www.samajalive.in
Friday, December 12, 2025
16.1 C
Bhubaneswar

ହ୍ବାଟସଆପକୁ ଟକ୍କର ଦେବ ସ୍ବେଦେଶୀ ଜ୍ଞାନକୌଶରେ ନିର୍ମିତ ‘ସନ୍ଦେଶ’

ନୂଆଦିଲ୍ଲୀ: ଭାରତ ସରକାର ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେଉଥିବା ବେଳେ ସ୍ବଦେଶୀ ଜିନିଷକୁ ପ୍ରୋତ୍ସାହିତ କରୁଛନ୍ତି । ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ। ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ।

୨୦୨୦ ମସିହାରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ଘୋଷଣା କରିଥିଲେ ଯେ, ଖୁବ୍ ଶୀଘ୍ର ଆମେ ହ୍ବାଟସଆପକୁ ଟକ୍କର ଦେଲା ଭଳି ଏକ ଆପକୁ ଆପ୍ ଲଞ୍ଚ କରିବୁ। ଯାହା ବର୍ତ୍ତମାନ ମଧ୍ୟ ଦୃଶ୍ୟମାନ ହୋଇଛି। ଅଫିସିଆଲ୍ ୱେବସାଇଟ୍ GIMS.gov.in ପରିଦର୍ଶନ କରି ଆପଣ ଏହି ଆପ୍ ବିଷୟରେ ସୂଚନା ପାଇପାରିବେ।

- Advertisement -

ଯେତେବେଳେ ଆପଣ GIMS.gov.inକୁ ଯିବେ, ଆପଣ ଏହି ସନ୍ଦେଶ ଆପକୁ କିପରି ସାଇନ୍ ଇନ୍ କରିବେ। ପରେ ଗୋପନୀୟତା ନୀତି ଏବଂ ଓଟିପି ସମ୍ବନ୍ଧୀୟ ସୂଚନା ପାଇବେ। ଏହି ସରକାରୀ ଚାଟିଂ ଆପକୁ ସରକାରୀ ଇନଷ୍ଟାଣ୍ଟ ମେସେଜିଂ ସିଷ୍ଟମ କୁହାଯିବ। ସରକାର ଏହି ଆପକୁ ସାଧାରଣ ନାଗରିକଙ୍କ ନିକଟରେ ଖୁବ ଶୀଘ୍ର ଉପଲବ୍ଧ କରାଇବାକୁ ଯାଉଛନ୍ତି।

ବର୍ତ୍ତମାନ କେବଳ କିଛି ଅଧିକାରୀ ବ୍ୟବହାର କରିପାରିବେ। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ପ୍ଲାଟଫର୍ମ ପାଇଁ ମେସେଜିଂ ଆପ୍ ଅଣାଯିବ। ଅନ୍ୟ ଆପ୍ ପରି ହେବ। କିନ୍ତୁ କୋଟି କୋଟି ଲୋକ ଭାରତରେ ହ୍ବାଟସଆପ୍ ବ୍ୟବହାର କରନ୍ତି। ସେମାନେ ଏହାକୁ କିପରି ଗ୍ରହଣ ତାହା ଉପରେ ନଜର ରହିଛି।

ହ୍ବାଟସଆପ୍ ଗୋପନୀୟତା ସମ୍ବନ୍ଧରେ ବ୍ୟାକଫୁଟରେ ଅଛି । କମ୍ପାନୀ ସାରା ବିଶ୍ୱରେ ବିରୋଧର ସମ୍ମୁଖୀନ ହୋଇଛି। ସେଥିପାଇଁ ଗୋପନୀୟତାକୁ ମଜବୁତ କଲେ ଏହି ‘ସନ୍ଦେଶ’ ଆପ ଲୋକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇପାରେ ।

ଏହି ମେସେଜ୍ ଆପରେ ଅଶୋକା ଚକ୍ରର ସଦୃଶ ଏକ ଚିତ୍ର ଦେଖିବାକୁ ମିଳୁଛି। ଏହାର ତିନୋଟି ରଙ୍ଗ ଅଛି। ଯାହା ତ୍ରିରଙ୍ଗାର ରଙ୍ଗ ସହ ସାମାନ। ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଜାତୀୟ ସୂଚନା କେନ୍ଦ୍ର ଦ୍ୱାରା ଏହି ଆପ୍ ପରିଚାଳିତ ହେବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories