର ପ୍ରତି ଜବାବ ଭାବେ ଦେଖାଯାଉଛି। ହେଲିନା ସହଜରେ ଶତ୍ରୁ ଟ୍ୟାଙ୍କଗୁଡ଼ିକୁ ନଷ୍ଟ କରିପାରେ ଯାହା ‘ଆକ୍ରମଣ କର ଏବଂ ଭୁଲିଯାଅ’ ଭଳି ବୈଶିଷ୍ଟ୍ୟରେ ସଜ୍ଜିତ କରାଯାଇଛି। ଏହା ଡଇଆରଡିଓ ଦ୍ୱାରା ବିକଶିତ କରାଯାଇଛି।

ପ୍ରତ୍ୟେକ ଋତୁରେ ଏହା ଶତ୍ରୁ ପାଇଁ ସଙ୍କଟ ସୃଷ୍ଟି କରିବ
ଏହି ହେଲିନା କ୍ଷେପଣାସ୍ତ୍ରର ଆଉ ଗୋଟିଏ ବୈଶିଷ୍ଟ୍ୟ ହେଉଛି ଏହା ସମସ୍ତ ପ୍ରକାରର ପାଗରେ ଦିନରାତି କାର୍ଯ୍ୟ କରିବ ଓ ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି। ଏହି କ୍ଷେପଣାସ୍ତ୍ର ଶତ୍ରୁକୁ ସିଧାସଳଖ ଆକ୍ରମଣ କରି ଆଘାତ କରିପାରେ। ଏହାର ମଧ୍ୟ ଉପରୁ ଆକ୍ରମଣ କରିବାର କ୍ଷମତା ମଧ୍ୟ ରହିଛି। ଏହି କ୍ଷେପଣାସ୍ତ୍ରର ବାୟୁସେନା  ଧୁବାସ୍ତ୍ରା ସଂସ୍କରଣ ନାମରେ ପ୍ରସିଦ୍ଧ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories