www.samajalive.in
Thursday, December 11, 2025
26.1 C
Bhubaneswar

ତାମିଲନାଡୁ ବିଧାନସଭା ନିର୍ବାଚନ ପ୍ରସ୍ତୁତି : ଚେନ୍ନଇ ଗସ୍ତରେ ନିର୍ବାଚନ କମିଶନ୍‍ ଟିମ୍

ଚେନ୍ନଇ : ତାମିଲନାଡୁର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ ନିର୍ବାଚନ କମିଶନ୍‍ ଟିମ୍ ଚେନ୍ନଇ ଗସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା, ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା,ରାଜୀବ କୁମାର ଏବଂ ସେକ୍ରେଟେରୀ ଜେନେରାଲ୍‍ ଉମେଶ ସିହ୍ନା ବୁଧବାରଠାରୁ ତାମିଲନାଡୁକୁ ଦୁଇଦିନ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ଏକ ୮ ଜଣିଆ  ନିର୍ବାଚନ କମିଶନ୍‍ ଟିମ୍ ପୁଦୁଚେରୀ ଗସ୍ତ କରିବ।

ନିର୍ବାଚନ କମିଶନ ଟିମ୍, ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି, ପୁଲିସ୍‍ ଅଫିସର, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଏସପି ମାନଙ୍କୁ ସାକ୍ଷାତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁଙ୍କ କହିବା ଅନୁସାରେ କୋବିଡ୍‍-୧୯ ଯୋଗୁଁ ଭୋଟ୍‍ ଗ୍ରହଣ କେନ୍ଦ୍ର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବ। ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ଜଣାଇଛନ୍ତି।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories