www.samajalive.in
Thursday, December 11, 2025
16.1 C
Bhubaneswar

ବୁର୍ଲା ଭିସୁଟ ନିଯୁକ୍ତିରେ ଅନିୟମିତତା, ଯାଞ୍ଚ ପାଇଁ କୁଳପତିଙ୍କ ନିର୍ଦେଶ

ବୁର୍ଲା: ବୁର୍ଲା ଭିସୁଟରେ ଅନିୟମିତତାର ଯାଞ୍ଚ କରିବାକୁ ନେଇ କୁଳପତି ପ୍ରଫେସର ଅଟଳ ଚୌଧିରୀଙ୍କ ନିର୍ଦେଶନାମା ଜାରି କରିଛନ୍ତି। ପ୍ରଫେସର ବି ବି ପତି, ପ୍ରଫେସର ପି କେ ହୋତା, ପ୍ରଫେସର ଏ ଏନ ନାୟକ, ଏନ ପି କୁଜୁରଙ୍କୁ ନେଇ କୁଳପତିଙ୍କ ତରଫରୁ ଗଠିତ ଚାରିଜଣିଆ କମିଟି ଏହାର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ଗଠନ କରିଥିଲେ। ଏମ/ଏସ୍ ଓରିଏଣ୍ଟାଲ ସିକ୍ୟୁରିଟି ସର୍ଭିସ ତରଫରୁ କେତେକ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନେଇ କୁଳପତି ପ୍ରଶ୍ନ ଉଠାଇଛନ୍ତି। ଏପରିକି ଦୁଇଟି ପର୍ଯ୍ୟାୟରେ ହୋଇଥିବା ଅନିୟମିତ ନିଯୁକ୍ତିର ତଥ୍ୟ ଗତ ଫେବ୍ରୁଆରୀ ମାସ ୬ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ଗତ ଫେବ୍ରୁଆରୀ ମାସ ୨ ତାରିଖରେ ହୋଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ଏମ/ଏସ ସିକ୍ୟୁରିଟି ସାର୍ଭିସକୁ ଦୁଇଜଣ ସ୍ନାତକୋତ୍ତର ଏବଂ କମ୍ପ୍ୟୁଟରର ପର୍ଯ୍ୟପ୍ତ ଜ୍ଞାନ ରହିଥିବା ଏବଂ ମାଟ୍ରିକ କିମ୍ବା ଟା ଠାରୁ ଅଧିକ ଯୋଗ୍ୟ ରହିଥିବା ଜଣଙ୍କୁ ଅବସ୍ଥାପିତ କରାଯିବା ପାଇଁ କୁହାଯାଇଥିଲା।

 

- Advertisement -

ମାତ୍ର ଆର୍ଶ୍ଚର୍ଯ୍ୟର କଥା ହେଲା ଗତ ୨୪/୧୨/୨୦୧୯ରିଖରେ ଅନୁରୋଧ କରାଯାଇଥିବା ବେଳେ ମାନବ ଶକ୍ତି ନିୟୋଜିତ କରାଯାଇଥିଲା। ତେବେ ସାକ୍ଷାତକାର ହେବାକୁ ନେଇ କୁଳପତି ପ୍ରଫେସର ଚୌଧିରୀ ପ୍ରଶ୍ନ ଉଠାଇଛନ୍ତି। ଗତ ୨୮/୧୨/୨୦୧୯ରେ ନିଯୁକ୍ତି କରାଯାଇଥିଲା। ଉପକୁଳପତିଙ୍କ ଅନୁମୋଦନ ବିନା ଗତ୨୪/୧୨/୨୦୧୯ରିଖରୁ ଯଦିଓ ପତ୍ରରେ ଅର୍ଡ଼ର ଅଫ୍ ଭାଇସ ଚାନ୍ସଲର ଉଲ୍ଲେଖ ରହିଛି। ପୁଣି ୧୧ ଜଣଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ମଧ୍ୟ ଗତ ତା୨୫/୩/୨୦୨୦ ମସିହାରେ କୁଳପତିଙ୍କ ବିନା ହୋଇଥିବା ଏବଂ ଗତ ତା୨୩/୩/୨୦୨୦ରିଖରେ ତାଙ୍କୁ ବେକ ଡ଼େଟରେ କରାଯାଇଥିବା ଏବଂ ସେହି ସମୟରେ କରୋନା ପାଇଁ ଲକ ଡ଼ାଉନ ଘୋଷଣା ହୋଇଥିôଲା ବୋଲି କୁଳପତି ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହିତ ସେମାନଙ୍କୁ ଗତ ତା୧୧/୫/୨୦୨୦ରିଖରେ ନିୟମିତ କରାଯାଇଥିବା ଏବଂ ଏହି ସମସ୍ତ ପ୍ରକ୍ରିୟା କୁଳପତିଙ୍କ ଅନୁମୋଦନ ବିନା ହୋଇଥିବା କୁଳପତି ଉଲ୍ଲେଖ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories