www.samajalive.in
Saturday, December 13, 2025
26.1 C
Bhubaneswar

କାର ପଛରେ ଧକ୍କା ଦେଲା ଅଟୋ, ଦୁର୍ଘଟଣାରେ ଯୁବତୀଙ୍କ ତିନି ଆଙ୍ଗୁଠି କଟିଲା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ନିକଟସ୍ଥ ଇନକମ୍ ଟ୍ୟାକ୍ସ ଛକ ଠାରେ ଦିନ ୧୧ଟା ବେଳେ ରାସ୍ତାରେ ଯାଉଥିବା ଏକ କାର ପଛ ପଟକୁ ଏକ ଅଟୋ ଧକ୍କା ଦେବା ଫଳରେ ଅଟୋ ଟି ଓଲଟି ପଡିବା ସହ ସେଥିରେ ଥିବା ଯୁବତୀ ଜଣଙ୍କ ଆହତ ହୋଇଛନ୍ତି। ତାଙ୍କ ହାତର ତିନୋଟି ଆଙ୍ଗୁଠି କଟିଯାଇ ଗୁରୁତର ହୋଇଛନ୍ତି। ଅଭିଯୋଗ ଅନୁଯାୟୀ  ଆମ୍ବପୂଆ ହରିଜନ ସାହିର ୩/୪ ଜଣ ଏକ ଅଟୋ ଭଡ଼ାରେ ନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁରକୁ ଏକ ଭୋଜି ରେ ଯୋଗଦେବାକୁ ଯାଉଥିବା ବେଳେ ଇନ୍ କମ୍ ଟେକ୍ସ ଛକ ନିକଟରେ ସାମ୍ନାରେ ଯାଉଥିବା ଏକ କାର ପଛ ପଟକୁ ଧକ୍କା ଦେଇ ଅଟୋ ଟି ଓଲଟି ପଡିଥିଲା। ଯାହାଫଳରେ ସେଥିରେ ବସିଥିବା ଏକ ଯୁବତୀଙ୍କ ଡାହାଣ ହାତର ୩ଟି ଆଙ୍ଗୁଳି କଟି ଗୁରୁତର ହୋଇଥିଲା। ଖବର ପାଇ ଗୋପାଳପୁର ପୁଲିସ୍ ସେଠାରେ ପହଞ୍ଚି ଆହାତ ଯୁବତୀକୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ଘଟଣା ନେଇ କାର ମାଲିକ ଜରଡା ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ବିବେକାନନ୍ଦ ବିଷୋୟୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories