www.samajalive.in
Saturday, December 6, 2025
17.1 C
Bhubaneswar

କୋଟିଆ ମାମଲା: ପ୍ରତିଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କୋଟିଆ ମାମଲାର ତ୍ୱରିତ ଶୁଣାଣି କରି ପ୍ରତିଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଇଛନ୍ତି। ପୂର୍ବରୁ ଆନ୍ଧ୍ର ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ପ୍ରତିଜବାବ ରଖିବା ପାଇଁ ସୁପ୍ରିମକୋର୍ଟ ୪ ସପ୍ତାହ ସମୟ ଦେଇଥିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର। ଏହି ସମୟ ମଧ୍ୟରେ ଓଡିଶା ନିଜର ସମସ୍ତ ସରକାରୀ ଦସ୍ତାବିଜ ଓ ଦଲିଲ ଦାଖଲ କରିବ। ଜଷ୍ଟିସ ଏମ ଖାନୱିଲକର ଏବଂ ଦୀନେଶ ମହେଶ୍ୱରୀଙ୍କ ଦୁଇଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି।

ସୂଚନାଯୋଗ୍ୟ ଯେ, କୋରାପୁଟର ତିନୋଟି ଗ୍ରାମରେ ନିର୍ବାଚନ ଆୟୋଜନ ନେଇ ଆନ୍ଧ୍ରପ୍ରଦେଶ ବିରୋଧରେ ଓଡ଼ିଶା ଅଦାଲତ ଅବମାନନା ଆବେଦନ କରିଥିଲା। ଏହାପରେ ଆନ୍ଧ୍ର ପକ୍ଷରୁ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା। ଯେଉଁଥିରେ ଅଦାଲତ ଅବମାନନା ହୋଇ ନ ଥିବା ଆନ୍ଧ୍ର ଉଲ୍ଲେଖ କରିଛି। ସତ୍ୟପାଠରେ ଦର୍ଶାଯାଇଛି, କୋଟିଆରେ ୧୯୫୨ ମସିହାରୁ ନିର୍ବାଚନ ହୋଇଆସୁଛି। ୨୦୦୬ ଓ ୨୦୧୩ରେ ବି ସେଠାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲା। ପୂର୍ବ ରାୟରେ ସର୍ବୋଚ୍ଚ ଅଦାଲତ କୌଣସି ନିର୍ଦ୍ଦେଶ ଦେଇ ନ ଥିବା ବେଳେ କିଭଳି ଅଦାଲତଙ୍କ ଅବମାନନା ହେଲା ବୋଲି ଆନ୍ଧ୍ରପ୍ରଦେଶ ପ୍ରଶ୍ନ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories