www.samajalive.in
Sunday, December 14, 2025
19.1 C
Bhubaneswar

ଧାନ ବିକ୍ରି କରିବାର ଦେଢ ମାସ ପରେ ମଧ୍ୟ ମିଳିନାହିଁ ପ୍ରାପ୍ୟ, ଜିଲ୍ଲାପାଳଙ୍କ ଠାରେ ଫେରାଦ୍ ହେଲେ ଚାଷୀ

ରେଙ୍ଗାଲି : ମାର୍କେଟ ୟାର୍ଡରେ ଧାନ ବିକିବାର ୩ଦିନ ପରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦିଆଯିବା ବୋଲି ସରାକର ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଏହି ଘୋଷଣା ପ୍ରହସନରେ ପରିଣତ ହୋଇଛି। ସମ୍ବଲପୁର ଜିଲ୍ଳାର ଲଇଡା ବଜାର ଉପ-ପ୍ରାଙ୍ଗଣ ରେ ଲଇଡା ଏବଂ ରେଙ୍ଗାଲୋଇ ଗ୍ରାମ ପଞ୍ଚାୟତର ୧୨ ଜଣ ଚାଷୀ ଗତ ଡିସେମ୍ବର ମାସ ୨୧ ତାରିଖ ରୁ ୩୦ ତାରିଖ ମଧ୍ୟରେ ଧାନ ବିକ୍ରି କରିଥିଲେ। ଇତି ମଧ୍ୟ ରେ ଧାନ ବିକ୍ରି କରିବାର ଦେଢ ମାସ ବିତିଗଲାଣି ୧୨ ଜଣ ଚାଷୀ ଦାନ ବିକ୍ରି କରିଥିବା ଟଙ୍କା ପାଇ ନାହାନ୍ତି। ଏସଂକ୍ରାନ୍ତରେ ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଚାଷୀମାନେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି। ଫଳରେ ଏହାର ପ୍ରତିକାର କରି ଶୀଘ୍ର ପ୍ରାପ୍ୟ ପ୍ରଦାନ ପାଇଁ ଆଜି ଲଇଡାର ମା ସମଲେଶ୍ୱରୀ କୃଷକ ସୁରକ୍ଷା ସଙ୍ଗଠନର ପୂର୍ବତନ ସଭାପତି ସରୋଜ ପୂଜାରୀ, ପ୍ରକାଶ ବେହେରା, ପୂର୍ବର୍ତନ ସମ୍ପାଦକ ହରିହର ନାଥ,ଅନୀଳ ପଟେଲ, ମହେଶ ଅଗ୍ରଓାଲା, ସୁବାଷ ଶେଖର ସାହୁ ପ୍ରମୁଖ ଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଲାପାଳଙ୍କ ଠାରେ ଫେରାଦ୍ କରିଛନ୍ତି। ସୂଚିତ ଯେ ସୁଧିର କୁମାର ପଟେଲ, ପ୍ରମୋଦ କୁମାର ପଟେଲ, ଅନିଲ କୁମାର ପଟେଲ, ପ୍ରକାଶ ବେହେରା, ଲୋକନାଥ ବେହେରା, ଦୀନବନ୍ଧୁ କାଲୋ, କୁବେରଚନ୍ଦ୍ର ପଟେଲ, ମିଲନ କୁମାର ପଟେଲ, ସୁଧାଂଶୁ ବେହେରା, ସୁମିତ ଦାସ ଖୁସବୁଲତା ପଟେଲ ପ୍ରମୁଖ ଚାଷୀ ଲଇଡା ବଜାର ଉପପ୍ରାଙ୍ଗଣରେ ଗତ ମାସ ଶେଷ ସପ୍ତାହରେ ଧାନ ବିକ୍ରି କରିଥିଲେ। ଚାଷୀ ମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି ପତ୍ର ପ୍ରଦାନ କରିବା ପରେ ସମବାୟ ଉପ-ନିବନ୍ଧକଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories