www.samajalive.in
Friday, December 12, 2025
27.1 C
Bhubaneswar

ଦ୍ବାରଶୁଣି ଘାଟିରେ ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା; ରୋଗୀ ମୃତ, ୬ ଗୁରୁତର

କଳାବାଡିଆ: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ବାରଶୁଣି ଘାଟିରେ ବୁଧବାର ଏକ ୧୦୮ ଆମ୍ବୁଲାନ୍ସ ଏବଂ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ରାଇରଙ୍ଗପୁରରୁ ରୋଗୀଙ୍କୁ ଧରି ବାରିପଦା ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

- Advertisement -

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲା ଗୋରୁମହିସାଣି ଥାନା ଅନ୍ତର୍ଗତ କୁଲଡିହା ଗ୍ରାମର ବୁଧୁ ମୁଣ୍ଡା(55)ଙ୍କ ଦେହ ଅସୁସ୍ଥ ହେବାରୁ ମଙ୍ଗଳବାର ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଶରୀର ଅଧିକ ଅସୁସ୍ଥ ହେବାରୁ ଡାକ୍ତର ତାଙ୍କୁ ବାରିପଦା ମେଡିକାଲକୁ ରେଫର କରିଥିଲେ। ବୁଧୁଙ୍କ ପୁଅ ଶମ୍ଭୁନାଥ(୨୫) ବୁଧବାର ବାପାଙ୍କୁ ୧୦୮ ଆମ୍ବୁଲାନ୍ସରେ ବାରିପଦା ନେଉଥିଲେ। ସାଥୀରେ ତାଙ୍କ ମା’ ତଥା ବୁଧୁଙ୍କ ସ୍ତ୍ରୀ ସୁମିତା, ବୁଧୁଙ୍କ ସାନ ଭାଇ ଶୁରୁ ମୁଣ୍ଡା ଥିଲେ।

ଆମ୍ବୁଲାନ୍ସଟି ଦ୍ବାରଶୁଣି ବଡଘାଟି ନିକଟରେ ହୋଇଥିବାବେଳେ ବିପରୀତ ଦିଗରୁ ଆସୁଥିବା ତେଲ ଟ୍ୟାଙ୍କର (ଏନଏଲ ୦୧ ଏଏ ୪୧୨୩) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବୁଧୁଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଅନ୍ୟ ୩ ଜଣଙ୍କ ସହିତ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଯତୀନ୍ଦ୍ର ମହାନ୍ତ (35) ଏବଂ ଡ୍ରାଇଭର ଅନୁପ ମାଝି ଓ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଏବଂ ହେଲ୍‌ପର ଘଟଣାସ୍ଥଳୁ ଫେରାର ହୋଇଯାଇଥିଲେ।

ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ଟି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇଥିଲେ। ଖବରରୁ ଜଣାପଡିଛି ଯେ, ଦୁର୍ଘଟଣା ସ୍ଥଳରେ ଏକ ଟାଭେରା ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ଫେରାର ହୋଇଯାଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories