www.samajalive.in
Sunday, December 14, 2025
26.1 C
Bhubaneswar

ଲଙ୍ଗଳକଣ୍ଟିରେ ପାନୀୟ ଜଳର ସମସ୍ୟା, ଗରା ଧରି ପଞ୍ଚାୟତରେ ମହିଳା

ପାଟଣା : ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଅଧୀନସ୍ତ ଲଙ୍ଗଳକଣ୍ଟି ଗ୍ରାମରେ ପାନୀୟ ଜଳର ବ୍ୟାପକ ସମସ୍ୟା ନେଇ ଲଙ୍ଗଳକଣ୍ଟି ଗ୍ରାମର କିଛି ମହିଳା ଏକତ୍ରିତ ହୋଇ ଖାଲି ଗରା ଧରି ଢେଙ୍କିକୋଟ ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମର ମହିଳାଙ୍କ ସହ ସ୍ଥାନୀୟ ବିଜେପି ନେତା ଜୟଦେବ ଗିରି, ଢେଙ୍କିକୋଟ ସରପଞ୍ଚଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ବାରିକ, ଗ୍ରାମର ୱାର୍ଡ ମେମ୍ବର ପ୍ରମୁଖ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ଲଙ୍ଗଳକଣ୍ଟି ଗ୍ରାମରେ ପୂର୍ବତନ ସାଂସଦଙ୍କ ସମୟରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପରେ ସ୍ଥାୟୀ ଭାବେ କୌଣସି ବ୍ୟକ୍ତି ପାଣି ଛାଡ଼ିବା ଦାୟିତ୍ୱରେ କେହି ନଥିବା କାରଣରୁ ପ୍ରତିଦିନ ପାନୀୟ ଜଳ ପାଇବାରେ ସମସ୍ୟା ଭୋଗ କରି ଆସୁଛନ୍ତି ଗ୍ରାମବାସୀ  । ଆଗକୁ ଖରା ଦିନ ଆସୁଥିବା କାରଣରୁ ଯଥାଶୀଘ୍ର ସପ୍ଲାଇ ପାଣି ର ଦୀର୍ଘ ସ୍ଥାୟୀ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ପଞ୍ଚାୟତ ଫଣ୍ଡରୁ ଜଣେ ବ୍ୟକ୍ତିଙ୍କୁ ସ୍ଥାୟୀ ଭାବେ ସପ୍ଲାଇ ପାଣି ଛାଡ଼ିବାରେ ନିୟୋଜିତ ରଖିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମହିଳାମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories