www.samajalive.in
Saturday, December 13, 2025
21.1 C
Bhubaneswar

ବାଂଶଡା ଠାରେ ମନ୍ତେଇ ସେତୁର ଆପ୍ରୋଚ ରୋଡ ନିର୍ମାଣ ଆରମ୍ଭ

ଧାମରା:ବହୁ ପ୍ରତିକ୍ଷିତ ବାଂଶଡା ଠାରେ ନିର୍ମାଣଧୀନ ମନ୍ତେଇ ସେତୁର ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଦୀର୍ଘ ୨ବର୍ଷ ହେବ ଏହି ସେତୁର କାର୍ଯ୍ୟ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ବନ୍ଦ ହୋଇ ଯାଇଥିଲା। ଚାନ୍ଦବାଲି ବିଧାୟକଙ୍କ ଉଦ୍ୟମକ୍ରମେ ଆଜି ଠାରୁ ଏହି ପୋଲର ୨ପାର୍ଶ୍ବରେ ଥିବା ଆପ୍ରୋଚ ରୋଡ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସଡ଼କ ଓ ଗୃହ ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଆପ୍ରୋଚ ରୋଡ ପାଇଁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଏହାର ମାଟି ପରୀକ୍ଷା ପାଇଁ ଭୂବନେଶ୍ୱର ପରୀକ୍ଷାଗାର କୁ ଯାଇଥିଲା। ସେଠାରୁ ଏହି ମାଟିର ପରୀକ୍ଷା ପରେ ଏହି ରୋଡର ତଳ ମାଟିର କ୍ୱାଲିଟି ଠିକ ଅଛି ଏବଂ ଏହା ଉପରେ ରାସ୍ତା ନିର୍ମାଣ କରାଯାଇ ପାରିବ ବୋଲି ସୂଚନା ମିଳିଥିଲା। ଏହି ସୂଚନା ବିଭାଗୀୟ ଅଧିକାରୀଙ୍କ ହସ୍ତଗତ ହେବା ପରେ ଆଜି ଏହାର କାର୍ଯ୍ୟ ଆରମ୍ଭ କରାଯାଇଛି।

 

- Advertisement -

ମନ୍ତେଇ ସେତୁର ଦକ୍ଷିଣ ପାର୍ଶ୍ବରେ ଥିବା ଆପ୍ରୋଚ ରୋଡ ଅଧା ନିର୍ମାଣ ହେବା ପରେ କାର୍ଯ୍ୟ ସଂପୂର୍ଣ ବନ୍ଦ ହୋଇଥିଲା। ମନ୍ତେଇ ସେତୁର ଉତର ପଟରେ ୧୦ଜଣ ଚାଷୀଙ୍କ ଚାଷ ଜମି ଏହି ଆପ୍ରୋଚ ରୋଡରେ ଯାଉଥିବାରୁ ସେମାନେ ଏହାର ବିରୋଧ କରିଥିଲେ। ଏହାପରେ ସେମାନଙ୍କୁ ଆର ଏଣ୍ଡ ବି ପକ୍ଷରୁ ୨୩ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି।ମନ୍ତେଇ ସେତୁର ଦକ୍ଷିଣ ପାର୍ଶ୍ବରେ ୨୫୦ମି ଆପ୍ରୋଚ ରୋଡ ଅର୍ଦ୍ଧ ନିର୍ମିତ ହୋଇଥିବା ବେଳେ ସେତୁର ଉତର ପାର୍ଶ୍ବରେ ୪୫୦ମିଟର ଲମ୍ବର ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ୨ପାର୍ଶ୍ବରେ ଆପ୍ରୋଚ ରୋଡରେ ୨୦ମିଟର ଲମ୍ବର ୨ଟି ବକ୍ସ କଲଭର୍ଟ ନିର୍ମାଣ ହେବ। ଏହା ଫଳରେ ବର୍ଷା ଦିନରେ ପାଣି ନିଷ୍କାସନରେ କୌଣସି ଅସୁବିଧା ହେବ ନାହିଁ। ଏହି ଆପ୍ରୋଚ ରୋଡ କାର୍ଯ୍ୟ ଆରମ୍ଭ ହେବା ପରେ ଧାମରା ୮ପଞ୍ଚାୟତ ବାସୀଙ୍କ ବିଶ୍ୱାସ ବଢି ବାରେ ଲାଗିଛି। ଏଠାରେ ଉଲେଖ ଯୋଗ୍ୟ ଏହି ସେତୁ ଟର୍ଣ୍ଣ କି ପ୍ରୋସେସ୍‌ରେ ଆରମ୍ଭ ହୋଇଥିଲା। ପ୍ରଥମେ ଏହା ୨୦କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା। ପରେ ଏହି ସେତୁର ଡିଜାଇନ ବଦଳିବା ସହ ବ୍ୟୟ ଭାର ବଢି ଏହା ଶେଷ ଖବର ଅନୁଯାୟୀ ୨୬କୋଟିରେ ପହଞ୍ଚିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ୨୦୨୧ ଶେଷ ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ଆଶା ରଖିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories