www.samajalive.in
Tuesday, December 9, 2025
26.1 C
Bhubaneswar

କିମ୍‍ସରେ ସଫଳ ଅସ୍ତ୍ରୋପଚାର, ୪୫ବର୍ଷୀୟ ବ୍ୟକ୍ତିଙ୍କ ବେକରୁ ବାହାରିଲା ଭଙ୍ଗା ଧାତୁଖଣ୍ଡ

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ବେକରେ ସଫଳ ଅସ୍ତ୍ରୋପଚାର କରାଯାଇ ବେକ ଭିତରେ ରହିଯାଇଥିବା ଏକ ଭଙ୍ଗା ଧାତୁଖଣ୍ଡ ବାହାର କରାଯାଇଛି। ରୋଗୀ ଜଣକ ଲୁହା ବିଅରିଙ୍ଗ୍‍କୁ ହାତୁଡିରେ ପିଟୁଥିବା ବେଳେ ସେଥିରୁ ଏକ ଭଙ୍ଗା ଧାତୁଖଣ୍ଡ ଛିଟିକି ତାଙ୍କ ବେକରେ ପଶିଯାଇଥିଲା। ସେ ଯନ୍ତ୍ରଣା ଅନୁଭବ କରିବା ସହ ବେକର ବାମପଟ ବେକରେ କିଛି ଗୋଟାଏ ଅଟକି ରହିଥିବା ଅନୁଭବ କଲେ। ବଲାଙ୍ଗୀର ଜିଲ୍ଲା ବଡ଼ମାଳସ୍ଥିତ ଅର୍ଡନାନ୍‍ସ ଫ୍ୟାକ୍ଟରୀ ମେଡିକାଲ୍‍ ପକ୍ଷରୁ ତାଙ୍କୁ କିମ୍‍ସକୁ ରେଫର କରାଯାଇଥିଲା। କିମ୍‍ସକୁ ଆସିବା ପରେ କିମ୍‍ସର କର୍ଣ୍ଣ, ନାସା ଓ ଗଳା ବିଭାଗ ପ୍ରଫେସର ଡା. କବିକାନ୍ତ ସାମନ୍ତରାୟ ଏବଂ ସହକାରୀ ପ୍ରଫେସର ଡା. ନିଶିକାନ୍ତ ପ୍ରଧାନ ରୋଗୀ ଜଣଙ୍କୁ ପରୀକ୍ଷା କରିଥିଲେ।

 

- Advertisement -

ରୋଗୀଙ୍କ ବେକର ବାମ ପଟରେ ୦.୫ x ୦.୩ ସେଣ୍ଟିମିଟରର ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ସେମାନେ ଦେଖିବାକୁ ପାଇଥିଲେ। କ୍ଷତସ୍ଥାନଟି ନାଲି ପଡିଯିବା ସହ ଫୁଲି ରହଥିଲା। ବେକରେ ପଶି ରହିଥିବା ଧାତୁଖଣ୍ଡର ଆକାର ଏବଂ ବେକର କେଉଁ ସ୍ଥାନରେ ରହିଛି ତାହା ଜାଣିବା ପାଇଁ ତାଙ୍କର କମ୍ପ୍ୟୁଟେଡ୍‍ ଟୋମୋଗ୍ରାଫି କରାଯାଇଥିଲା। ବେକର ବାମ ଷ୍ଟର୍ଣ୍ଣୋକ୍ଲେଡୋମାଷ୍ଟଏଡ୍‍ରେ ୪ଏମ୍‍ଏମ୍‍ ଙ୍ଘ୧ଏମ୍‍ଏମ୍‍ର ଏକ ଧାତୁ ଖଣ୍ଡ ରହିଥିବା ଟୋମୋଗ୍ରାଫିରୁ ଜଣାପଡ଼ିଥିଲା। ବେକ ଶରୀରର ଏକ ସମ୍ବେଦନଶୀଳ ଅଂଶ ହୋଇଥିବା ଯୋଗୁଁ ଏକ୍‍ସ-ରେ ଇମେଜ ଇନେଟିଫାୟାର (ସି-ଆର୍ମ) ମାର୍ଗଦର୍ଶନ ଅନୁସାରେ ଅସ୍ତ୍ରୋପଚାର କରାଯାଇଥିଲା। ରୋଗୀଙ୍କୁ ଲୋକାଲ ନିଶ୍ଚେତକ ଦିଆଯାଇ ଏହି ଅସ୍ତ୍ରୋପଚାର କରାଯାଇଥିଲା। କିମ୍‍ସ କର୍ଣ୍ଣ-ନାସା-ଗଳା ବିଭାଗ ମୁଖ୍ୟ ଡା ସାମନ୍ତରାୟ ନେତୃତ୍ୱରେ ସହକାରୀ ପ୍ରଫେସର ଡା ପ୍ରଧାନ, ଡା ସ୍ୱାତୀ ଦାଶ, ଡା ଏସ୍‍ ଏସ୍‍ ପୂଜ୍ୟାତା ଏବଂ ଡା ଅର୍ଣ୍ଣବଙ୍କୁ ତଥା ନର୍ସ ଓ ସ୍ୱାସ୍ଥ୍ୟର୍କମୀଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ। ରୋଗୀ ଏବେ ସୁସ୍ଥ ଅଛନ୍ତି। ୬ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯିବା ପରେ ରୋଗୀଙ୍କୁ ଘରକୁ ଛାଡ଼ି ଦିଆଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories