www.samajalive.in
Sunday, December 7, 2025
13.1 C
Bhubaneswar

ରେଳ ଶ୍ରମିକ ନେତାଙ୍କ ମହିଳାଙ୍କୁ ଅସଦାଚରଣ ମାମଲା : କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ମଜଦୁର ୟୁନିୟନ

ସମ୍ବଲପୁର: ଗତ ଗୁରୁବାର ସମ୍ବଲପୁର ରେଳବାଇ ମଣ୍ଡଳର କ୍ରିୟୁ କଣ୍ଟ୍ରୋଲର ତଥା ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ ସମ୍ବଲପୁର ମଣ୍ଡଳର ସଂଯୋଜକ ସୁନୀଲ କୁମାରଙ୍କୁ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ କରି କ୍ଷେତରାଜପୁର ପୁଲିସ କୋର୍ଟ ଚାଲାଣ କରିଛି। ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଇଷ୍ଟକୋଷ୍ଟ ରେଲୱେ ମଜଦୁର ୟୁନିୟନ। ୟୁନିୟନର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ସୋମବାର ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଦେଇ ସଂପୃକ୍ତ ରେଳ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମଣ୍ଡଳ ପ୍ରବନ୍ଧକଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ ବିଭିନ୍ନ ଗଣମାଧ୍ୟମ ଗୁଡିକରେ ସମ୍ବଲପୁର ରେଳ ମଣ୍ଡଳର କ୍ରିୟୁ କଣ୍ଟ୍ରୋଲର ତଥା ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ ସମ୍ବଲପୁର ମଣ୍ଡଳର ସଂଯୋଜକ ସୁନୀଲ କୁମାରଙ୍କୁ ଜଣେ କ୍ରେଡିଟ କାର୍ଡ ଏଜେଣ୍ଟ ଯୁବତୀଙ୍କୁ ଅସଦାଚରଣ କରିବାର ଅଭିଯୋଗ ପ୍ରକାଶିତ ହୋଇଛି। ଏହି ମାମଲା ସର୍ବସମ୍ମୁଖକୁ ଗଣମାଧ୍ୟମ ଦ୍ୱାରା ଆସିବା ଦ୍ୱାରା ରେଳବାଇ ଭଳି ଏକ ପ୍ରତିଷ୍ଠିତ ଅନୁଷ୍ଠାନ ସହିତ ରେଳବାଇ ଦ୍ୱାରା ସ୍ୱିକୃତିପ୍ରାପ୍ତ ସମସ୍ତ ୟୁନିୟନ ମାନଙ୍କର ପ୍ରତିଷ୍ଠା ଓ ନାମକୁ କ୍ଷତି ହୋଇଛି। ଏଣୁ ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିୟନ ତରଫରୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ କଡାରୁ ଅତିକଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁନିୟନର ସାଧାରଣ ସମ୍ପାଦକ ଦାଶ ମଣ୍ଡଳ ପ୍ରବନ୍ଧକଙ୍କ ନିକଟରେ ଦାବି କରିଛନ୍ତି। ଏହା ଦ୍ୱାରା ରେଳବାଇର କାର୍ଯ୍ୟଶୈଳୀରେ ଆହୁରୀ ସ୍ୱଚ୍ଛତା ଆସିବ ବୋଲି ସେ ଦାବିପତ୍ରରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ସମ୍ବଲପୁର ରେଳ ମଣ୍ଡଳ କାର୍ଯ୍ୟାଳୟ ଅଞ୍ଚଳରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କ୍ରେଡିଟ କାର୍ଡ ପାଇଁ କ୍ୟାମ୍ପେନ ଚାଲିଥିଲା। କ୍ୟାମ୍ପେନରେ ନିଯୁକ୍ତ ଜଣେ ୨୧ ବର୍ଷିୟ ଯୁବତୀ ତଥା କର୍ମଚାରୀଙ୍କୁ ଶ୍ରମିକ ନେତା ତଥା କ୍ରିୟୁ କଣ୍ଟ୍ରୋଲର ସୁନୀଲ କୁମାର ତାଙ୍କର ୟୁନିୟନ କାର୍ଯ୍ୟାଳୟକୁ ଦିନ ବେଳାରେ କ୍ରେଡିଟ କାର୍ଡ କରିବା ପାଇଁ ବାହାନା କରି ଅସଦାଚରଣ କରିଥିଲେ। ଫଳରେ ଉକ୍ତ ମହିଳା କର୍ମଚାରୀ ଜଣକ କ୍ଷେତରାଜପୁର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଏଣୁ ପୁଲିସ ମାମଲା ନଂ ୩୬/୨୦୨୧ ରୁଜୁ କରି ଅଭିଯୁକ୍ତ ସୁନୀଲ କୁମାରଙ୍କୁ ତଦନ୍ତ ପାଇଁ ଖୋଜି ଥିଲା। ତେବେ ଅନେକ ସମୟ ଧରି ପୁଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଛକ୍କା ପଞ୍ଜା ହେବା ପରେ ଶେଷରେ ଗୁରୁବାର ରାତିରେ ତାଙ୍କ କ୍ଷେତରାଜପୁରର ବାଲାଜୀ କଲୋନୀ ସ୍ଥିତ ବାସଭବନରୁ ପୁଲିସ ଧରିଥିଲା। ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପୂରଣ ପରେ ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତେବେ ପରବର୍ତ୍ତୀ ସମୟରେ ଶ୍ରମିକ ନେତା ଜଣକ ଜାମିନରେ ଆସିଥିବାର ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories