www.samajalive.in
Sunday, December 7, 2025
16.1 C
Bhubaneswar

ତିଲେଶ୍ୱର ଧାନ ମଣ୍ଡିରେ ଧାନ ପୁନଃ କିଣିବାକୁ ସିଏସଓଙ୍କୁ ଦାବିପତ୍ର ପ୍ରଦାନ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତିଲେଶ୍ୱର ଧାନ ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଥିବାରୁ ପୁନଃ ଧାନ କିଣିବାକୁ ଅଂଚଳର ଚାଷୀମାନେ ଆଜି ସିଏସଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀନେତା ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଚାଷୀମାନେ ସିଏସଓଙ୍କୁ ଭେଟି ଚାଷୀମାନ ସବୁ ଧାନ କିଣିବାକୁ ଦାବି ଜଣାଇଥିଲେ। ଚାଷୀମାନଙ୍କ ସମସ୍ୟା ଶୁଣି ଆଉ ଦୁଇ ହଜାର କ୍ୱିଣ୍ଟାଲ ଧାନ କିଣା ଯିବାକୁ ଚାଷୀମାନଙ୍କୁ ପ୍ରତିଶୃତି ଦେଇଥିଲେ। ଚାଷୀ ନେତା ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଗତ ୨୯ ତାରିଖରେ ମଣ୍ଡିରେ ଅଚଳା ଅବସ୍ଥାକୁ ନେଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏହି ସମୟରେ ସମୟରେ ସମସ୍ୟା ଦୂରହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ହେଲେ ପ୍ରତିଶୃତି ପରେ ମଧ୍ୟ ମଣ୍ଡିରେ ସମସ୍ୟା ଲାଗିରହିଛି। ବୌଦ୍ଧରେ ଧାନର ଟାର୍ଗେଟ ଆହୁରି ବଢିବା ଆବଶ୍ୟକ ହେଉଥିବା ବେଳେ ବୌଦ୍ଧ ପ୍ରଶାସନ ବୌଦ୍ଧ ଟାର୍ଗେଟରୁ ଏକ ଲକ୍ଷ କ୍ୱିଣ୍ଟାଲ ଧାନ ବରଗଡ ଜିଲ୍ଲାକୁ ଦେଇଥିବାରୁ ଶ୍ରୀ ମହାପାତ୍ର କ୍ଷୋଭ ପ୍ରକାଶ କରିବା ସହିତ ଉକ୍ତ ଟାର୍ଗେଟକୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ଜିଲ୍ଲା ସବୁ ଚାଷୀଙ୍କ ପାଖକୁ ଆସିଥିବା ଟୋକନ ଧାନ କିଣା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories