www.samajalive.in
Saturday, December 13, 2025
14.1 C
Bhubaneswar

କେବଳ ଦୁଇ ଜଣ ବ୍ୟକ୍ତି ଦେଶ ଚଳାଉଛନ୍ତି, ସେମାନଙ୍କ ୱାଶିଂ ମେଶିନରେ ସମସ୍ତେ ସଫା ହୋଇଯାଉଛନ୍ତି: ମମତା

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଟିଏମସି ଏବଂ ବିଜେପି ପ୍ରଚାରକୁ ଜୋରଦାର କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ସରକାର ଏବଂ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନାମ ନ ନେଇ ଦିଦି କହିଛନ୍ତି, କେବଳ ଦୁଇ ଜଣ ବ୍ୟକ୍ତି ଦେଶକୁ ଚଳାଉଛନ୍ତି। ସେମାନଙ୍କ ୱାଶିଂ ମେଶିନରେ ସବୁ କଳା ଲୋକ ସଫା ହୋଇଯାଉଛନ୍ତି। କେବଳ ଏତିକି ନୁହେଁ, ଦେଶରେ ପରିବାରବାଦ ରାଜନୀତି ଉପରେ ବି ମୁହଁ ଖୋଲିଛନ୍ତି।

କାର୍ଯ୍ୟକ୍ରମରେ ଦିଦି କହିଥିଲେ, ପରସ୍ପର ମଧ୍ୟରେ ଲଢ଼େଇ କରାଇବା ହେଉଛି ବିଜେପିର କାମ। ମୁଁ ଜଣେ ଷ୍ଟ୍ରିଟ୍‌ ଫାଇଟର। କାହାକୁ ଡରେ ନାହିଁ। ଏମାନେ ପଶ୍ଚିମବଙ୍ଗ ଆସି ଆମକୁ ଡରାଉଛନ୍ତି। ଯଦି ଆମେ ଡରିବୁ ତେବେ ମରିବୁ, ସେଥିପାଇଁ ଡରିବାର ନାହିଁ। କେବଳ ଦୁଇ ଜଣ ବ୍ୟକ୍ତି ଦେଶ ଚଳାଉଛନ୍ତି। ସେମାନେ କହୁଛନ୍ତି, ଯେଉଁମାନେ ଆମ କଥା ନ ମାନିବେ, ସେମାନଙ୍କୁ ଶେଷ କରିଦେବୁ।

- Advertisement -

ମମତା ଆହୁରି କହିଥିଲେ ଯେ, ଏହି ଲୋକମାନେ ଆଟିଟ୍ୟୁଡ୍‌ ଦେଖାଉଛନ୍ତି ଏବଂ ଆମେ ଆଟିଟ୍ୟୁଡ୍‌କୁ ଗ୍ରାଟିଟ୍ୟୁଡ୍‌ରେ ବଦଳାଉ। ଏମାନଙ୍କ ଭୟ ଏତେ ଅଧିକ ଯେ ସମସ୍ତେ ଭୟଭୀତ ରହୁଛନ୍ତି। ଦେଶର ଉଦ୍ୟୋଗପତି ବି ଭୟଭୀତ ଅଛନ୍ତି।

‘ଜୟ ଶ୍ରୀରାମ’ କହିବାକୁ ନେଇ ମମତାଙ୍କୁ କାର୍ଯ୍ୟକ୍ରମରେ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ସେ ଉତ୍ତର ଦେଇ କହିଥିଲେ ଯେ, ମୁଁ ‘ଜୟ ଶିୟାରାମ୍‌’ କହିଥାଏ। ସେ କହିଥିଲେ, ବିଜେପିର କାମ ଲଢ଼େଇ କରାଇବା ଏବଂ ବିଭାଜନ କରାଇବା। ବିକାଶ ପ୍ରସଙ୍ଗକୁ ନେଇ ସେମାନେ ନିର୍ବାଚନ ଲଢ଼ିପାରିବେନି। ବିଜେପିବାଲା କୌଣସି କାମ କରନ୍ତି ନାହିଁ। ଏମାନେ ଗୁଣ୍ଡାଗର୍ଦ୍ଦି ଏବଂ ଦଙ୍ଗା କରନ୍ତି। ସମସ୍ତଙ୍କୁ ଆୟକର ଏବଂ ସିବିଆଇ ଭୟ ଦେଖାନ୍ତି। ପଶ୍ଚିମବଙ୍ଗରେ କେବେ ଜାତିକୁ ନେଇ ରାଜନୀତି ହୋଇନାହିଁ, କିନ୍ତୁ ବିଜେପି ଏହାର ଆରମ୍ଭ କରିଦେଇଛି।

ସିପିଏମ ଏବଂ କଂଗ୍ରେସକୁ ବିରୋଧୀ ଦଳ ଭାବେ ଦେଖୁଛନ୍ତି କି ବୋଲି ଏକ ପ୍ରଶ୍ନରେ ମମତା କହିଥିଲେ, ଏହି ଦୁଇ ଦଳ ବିଜେପିର ‘ଏ’ ଟିମ୍‌। ସିପିଏମ ଏବଂ କଂଗ୍ରେସ ଉଭୟେ ମିଶି ବିଜେପି ପାଇଁ କାମ କରୁଛନ୍ତି। ଅନ୍ୟପଟେ ପରିବାରବାଦ ପ୍ରସଙ୍ଗରେ ସେ କହିଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ଘର ଲୋକଙ୍କ ବିଷୟରେ ମୁଁ ବି କହିପାରିବି। ଅମିତ ଶାହ ନିଜ ପୁଅକୁ କ୍ରିକେଟ ବୋର୍ଡରେ ସାମିଲ କରିଛନ୍ତି, କିନ୍ତୁ ମୁଁ କେବେ କିଛି କହିନାହିଁ। ମୁଁ ଏଭଳି ରାଜନୀତି କରେନାହିଁ ବୋଲି ମମତା କହିଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories