www.samajalive.in
Sunday, December 14, 2025
23.1 C
Bhubaneswar

ଖପ୍ରାଖୋଲରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରାକ୍ ପ୍ରସ୍ତୁତି ନିମନ୍ତେ ଅନୁଷ୍ଠିତ ସମ୍ମିଳନୀରେ ଶହେ ଦିନିଆଁ ପାଠ୍ୟ ଖସଡା, ପରୀକ୍ଷା ଦର୍ପଣ, କୋଭିଡ ୧୯ ପରୀପ୍ରେକ୍ଷୀର ଜରୁରୀ ନିୟମାବଳୀ, ବିଦ୍ୟାଳୟ ସୁରକ୍ଷା ତାଲିକା ଏବଂ ବିଦ୍ୟାଳୟ ଉନ୍ନତି କରଣ ଆଦି ବିଷୟ ନେଇ ଆଲୋଚନା ହୋଇଥିଲା। ଏହି ବ୍ଲକ ଅନ୍ତର୍ଗତ ତେଲେନପାଲି ନବରତ୍ନ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଏସ୍ଏମ୍ସି ସଭାପତି ଜିଲା ପରିଷଦ ସଭ୍ୟ ବିପ୍ର ବିଶିଙ୍କ ସମେତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିକ୍ରମ ସେଠ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚୂଡାମଣି ପୁଟେଲ, କୁମୁଦ ଚନ୍ଦ୍ର ଠାକୁର, ଶଶିକାନ୍ତ ବିଶି, ବିକ୍ରମ ମେହେର, ଦୁର୍ଯ୍ୟୋଧନ ପଧାନ, ସୁଜିତ କୁମାର ବେହେରା, ଶଶିକାନ୍ତ ବାଗ, ପରମାନନ୍ଦ ମେହେର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କର ୧୦୦ ଦିନିଆଁ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥାକୁ ଅଭିଭାବକମାନେ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ପରୀକ୍ଷା ଦର୍ପଣ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ କୋଭିଡ ମାର୍ଗଦର୍ଶିକା କୁ ଆଧାର କରି ଏହି ବିଦ୍ୟାଳୟକୁ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରିବା ପାଇଁ ଅଭିଭାବକମାନେ ଦାବି କରିଥିଲେ। ପ୍ରମୋଦ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପଚାଂୟତ ଉଚ୍ଚ ବିଦ୍ୟାଳୟ ମହରାପଦର ଠାରେ ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଭାବକ ସମ୍ମିଳନୀରେ ଅଲେଖ ସାହୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ଏହି ବୈଠକରେ ଉମାକାନ୍ତ ମାଝୀ, କୃପାସିନ୍ଧୁ ସାହା, କିଶୋର କୁମାର ବେହେରାଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇ ସେମାନଙ୍କର ସୂଚିନ୍ତିତ ମତାମତ ପ୍ରକାଶ କରିଥିଲେ। ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଅଭିଭାବକ ସମ୍ମିଳନୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଷଷ୍ଠି ଝାଙ୍କର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଲାଠୋର ଦୂର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସମ୍ମିଳନୀରେ ଏବିଇଓ ମିନିକେତନ ବରିହା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରେ ସଫଳତାର ସହିତ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବିଇଓ ଷଷ୍ଠି ଝାଙ୍କର ପ୍ରକାଶ କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories