www.samajalive.in
Saturday, December 13, 2025
26.1 C
Bhubaneswar

ସେକସନ୍ ଦୋହରୀକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ ପରିସମାପ୍ତି ପରେ ସୁଗମ ହୋଇପାରିବ ଟ୍ରେନ୍ ପରିଚାଳନା

କଣ୍ଟାବାଞ୍ଜି: ଦକ୍ଷିଣ ପୂର୍ବ ସର୍କଲ କୋଲକାତାର ରେଳ ନିରାପତ୍ତା ଆୟୁକ୍ତ ଏ.ଏମ.ଚୌଧରୀ ସମ୍ବଲପୁର ରେଳମଣ୍ଡଳର ଟିଟିଲାଗଡ-ରାୟପୁର ସେକସନର କଣ୍ଟାବାଞ୍ଜି-ତୁରେକେଲା (ଡାଉନ ଲାଇନ୍) ମଧ୍ୟରେ ଦୋହରୀକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟକୁ ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଶ୍ରୀ ଚୌଧରୀ ନିରାପତ୍ତା ଭିତିକ କାର୍ଯ୍ୟ ଗୁଡିକ ଯଥା ଓଭରହେଡ୍ ଉପକରଣ, ପୋଲ, ମାନବଯୁକ୍ତ ରେଲବାଇ ଫାଟକ, ସଂକେତ ଓ ଦୂରସଂଚାର ଉପକରଣ ରେଳଧାରଣା ଆଦି ସହିତ ସ୍ପିଡ ଟ୍ରାଏଲ ମଧ୍ୟ କରିଥିଲେ। ଉପରୋକ୍ତ ସେକସନ୍ ଦୋହରୀକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ ପରିସମାପ୍ତି ପରେ ଟ୍ରେନ୍ ପରିଚାଳନା ସୁଗମ ହୋଇପାରିବ।

- Advertisement -

ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଏନ୍.ଏସ୍.ୟୁକେ, କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଆର୍.ଭି.ଏନ.ଏଲ, ସରୋଜକାନ୍ତ ପାତ୍ର, ମୁଖ୍ୟପ୍ରକଳ୍ପ ପ୍ରବନ୍ଧକ ଆର.ଭି.ଏନ୍.ଏଲ. ଉବେଶ ପାଣ୍ଡେ, ମହାପ୍ରନ୍ଧକ (ବିଦ୍ୟୁତ) ଆର୍. ଭି.ଏନ.ଏଲ, ଏସ୍.କେ.ପୁରୋହିତ, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ ସମନ୍ନୟ ଜୟନ୍ତ କୁମାର ଖମାରୀ, ବରିଷ୍ଠ ଉପ ମହାପ୍ରବନ୍ଧକ ୟୁ.ସି.ବୋଥାମଙ୍କ ସହିତ ପୂର୍ବତଟ ରେଲବାଇ ଓ ସମ୍ବଲପୁର ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories