www.samajalive.in
Tuesday, December 9, 2025
16.1 C
Bhubaneswar

ଛତାପିପଲ ମଣ୍ଡିରେ ପଡିଛି ଧାନ ; ତହସିଲଦାର, ଏଆର୍‌ସିଏସ୍‌ଙ୍କୁ ତାଲା ଠୁଙ୍କିଲେ ଚାଷୀ

ବଲାଙ୍ଗିର : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଛତାପିପଲ ପେକ୍ସରେ ଶନିବାର ଚାଷୀ ତାତିଛନ୍ତି। ଚାଷୀମାନେ ପେକ୍ସକୁ ଧାନ ବିକ୍ରି କରିବା ପାଇଁ ଆଣିଥିଲେ ହେଁ ତାହା ପଡି ରହିଛି। ଦିନେ କି ଦୁଇ ଦିନ ନୁହେଁ, ସପ୍ତାହେରୁ ଅଧିକ ସମୟ ହେଲା ଚାଷୀମାନେ ଦିନ ରାତି ମଣ୍ଡିରେ ଜଗି ରହୁଛନ୍ତି। ବିଭାଗୀୟ ପେକ୍ସ ସମ୍ପାଦକ ଚାଷୀମାନଙ୍କୁ ଧାନ ଆଜିକାଲି ବିକ୍ରି ହେବ କହି ଭୂଆଁ ବୁଲେଇ ଆସୁଛନ୍ତି। ଯାହା ଫଳରେ ଚାଷୀମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚାଷୀମାନେ ଉତକ୍ଷିପ୍ତ ହୋଇଥିଲେ। ଏହା ପରେ ପେକ୍ସରେ ବିଭାଗୀୟ ଅଧିକାରୀ କର୍ମଚାରୀମାନଙ୍କୁ ତାଲା ମାରିଥିଲେ। ତାଲା ମାରିଥିବା ଜାଣିବା ପରେ ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ ଓ ବଲାଙ୍ଗିର ଏଆରସିଏସ ଶରତ ରାଉତ, ସମବାୟ ସମିତିର ଉପନିବନ୍ଧକ ଦାୟିତ୍ୱରେ ଥିବା ରବିନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ଏହି ୩ଜଣଙ୍କୁ ମଧ୍ୟ ଛାଡି ନଥିଲେ ଚାଷୀ। ସେମାନଙ୍କୁ ମଧ୍ୟ ଚାଷୀମାନେ ଅଫିସ୍‌ରେ ତାଲା ପକେଇଥିଲେ। ଅଧିକାରୀଙ୍କୁ ଅଫିସ୍‌ରେ ଚାଷୀମାନେ ତାଲା ମାରିବା ଘଟଣା ସାରା ଜିଲାରେ ଆଲୋଚନାର ବିଷୟ ହୋଇଛି। ଏହି ଖବର ଜାଣିବା ପରେ ରାସ୍ତାରୋକରେ ସାମିଲ ଥିବା ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ତାଙ୍କ ସମର୍ଥକଙ୍କ ସହ ପହଞ୍ଚିଥିଲେ। ସେଠାରେ ଚାଷୀମାନଙ୍କୁ ସମର୍ଥନ ଦେବା ସହ ଚାଷୀମାନଙ୍କ ସହ ଧାରଣାରେ ବସିଥିଲେ। ଚାଷୀମାନେ ପେକ୍ସରେ ଧାନ ବିକ୍ରି ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ବିଭାଗୀୟ ଅଧିକାରୀ ନାନାଦି ହଇରାଣ ହରକତ କରୁଥିବା ବିଧାୟକ ଡ.ମହାଲିଙ୍ଗ ଅଭିଯୋଗ କରିଛନ୍ତି। ଦଲାଲଙ୍କ ଧାନକୁ ସର୍ବପ୍ରଥମେ ବିକ୍ରି କରାଯାଉଥିବା ବେଳେ ଚାଷୀମାନଙ୍କ ଧାନ ବିକ୍ରି ସମୟରେ ଟାର୍ଗେଟ ଶେଷ ହୋଇଯାଉଛି ବୋଲି କୁହାଯାଉଛି। ଗୋଟେ ପଟେ ଚାଷୀ ଧାନ ବିକ୍ରି କରିବା ପାଇଁ ପେକ୍ସକୁ ଆଣିଥିବା ବେଳେ ଆଉ ଗୋଟେ ପଟେ ଟାର୍ଗେଟ ନାଁରେ ଦିନ ଦିନ ଧରି ଚାଷୀଙ୍କୁ ଧାନ ସହ ଅପେକ୍ଷା କରାଉଛନ୍ତି ବିଭାଗୀୟ ଅଧିକାରୀ। କଟନି ଛଟନି ଯୋଗୁଁ ଚାଷୀ ବିଶେଷ ଭାବେ କ୍ଷତି ସହୁଛି। ଚାଷୀର ଲାଭ ଯଦି କଟନି ଛଟନିରେ ଯିବ ଚାଷୀ ଏତେ ପରିଶ୍ରମ କରି ପାଇବ କଣ ବୋଲି ଚାଷୀମାନେ ପ୍ରସଙ୍ଗ ଉଠେଇଛନ୍ତି। ଛତାପିପଲ ପେକ୍ସରେ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀମାନଙ୍କ ଯଥାଶୀଘ୍ର ଧାନ ବିକ୍ରି କରିବାର ବନ୍ଦୋବସ୍ତ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ତହସିଲଦାରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ତାଲା ପକାଯାଇଥିବା ଖବର ପାଇ ପୁଇଁନ୍ତଲା ଥାନା ପୁଲିସ ଫୋର୍ସ ନେଇ ପେକ୍ସରେ ପହଞ୍ଚିଛି। ଚାଷୀମାନଙ୍କ ସହ ବିଭାଗୀୟ ପୁଲିସ ଅଧିକାରୀ ଆଲୋଚନା କରୁଥିବା ବେଳେ ଜିଲାପାଳ ପେକ୍ସକୁ ପରିଦର୍ଶନରେ ଆସି ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଚାଷୀ ସମୁହ ଦାବି କରିଛନ୍ତି। ଚାଷୀଙ୍କ ଦାବି ପୂରଣ ନହେବା ଯାଏଁ ଅଦକାରୀଙ୍କୁ ଛାଡିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଖବର ଲେଖା ହେବା ଯାଏଁ ଚାଷୀମାନଙ୍କ ସହ ପ୍ରଶାସନର କଥା ଛିଣ୍ଡି ନଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories