www.samajalive.in
Friday, December 12, 2025
26.1 C
Bhubaneswar

ଟ୍ବିଟରକୁ ଟକ୍କର ଦେଉଛି ‘କୁ’, ଆକାଉଣ୍ଟ ଖୋଲିଲେ କେନ୍ଦ୍ର ମନ୍ତ୍ରୀ

ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍‌ଗୁଡ଼ିକର ବିକଳ୍ପ ଖୋଜା ଦୀର୍ଘ ସମୟରୁ ଚାଲିଆସୁଛି। ଏବେ ବି ଏହା ଜାରି ରହିଛି। ମାଇକ୍ରୋବ୍ଲଗିଂ ସାଇଟ୍‌ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍‌ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍‌ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି।

ସୋସିଆଲ ମିଡିଆ ୟୁଜରମାନେ ବି ଏହି ଆପ୍‌କୁ ବେଶ୍‌ ପସନ୍ଦ କରିଛନ୍ତି। ଏପରି କି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ବି koo ଆପ୍‌ରେ ନିଜର ଆକାଉଣ୍ଟ ଖୋଲି ସମର୍ଥନ ଜଣାଇଛନ୍ତି। ସୂଚନାଯୋଗ୍ୟ, koo ଆପ୍‌ ଆତ୍ମନିର୍ଭର ଭାରତ ଆପ୍ଲିକେଶନ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ବି ଏହି ଆପ୍‌ର ଆଲୋଚନା କରିସାରିଛନ୍ତି।

- Advertisement -

Koo ଆପ୍‌ ଏକ ମାଇକ୍ରୋବ୍ଲଗିଂ ସାଇଟ୍‌, ଯାହାକୁ ଟ୍ବିଟରକୁ ଟକ୍କର ଦେବା ଲାଗି ପ୍ରସ୍ତୁତ କରାଯାଇଛି। ଏହା ଭାରତରେ ନିର୍ମିତ ଆପ୍‌। ହିନ୍ଦୀ, ଇଂଲିଶ ସମେତ ୮ଟି ଭାରତୀୟ ଭାଷାରେ ଏହି ଆପ୍‌ ଉପଲବ୍ଧ ହେଉଛି। koo ଉଭୟ ୱେବସାଇଟ୍‌ ଏବଂ ଆପ୍‌ ଭାବେ ବ୍ୟବହାର କରାଯାଇପାରିବ। ଏହାର ଇଣ୍ଟରଫେସ୍‌ ଟ୍ବିଟର ଭଳି ରହିଛି। ଏହାର ଶବ୍ଦ ସୀମା ୩୫୦ ରହିଛି।

ଏହି ଆପ୍‌ ମାର୍କେଟକୁ ଆସିବା ପରେ ଚଳିତ ସପ୍ତାହରେ ସିରିଜ ଫଣ୍ଡିଂ ଅଂଶ ରୂପରେ ୩୦ କୋଟି ଟଙ୍କା ସଂଗ୍ରହ କରିଛି। ଇନ୍‌ଫୋସିସ୍‌ର ମୋହନଦାସ ପାଇଙ୍କ 3one4 କ୍ୟାପିଟାଲ ତରଫରୁ ଏହି ଫଣ୍ଡିଂ କରାଯାଇଛି। ଏହା ପୂର୍ବରୁ kooକୁ ଏକ୍ସେଲ ପାର୍ଟନର୍ସ, କାଲାରୀ କ୍ୟାପିଟଲା, ବ୍ଲୁମ୍‌ ଭେଞ୍ଚର୍ସ ଏବଂ ଡ୍ରିମ ଇନ୍‌କ୍ୟୁବେଟର ତରଫରୁ ଫଣ୍ଡିଂ ମିଳିଛି। ଅପ୍ରମେୟ ରାଧାକୃଷ୍ଣ ହେଉଛନ୍ତି ଏହି ନୂତନ ଆପ୍‌ର ସହସଂସ୍ଥାପକ ତଥା ସିଇଓ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories