ନୂଆଦିଲ୍ଲୀ : କାନପୁରସ୍ଥିତ ଭାରତୀୟ ଡାଲି ଗବେଷଣା ସଂସ୍ଥାନର ଏକ ଆଞ୍ଚଳିକ କେନ୍ଦ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପନ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୧୦ ଏକର ଚାଷ ଜମି ଯୋଗାଇ ଦେବାକୁ ସହମତି ପ୍ରକାଶ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଲୋକସଭାରେ ଜଣାଇଛନ୍ତି।
ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଶେଖାୱତ କହିଛନ୍ତି ଯେ, ପୂର୍ବ ଭାରତରେ ଡାଲି ଜାୀତୟ ଶସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ଉକ୍ତ ସଂସ୍ଥାନର ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରିବେ। ନିକଟରେ ସଂସ୍ଥାନର ଏକ ପ୍ରତିନିଧି ଦଳ ଓୟୁଏଟି ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
ଭୁବନେଶ୍ୱରରେ ସ୍ଥାପନ ହେବ ଡାଲି ଗବେଷଣା କେନ୍ଦ୍ର : କୃଷି ରାଷ୍ଟ୍ରମନ୍ତ୍ରୀ
Popular Categories



