www.samajalive.in
Monday, December 8, 2025
27.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ, ବ୍ୟାଙ୍କକୁ ଆସି ଘରକୁ ଫେରିବା ବାଟରେ ଚାଲିଗଲା ଜୀବନ

ଗଡ଼ମଧୁପୁର: ଏମିତି ବି ଆସେ ମୃତ୍ୟୁ। ପୁଅ ପଠାଇଥିବା ଟଙ୍କା ଉଠାଣ କରିବାକୁ ଯାଇଥିବା ଦମ୍ପତି ଘରକୁ ନଫେରି ଆର ପାରିକି ଚାଲିଗଲେ। ୧୦ ମିନିଟରେ ଘରେ ପହଞ୍ଚିଥାନ୍ତେ ହେଲେ ଅଫେରା ବାଟର ବାଟୋଇ ହେଲେ ଉଭୟେ। ଚଢେଇଧରା ତଳଛକଠାରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା। ଏହି ଥାନା ଅନ୍ତର୍ଗତ ଡଙ୍କାରୀ ଗାଁର ଗୋଲେଖ ଚନ୍ଦ୍ର ସାହୁ(୫୦) ଓ କନକଲତା ସାହୁ( ୪୦) ଘର ଆବଶ୍ୟକତା ପାଇଁ ପୁଅ ପଠାଇଥିବା ଟଙ୍କା ଉଠାଇବାକୁ ଘର ଠାରୁ ୪କିମି ଦୁର ଚଢେଇଧରା ସେଣ୍ଟ୍ରାଲ ବ୍ୟାଙ୍କକୁ ଯାଇଥିଲେ। ଟଙ୍କା ଉଠାଇ ଘରକୁ ଆସୁଥିଲେ। ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ କିନ୍ତୁ ବିଧିର ବିଧାନ ଥିଲା ଅଲଗା। ନିଜ ସ୍କୁଟିରେ ଫେରୁଥିବା ବେଳେ ଜମ ଦୁତ ଭଳି ଏକ ଟିପର ଗାଡି ତାଙ୍କୁ ପଛରୁ ଧକା ଦେଇ ୧୦ମିଟରରୁ ଅଧିକ ବାଟ ଘୋଷାଡି ନେଇ ଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୁହର ସମସ୍ତ ଅଂଶ ନଷ୍ଟ ହୋଇଯିବା ସହିତ ପ୍ରାଣ ବାୟୁ ଉଡିଯାଇଛି। ବିଭତ୍ସ ମୃତଦେହକୁ କିଛି ସମୟପାଇଁ ସ୍ଥାନୀୟ ଲୋକେ ଚିହ୍ନି ପାରିନଥିଲେ। ଘଟଣା ପ୍ରଘଟ ପରେ ଲୋକେ ଉଭୟ ମୃତଦେହକୁ ଚିହ୍ନିଥିଲେ। ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ପ୍ରଶମିତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟିପର ଓ ସ୍କୁଟିକୁ ଜବତ କରି ଶବ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories