www.samajalive.in
Tuesday, December 9, 2025
15.1 C
Bhubaneswar

ଟିଟିଲାଗଡ଼ରେ ୪୭୨ ଯୋଦ୍ଧାଙ୍କୁ କରୋନା ଟିକା

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟରେ ୪୭୨ ଜଣ କରୋନା ଯୋଦ୍ଧାଙ୍କୁ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମ ୬ତାରିଖରୁ ଆରମ୍ଭ ହୋଇଛି। ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ମିନକେତନ କିଷାନଙ୍କ ତତ୍ୱାବଧାନରେ ଆସନ୍ତା ୧୩ ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଟିକାଦାନ ଜାରି ରହିବ। ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ବିଡିଓ ନବୀନ ଚନ୍ଦ୍ର ନାୟକ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ହରିନାରାୟଣ ମିଶ୍ର, ବ୍ଲକ ସଭାପତି ବିରବର ସାହୁଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କର୍ମଚାରୀ, ପୁଲିସ ବାହିନୀ, ଅଗ୍ନିଶମ ବିଭାଗ, ନିର୍ବାଚିତ ପ୍ରତିନିଧିଙ୍କୁ ଟିକାଦାନ ପାଇଁ ପ୍ରାଥମିକତା ଦିଆଯାଇଛି। କରୋନା ସମୟରେ ଜିଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ , କରୋନା ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅନ୍ୟ ଅଗ୍ରଣୀ ଯୋଦ୍ଧାଙ୍କୁ ସରକାର ମାଗଣାରେ ଟିକା ପ୍ରଦାନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ତେବେ ବିପଦ ଟଳି ନାହିଁ। ଆମକୁ ଅଧିକ ସଚେତନ ରହିବା ଆବଶ୍ୟକ କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ଡା.କିଷାନ। ଟିକାଦାନ କେନ୍ଦ୍ରରେ ଡା.ପ୍ରମୋଦ ବାରିକ, ଫାର୍ମାସିଷ୍ଟ ବିନୋଦ ନାୟକ, ସ୍ୱାସ୍ଥ୍ୟ କର୍ମୀ ମୀନତି ଭୋଇ, ମୈତ୍ରୀ ସାହୁ ଉପସ୍ଥିତ ରହି ଟିକାଦାନ ପ୍ରକ୍ରିୟା ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories