www.samajalive.in
Sunday, December 14, 2025
16.1 C
Bhubaneswar

ମଉଳିଲା ୧୪ ଜାତୀୟ ରାଜପଥ ନିର୍ମାଣ ଆଶା

ଭୁବନେଶ୍ୱର  : ୫ ବର୍ଷ ତଳେ ହୋଇଥିଲା ଘୋଷଣା, ଓଡ଼ିଶାର ୧୪ ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିଣତ କରାଯିବ। ଏପରିକି କିଛି ସଡ଼କ ନିର୍ମାଣ ନିମନ୍ତେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବି ପ୍ରସ୍ତୁତ ହୋଇଥିଲା ଓ କିଛିସ୍ଥାନରେ ପ୍ରାଥମିକ ସର୍ବେକ୍ଷଣ ଶେଷ ହୋଇଥିଲା। ୫ ବର୍ଷ ବିତିଗଲାଣି, ମାତ୍ର ଗୋଟିଏ ରାସ୍ତା ବି ନିର୍ମାଣ ହୋଇପାରିଲା ନାହିଁ । ଯୋଜନା ଅନୁସାରେ ଏସବୁ ସଡ଼କଗୁଡିକୁ ଜାତୀୟ ରାଜପଥ କରାଯିବାର ସମ୍ଭାବନା ନଥିବା ମନ୍ତ୍ରାଳୟ ରାଜ୍ୟକୁ ଜଣାଇ ଦେଇଛି। ଏହାକୁ ନେଇ ବିଭିନ୍ନ ମହଲରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା।
କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ୨୦୧୬-୧୭ରେ ଜାତୀୟ ରାଜପଥ ସମ୍ପ୍ରସାରଣ ଓ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜପଥଗୁଡିକୁ ଜାତୀୟ ରାଜପଥ କରିବା ପାଇଁ ମନ୍ତ୍ରାଳୟପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ସଡକ ଓ ପରିବହନମନ୍ତ୍ରୀ ନିତିନ ଗଡକରୀ ରାଜ୍ୟ ରାଜପଥଗୁଡିକୁ ଜାତୀୟ ରାଜପଥରେ ପରିଣତ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଥିବା କହିଥିଲେ। କେଉଁ ରାଜ୍ୟ ରାଜପଥକୁ ଜାତୀୟ ରାଜପଥ କରାଯିବ ସେ ସଂକ୍ରାନ୍ତରେ ମନ୍ତ୍ରାଳୟ ରାଜ୍ୟକୁ ତାଲିକା ମାଗିଥିଲା। ଓଡ଼ିଶା ସରକାର ୧୫୭୬.୪କିମି ବିଶିଷ୍ଟ ୧୪ଟି ରାଜ୍ୟ ରାଜପଥର ତାଲିକା ଦେଇଥିଲେ। ଏସବୁ ସଡ଼କଗୁଡିକରେ ଟ୍ରାଫିକ୍‍ ଏବଂ ଯାତାୟାତ ସମସ୍ୟା ରହୁଥିବାରୁ ଜାତୀୟ ରାଜପଥ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାର କହିଥିଲେ। ଏହି ଆଧାରରେ ବିଭିନ୍ନ ରାଜ୍ୟର ରାଜ୍ୟ ରାଜପଥଗୁଡିକୁ ଜାତୀୟ ରାଜପଥ କରାଯିବା ପାଇଁ ‘ଇନ୍‍-ପ୍ରିନ୍ସପୁଲ’ ଘୋଷଣା କରାଯାଇଥିଲା। ଏଥିରେ ସାମିଲ ହୋଇଥିଲା ଓଡ଼ିଶାର ୧୪ଟି ରାଜ୍ୟ ରାଜପଥ । ଏହି ରାଜପଥ ମଧ୍ୟରେ ଥିଲା ରେଢାଖୋଲ-ହିନ୍ଦୋଳ-ଗଣିଆ-ଦଶପଲା-ଭଞ୍ଜନଗର ୧୭୦ କିମି, ବଲାଙ୍ଗୀର-ପାଟଣାଗଡ-ଖପ୍ରାଖୋଲ-ଉଦ୍ୟାନବନ୍ଧ ୧୦୧.୩୮କିମି,ନରଣପୁର-କାଳିହାଟ-କଙ୍କଡାହାଡ-କାମାକ୍ଷାନଗର ୧୦୦କିମି, ଏନ୍‍ଏଚ୍‍-୫୩ ନିକଟରୁ କେନ୍ଦ୍ରାପଡା-ଚାନ୍ଦବାଲି-ଧାମରା ସହ ଜଙ୍କସନ୍‍ (ଏନ୍‍ଏଚ୍‍-୫) ଓ ଏନ୍‍ଏଚ୍‍-୧୬ରୁ ଭଦ୍ରକ ୧୨୮କିମି, ପଲାସା-ପାରଳାଖେମୁଣ୍ଡି- ରମନଗୁଡା-ବିଷମକଟକ- ମୁନିଗୁଡା-ଭବାନୀପାଟଣା ୨୦୨.୯୨କିମି, ଭବାନୀପାଟଣା-କରାଇର-ବାଙ୍ଗୋମୁଣ୍ଡା-ପାଟଣାଗଡ-ପଦ୍ମପୁର-ଛତିଶଗଡ ସୀମାନ୍ତ ୨୦୬ କିମି, ହାତିଗମାହ୍ନା-ବେଣୀସାରରୁ ଜଙ୍କସନ (ଏନ୍‍ଏଚ୍‍-୪୯)ରୁ ସିଙ୍ଗଡା ନିକଟସ୍ଥ ୧୭.୩କିମି, ଦିଗପହଣ୍ଡି (ଏନ୍‍ଏଚ୍‍-୩୨୬)ରୁ ହରିଡାଖଣ୍ଡି (ଏନ୍‍ଏଚ୍‍-୫୯) ୨୪.୬କିମି, ଏନ୍‍ଏଚ୍‍-୧୬ ଜଙ୍କିଆ ନିକଟରୁ-ଚନ୍ଦନପୁର (ଏନ୍‍ଏଚ୍‍-୩୧୬) ୪୦କିମି, ଭୁବନେଶ୍ୱର-ଆଠଗଡ-ସମରପୁର-ମହିଧରପୁର ରୋଡ ୧୧୫କିମି, ଝାରସୁଗୁଡା (ଏନ୍‍ଏଚ୍‍-୪୯)ରୁ-କରମଡିହି-ସୁବଡେଗା-ବାଲିଶଙ୍କରାରୁ ଜଙ୍କସନ(ଏନ୍‍ଏଚ୍‍-୪୩) ନିକଟ ଲୁଦଙ୍ଗ (ଏନ୍‍ଏଚ୍‍-୪୩) ଓଡ଼ିଶା ସୀମାନ୍ତ ପର୍ଯ୍ୟନ୍ତ ୭୭କିମି, ସମ୍ବଲପୁର-ବାମରା-ଗରିଆମାଲ (୯୮କିମି) ଏବଂ କରମଡିହି-ତଲସରା-ବାଗବାହାରଲୁଦେଗ (୩୭କିମି) ମୋଟ ୧୩୫ କିମି, ଆନନ୍ଦପୁର (ଏନ୍‍ଏଚ୍‍-୨୦)ରୁ-ସାତକୋସିଆ-ଥାକୁରମୁଣ୍ଡା-କପ୍ତିପଦା-ଉଦଳା-ବାରିପଦା (ଏନ୍‍ଏଚ୍‍-୧୮) ପର୍ଯ୍ୟନ୍ତ, ଖୋର୍ଦ୍ଧା (ଏନ୍‍ଏଚ୍‍-୫୭)ରୁ-ଚନ୍ଦକା-କଟକ ଏବଂ ବାଲେଶ୍ୱେର (ଏନ୍‍ଏଚ୍‍-୧୮)ରୁ ଚାନ୍ଦିପୁର ଯାଏଁ ୨୦୬ କିମି ରାଜ୍ୟ ରାଜ୍ୟପଥ।
ଇନ୍‍-ପ୍ରିନ୍ସପୁଲ ଘୋଷଣାନାମା ସରିଥିବା ସଡକଗୁଡିକର ଡିପିଆର ରିପୋର୍ଟ ମନ୍ତ୍ରାଳୟ ପାଖରେ ଦାଖଲ ହୋଇଛି। ମନ୍ତ୍ରାଳୟପକ୍ଷରୁ ଯାଞ୍ଚ କରାଯିବା ପରେ ଜାତୀୟ ରାଜପଥ ନିମନ୍ତେ ସ୍ୱୀକୃତି ମିଳିଥାଏ। ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ଏନ୍‍ଏଚ୍‍ କିମ୍ବା ଏନ୍‍ଏଚ୍‍ଏଆଇକୁ ନିର୍ମାଣ କାର୍ଯ୍ୟ ଦେଇଥାନ୍ତି। ସମ୍ପୃକ୍ତ ବିଭାଗ ଟେଣ୍ଡର ଡାକି ମନ୍ତ୍ରାଳୟକୁ ଠିକା ସଂସ୍ଥାଙ୍କ ନାମ ତାଲିକା ଦିଅନ୍ତି। ଆଶା କରାଯାଉଥିଲା ଏହି ରାଜପଥ ନିର୍ମାଣ ହେଲେ ଗାଡ଼ି ଚଳାଚଳ ସୁଗମ ହେବ ଦୁର୍ଘଟଣା କମିବ। ହେଲେ ବର୍ତ୍ତମାନ ସୁଦ୍ଧା ଜାତୀୟ ରାଜପଥ ନିର୍ମାଣ ନେଇ କୌଣସି ବିଧିବଦ୍ଧ ପଦକ୍ଷେପ ନିଆଯାଇ ନାହିଁ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟପକ୍ଷରୁ ଏହି ସଡ଼କଗୁଡ଼ିକୁ ଜାତୀୟ ରାଜପଥରେ ପରିଣତ କରାଯିବାର ସମ୍ଭାବନା ବର୍ତ୍ତମାନ ନାହିଁ ବୋଲି ରାଜ୍ୟ ସରକାରଙ୍କ ଜାତୀୟ ରାଜପଥ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ଏନେଇ ଜାତୀୟ ରାଜପଥ (ଓଡ଼ିଶା ସରକାର) ମୁଖ୍ୟଯନ୍ତ୍ରୀ ରଞ୍ଜିତ ସାହୁ କହିଛନ୍ତି ମନ୍ତ୍ରାଳୟ ପକ୍ଷରୁ ଯାହା ନିର୍ଦେଶ ଆସିବ ତାକୁ କାର୍ଯ୍ୟକାରୀ କରାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories