www.samajalive.in
Monday, December 8, 2025
27.1 C
Bhubaneswar

ବ୍ରହ୍ମପୁର ବିଜେପିର ‘ଚାଏ ପେ ଚର୍ଚ୍ଚା’

ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ବ ହୋଇଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲା ସଭାପତି କାହ୍ନୁ ଚରଣ ପତି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବଡ ବଜାର ଅଂଚଳର ଆଗାସାହି ସହିତ ପୁରୁଣା ବ୍ରହ୍ମପୁର ତଳମେଣ୍ଟୁ ଛକ ସ୍ଥିତ ଚା’ ଖଟିରେ ଯୋଗ ଦେଇଥିଲେ। ସ୍ଥାନୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଜନସାଧାରଣଙ୍କ ନିକଟତର ହେବା ସହ ଅଂଚଳର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବ ବୋଲି ବିଜେପି ନେତା ପତି ମତ ରଖିଥିଲେ। ଏହି ପରିପେକ୍ଷିରେ ସ୍ଥାନୀୟ ଅଂଚଳବାସୀ ନିଜ ନିଜ ଅଂଚଳରେ ଥିବା ବିଭିନ୍ନ ସମସ୍ୟା ନେଇ ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ବିନାୟକ ରଥ, କେ.ଟୁଙ୍ଗୁରୁ ପାତ୍ର,ପ୍ରଭାତ ଷଡଙ୍ଗୀ, ସୁମନ ଶତପଥି,ବିଘ୍ନରାଜ ନାୟକ,ପ୍ରଦୀପ ମିଶ୍ର, କିରଣ କୁମାର ସାହୁ, ମଧୂ ସୂଦନ ସାହୁ, କୋମଲ ପାତ୍ର, ସୁମନ ମହାରଣା, ଉଦୟ ନାଥ ସାହୁ, ସୁରେଶ ନାୟକ,ଚନ୍ଦ୍ର ଶେଖର ପାଢୀ, କେ.ସୁନିଲ ପାତ୍ର, ନିଳାଞ୍ଚଳ ପଣ୍ଡା, ରିଙ୍କୁ ଶତପଥି, ଶିବପାତ୍ର, ସନ୍ତୋଷ ବେହେରା, ସନ୍ତୋଷ ପୃଷ୍ଟିଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories