www.samajalive.in
Wednesday, December 10, 2025
23.1 C
Bhubaneswar

ଶ୍ରମ ମନ୍ତ୍ରଣାଳୟ ଆଣୁଛି ନୂଆ ନିୟମ: ସପ୍ତାହରେ ୪ଦିନ କାମ, ୩ଦିନ ଛୁଟି

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନୂଆ ଶ୍ରମ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ଚିଠା ନିୟମର ବ୍ୟବସ୍ଥା ଅନୁଯାୟୀ ଜଣେ ଶ୍ରମିକ ସପ୍ତାହରେ ୪ଦିନ କାମ କରିବ ଓ ୩ଦିନ ଛୁଟି ପାଇବ। ତେବେ କାମ କରିବାର ଦିନ ସଂଖ୍ୟା ହ୍ରାସ ହେଲେ ମଧ୍ୟ କାମର ସମୟ ହ୍ରାସ ହେବ ନାହିଁ। ଶ୍ରମିକମାନେ ଦିନକୁ ୮ଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟା କାମ କରିବେ। ଏବେ ଜଣେ ଶ୍ରମିକ ଦିନକୁ ୮ଘଣ୍ଟା ହିସାବରେ ସପ୍ତାହକୁ ୪୮ଘଣ୍ଟା କାମ କରୁଛି। ତେଣୁ ଦିନକୁ ୧୨ଘଣ୍ଟା ହିସାବରେ ସେହି ୪୮ଘଣ୍ଟା କାମ କରିବ। ଶ୍ରମ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ ଚିଠା ଆଇନ ଅନୁଯାୟୀ କମ୍ପାନୀଗୁଡିକ ଶ୍ରମିକଙ୍କୁ ସପ୍ତାହରେ ୩ଦିନ ଦରମା ସହିତ ଛୁଟି ପ୍ରଦାନ କରିବେ। ଏହା ସହିତ ନୂଆ ଆଇନରେ ପ୍ରତ୍ୟେକ କର୍ମଚାରୀଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବୀମା ଅଧୀନରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଏକବର୍ଷ ପାଇଁ ମାଗଣା ଦୁର୍ଘଟଣା ବୀମା ଦିଆଯିବ। ତେବେ ଏହି ନିୟମକୁ କର୍ମଚାରୀ କିମ୍ବା ନିଯୁକ୍ତିଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ନାହିଁ। ନିଯୁକ୍ତିଦାତା ଓ କର୍ମଚାରୀଙ୍କ ସହମତି ଭିତ୍ତିରେ ସପ୍ତାହକୁ ୪ଦିନ କିମ୍ବା ୫ଦିନ କିମ୍ବା ୬ଦିନ କାର୍ଯ୍ୟ କରାଯାଇପାରିବ। ୪ଦିନ କାମ କ୍ଷେତ୍ରରେ ଦିନକୁ ୧୨ଘଣ୍ଟା, ୫ଦିନ କ୍ଷେତ୍ରରେ ଦିନକୁ ୧୦ଘଣ୍ଟା ଓ ୬ଦିନ କ୍ଷେତ୍ରରେ ଦିନକୁ ୮ଘଣ୍ଟା ଲେଖାଏଁ କାମ କରାଯିବ। ସେହିପରି କୌଣସି ଶ୍ରମିକ ବା କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ଅବଧିରେ ପରିବର୍ତ୍ତନ ଘଟିବ। ଗୋଟିଏ ଦିନରେ ଜଣେ କର୍ମଚାରୀ ୧୦ରୁ ୧୨ ଘଣ୍ଟା କାମ କରି ଅନ୍ୟ ଦିନରେ ୬ ଘଣ୍ଟା କାମ କରିପାରିବେ। ସେହିଭଳି ସେମାନେ ଚାହିଁଲେ ସପ୍ତାହରେ ୬ଦିନ ବଦଳରେ ୪-୫ ଦିନ କାମ୍ କରି ନିଜର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରିବେ। କାମ କରିବାର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଏପରି ନିୟମ ଅଣାଯିବ। ଚିଠା ଆଇନ ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଉତ୍ତରପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟ ଚିଠା ଆଇନକୁ ସମର୍ଥନ କରିଛନ୍ତି। ଏହା ସହିତ ଅନ୍ୟାନ୍ୟ ଅଶୀଂଦାରଙ୍କୁ ନୂଆ ଆଇନ ସମ୍ପର୍କରେ ଅବଗତ କରାଯାଉଛି। ଶ୍ରମ ବ୍ୟୁରୋ ଶ୍ରମିକଙ୍କ କାର୍ଯ୍ୟଧାରା ଉପରେ ୪ଟି ସର୍ଭେ କରି ଦେଇଥିବା ରିପୋର୍ଟ ଆଧାରରେ ଏହି ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ପ୍ରବାସୀ ଶ୍ରମିକ, ଘରୋଇ ଶ୍ରମିକ, ପରିବହନ ଶ୍ରମିକଙ୍କ ଉପରେ ଏହି ସର୍ଭେ କରାଯାଇଥିଲା।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories