www.samajalive.in
Sunday, December 14, 2025
23.1 C
Bhubaneswar

ପିକଅପ ଭ୍ୟାନ ସହ ଶାଳ କାଠ ଜବତ , ୨ ଗିରଫ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଏସ୍‌ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପାଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନରୁ ୬୯.୭୪ ଘନଫୁଟ ଶାଳ ସାଇଜ କାଠ ଓ ୮୧୦ ଘନଫୁଟ ପିଆଶାଳ ସାଇଜ କାଠ ଜବତ କରି ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ମୋହନା ବନ ବିଭାଗକୁ ହସ୍ତାନ୍ତର କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦୋଳି ଗ୍ରାମର ସୀମାଞ୍ଚଳ ସେଠି(୨୯) ଓ ବଲାଙ୍ଗିର ଜିଲ୍ଲା  ଲୋଉସିଂ ଗ୍ରାମର ଦିନେଶ ଦୋରା (୨୫) । ଅଭିଯୁକ୍ତ ଦୁହେଁ ଅଡ଼ବା ଥାନା ଗୁଲୁବା ଅଂଚଳରୁ କାଠ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ୧୪୮ଟି ସାଇଜ୍ ଶାଳ କାଠ ଓ ୩ଟି ପିଆଶାଳ ସାଇଜ୍‌ କାଠ ପୁଲିସ ଯାଞ୍ଚ କରି କାଠ ସହ ଏକ ବାଇକକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜିଲ୍ଲା ବନ ଉପଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories