www.samajalive.in
Friday, December 12, 2025
26.1 C
Bhubaneswar

ରାମ ମନ୍ଦିର ପାଇଁ ଚାନ୍ଦା ଆଦାୟ କରୁଥିବା ଆରଏସଏସ ସଞ୍ଚାଳକଙ୍କୁ ଗୁଳିମାଡ଼

କୋଟା: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ଭବ୍ୟ ରାମ ମନ୍ଦିର ଲାଗି ଚାନ୍ଦା ଆଦାୟ କରାଯାଉଛି। ଏହି ଅଭିଯାନ ଅଧୀନରେ ରାଜସ୍ଥାନର କୋଟାରେ ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହ ଚାନ୍ଦା ଆଦାୟ କରୁଥିବାବେଳେ ତାଙ୍କୁ ଗୁଳିମାଡ଼ କରାଯାଇଛି। କିଛି ବ୍ୟକ୍ତି ତାଙ୍କୁ ଚାନ୍ଦାୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଦୀପକ ଚାନ୍ଦା ଆଦାୟ ଅଭିଯାନ ବନ୍ଦ ନ କରିବାରୁ ତାଙ୍କୁ ସେମାନେ ଗୁଳିମାଡ଼ କରିଛନ୍ତି।

କୋଟାର ରାମଗଞ୍ଜ ମଣ୍ଡିରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ପୁଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟପଟେ ଗୁଳିମାଡ଼ରେ ଆହତ ହୋଇଥିବା ଦୀପକଙ୍କୁ କୋଟାର ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଦୁଇଟି ଗୁଳି ବାଜିଛି। ଗୋଟିଏ ଗୁଳି ଗୋଡ଼ରେ ଏବଂ ଅନ୍ୟଟି ଜଙ୍ଘରେ ବାଜିଥିବା ଜଣାପଡ଼ିଛି।

- Advertisement -

ପୁଲିସ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬/୭ଟାରେ ଦୀପକ ଚାନ୍ଦା ଆଦାୟ କରିବା ଲାଗି ବାହାରିଥିଲେ। ରାତିରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। କିଛି ଦିନ ତଳେ ଜଣେ ବ୍ୟକ୍ତି ତାଙ୍କୁ ଧମକ ଦେଇଥିଲେ। ଦୀପକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories