www.samajalive.in
Friday, December 12, 2025
19.1 C
Bhubaneswar

ଦିଲ୍ଲୀ ହିଂସା ପଛରେ ଯୋଗେନ୍ଦ୍ର ଯାଦବଙ୍କ ଷଡ଼ଯନ୍ତ୍ର: କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କୃଷି ଆଇନ ବିରୋଧରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି। ଏଭଳି ପରିସ୍ଥିତିରେ ବୁଧବାର ଦିଲ୍ଲୀ ହିଂସାକୁ ନେଇ ପଞ୍ଜାବର ଲୁଧିଆନାରୁ କଂଗ୍ରେସ ସାଂସଦ ରୱନିତ ସିଂହ ବିଟ୍ଟୁ ମିଳିତ କୃଷକ ମଞ୍ଚର ନେତା ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଗତ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାକାଣ୍ଡ ପଛରେ ଯୋଗେନ୍ଦ୍ର ଯାଦବଙ୍କ ଷଡ଼ଯନ୍ତ୍ର ରହିଥିବା ବିଟ୍ଟୁ ଅଭିଯୋଗ କରିଛନ୍ତି। ଯଦି ତାଙ୍କୁ ଧରାଯାଏ, ତେ​‌ବେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଆଜି ସମସ୍ୟାର ସମାଧାନ ହୋଇପାରିବ, କାରଣ ଆନ୍ଦୋଳନରେ ନିଆଁ ଲଗାଉଥିବା ଅସଲ ବ୍ୟକ୍ତି ଯୋଗେନ୍ଦ୍ର ବୋଲି ବିଟ୍ଟୁ କହିଛନ୍ତି।

କଂଗ୍ରେସ ସାଂସଦ ବିଟ୍ଟୁ ଦିଲ୍ଲୀ ହିଂସା ପାଇଁ ଯୋଗେନ୍ଦ୍ରଙ୍କୁ ଦାୟୀ କରିଛନ୍ତି। କେବଳ ଏତିକି ନୁହେଁ, ବିଟ୍ଟୁ ଆହୁରି କହିଛନ୍ତି ଯେ, କୃଷକ ଆନ୍ଦୋଳନରେ ଖଲିସ୍ତାନୀ ଅର୍ଥ ଖର୍ଚ୍ଚ ହେଉଛି। କୃଷକମାନେ ନିଜ ଆନ୍ଦୋଳନକୁ ନେଇ ବିକ୍ଷୋଭ କରୁଥିଲେ, କିନ୍ତୁ ଯୋଗେନ୍ଦ୍ର ଯାଦବ ନିଜ ଏଜେଣ୍ଡା କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories