www.samajalive.in
Saturday, December 13, 2025
21.1 C
Bhubaneswar

ମାତିଛନ୍ତି ସାଇବର ଲୁଟେରା, ଫେସବୁକ ଏକାଉଣ୍ଟକୁ ହ୍ୟାକ୍ କରି ଫ୍ରେଣ୍ଡମାନଙ୍କୁ ମାଗୁଛନ୍ତି ଟଙ୍କା

ନବରଙ୍ଗପୁର, ପାପଡାହାଣ୍ଡି : ନବରଙ୍ଗପୁର ଜିଲାରେ ଏବେ ମାତିଛନ୍ତି ସାଇବର ଲୁଟେରା। ଅନ୍ୟର ଆଇଡିକୁ ହ୍ୟାକ କରୁଛନ୍ତି। ଏହାପରେ ଫେସବୁକ ଫ୍ରେଣ୍ଡମାନଙ୍କୁ ଜରୁରୀ ଥିବା କହି ଗୁଗୁଲ ପେ’ରେ ଟଙ୍କା ପଠାଇବାକୁ ନିବେଦନ କରୁଛନ୍ତି ଏବଂ ଜରୁରୀ ଅଛି କହି ମେସେଜ ପଠାଉଛନ୍ତି । ନବରଙ୍ଗପୁର ପାଇଁ ଏହା ନୂଆ ଘଟଣା ନାହିଁ ଏମିତି ବହୁବାର ହୋଇଛି, କିଛି ଦିନ ତଳେ ନବରଙ୍ଗପୁରର ଜଣେ ବ୍ୟକ୍ତିଙ୍କ ଫେସବୁକ ଆଇଡିକୁ ହେକ କରି ଫେସବୁକ ଫ୍ରେଣ୍ଡ ମାନଙ୍କୁ ଜରୁରୀ ଥିବା କହି ଟଙ୍କା ମାଗିଥିଲେ। ଏସବୁ ଜାଣିବା ପରେ ସେ ସୋସିଆଲ ମିଡ଼ିଆରେ ମେସେଜ ଦେଇ ନିଜର ଫ୍ରେଣ୍ଡମାନଙ୍କୁ ସତର୍କ କରାଇ ଥିଲେ। ସେହିପରି ଏବେ କିଛିଦିନ ହେବ ପାପଡାହାଣ୍ଡି ବ୍ଲକ ପ୍ରଧାନିଗୁଡା ଗ୍ରାମର ଜଣେ ଚାଷୀଙ୍କ ଏକାଉଣ୍ଟରେ ଧାନ ଟଙ୍କା ଜମା ହୋଇଥିଲା, ଏକ ଅଜଣା ନମ୍ବରରୁ କଲ ଆସି ବ୍ୟାଙ୍କରୁ କହୁଛି କହି ଓଟିପି ନମ୍ବର ମାଗି ତା ଏକାଉଣ୍ଟରେ ଥିବା ପ୍ରାୟ ଏକ ଲକ୍ଷ ଟଙ୍କା ଉଠାଇ ନେଇଥିଲା।

 

- Advertisement -

ଗତକାଲି ସନ୍ଧ୍ୟାରେ ପାପଡାହାଣ୍ଡି ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ପୁଲିସ ସର୍ଜେଣ୍ଟ ବଂଶୀଧର ମହାପାତ୍ରଙ୍କ ଫେସବୁକ ଆଇଡିକୁ ହ୍ୟାକ କରିଥିଲେ। ତାଙ୍କର ଫ୍ରେଣ୍ଡଲିଷ୍ଟରେ ଥିବା ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ମେଡିକାଲ କାମ ବାହାନାରେ ୫ ରୁ ୧୦ ହଜାର ଟଙ୍କା ମାଗିଥିଲେ ଏବଂ ତାହା ଆସନ୍ତା କାଲି ଫେରାଇଦେବି ବୋଲି କହିଥିଲେ। ମେସେଜ କରି ଗୁଗୁଲ ପେ’ ନମ୍ବର ଦେଇ ଟଙ୍କା ମାଗିବାକୁ ଚେଷ୍ଟା କରିବା ଯୋଗୁଁ ଯେଉଁ ମାନଙ୍କୁ ମେସେଜ ଯାଇଥିଲା ସେମାନେ ମହାପାତ୍ର ବାବୁଙ୍କୁ ଫୋନ କରି ଜଣାଇବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ନିଜର ଫେସବୁକ ଏକାଉଣ୍ଟକୁ ଲକ କରିବା ପରେ ଉକ୍ତ ଅଜଣା ବ୍ୟକ୍ତି ଜଣକ ବଂଶୀଧର ମହାପାତ୍ରଙ୍କ ଫେସବୁକରେ ଥିବା ଫଟୋଗୁଡିକୁ ସ୍କ୍ରିନ ସଟ ମାରି ଏକ ଫେକ ଆଇଡି ଶ୍ରୀ ମହାପାତ୍ରଙ୍କ ନାମରେ ଖୋଲିଥିଲେ। ପ୍ରଥମେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଆକ୍‌ସେପ୍ଟ କଲାପରେ ସେମାନଙ୍କୁ ମଧ୍ୟ ଟଙ୍କା ମାଗୁଥିବା ଜଣାପଡ଼ିଥିଲା। ଏହାଦେଖି ସୋସିଆଲ ମିଡ଼ିଆ ଏବଂ ଫେସବୁକରେ ସମସ୍ତଙ୍କୁ ସତର୍କ କରାଇବା ସହ ଏପରି ମେସେଜକୁ ଗ୍ରହଣ ନକରିବା ପାଇଁ ବଂଶୀଧର ସତର୍କ କରାଇଛନ୍ତି। ଏପଟେ ଗୁଗୁଲ ପେ’ ଫୋନ ନମ୍ବର ଦେଇଥିବା ବ୍ୟକ୍ତି ଙ୍କୁ ଫୋନ କଲେ ସୁଇଚ ଅଫ ଦେଖାଉଛି। ଟଙ୍କା ମାଗୁଥିବା ବ୍ୟକ୍ତି ଜଣକ ତେଲୁଗୁ ଲୋକ ଏବଂ ଆନ୍ଧ୍ରର ବୋଲି ଅନୁମାନ କରାଯାଇଛି। ଏ ନେଇ ବଂଶୀଧର ମହାପାତ୍ରା ପାପଡାହାଣ୍ଡି ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories