www.samajalive.in
Sunday, December 14, 2025
15.1 C
Bhubaneswar

ଡାକ୍ତର ନିଯୁକ୍ତି ନେଇ ଅସନ୍ତୋଷ ; ଆନ୍ଦୋଳନ ପାଇଁ ଲାଠୋର ଗ୍ରାମବାସୀଙ୍କ ସଜବାଜ

ଲାଠୋର : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ମାସରୁ ଏମ୍ବିବିଏସ୍ ଡାକ୍ତର ପଦବୀ ଖାଲି ପଡିଛି। ଡାକ୍ତର ନଥିବାରୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଡାକ୍ତର ପାଇଁ ଦାବି କରି ଆସୁଥିଲେ ମଧ୍ୟ କିଛି ଉପକାର ମିଳିପାରି ନଥିବାରୁ ଗ୍ରାମବାସୀ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ୧୫ ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି ନହେଲେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଇତି ମଧ୍ୟରେ ୧୧ ଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ କୌଣସି ପ୍ରକାର ସୂଚନା ନମିଳିବାରୁ ଦୁର୍ଗା ଚରଣ ବେହେରାଙ୍କର ନେତୃତ୍ୱରେ ଲାଠୋର ଦୁର୍ଗା ମଣ୍ଡପ ପରିସରରେ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସରପଞ୍ଚ ପ୍ରବିଣ ଅଗ୍ରୱାଲ, ସମିତି ସଭ୍ୟ ପ୍ରକାଶ ମେହେର, ପୂର୍ବତନ ସରପଞ୍ଚ ସନ୍ତୋଷ ଭଇଁଷାଲ, ଗୌରାଙ୍ଗ ସୁନା, ଲାଠୋର ଡେଭଲପମେଣ୍ଟ ଆସୋସିଏସନର ପ୍ରତିଷ୍ଠାତା ଲବ ସୁନା, କୋଶଳ ସମ୍ବନ୍ନୟ ସମିତି ପଞ୍ଚାୟତ ସଭାପତି କାଶିନାଥ ମେହେର, ଓଡିଆ ବଣିକ ସଂଘ କୋଷାଧ୍ୟକ୍ଷ ଅନିରୁଦ୍ଧ ମେହେର, ସାମାଜିକ କର୍ମୀ ସୁଶିଲ ଅଗ୍ରୱାଲଙ୍କ ସହ ଦୁଲିଚନ୍ଦ ଅଗ୍ରୱାଲ, ଗୋବିନ୍ଦରାମ ଅଗ୍ରୱାଲ, ହରି ବାରିକ, ରମେଶ ମେହେର, ପରମେଶ୍ୱର ମେହେର, ଜଗଜୀବନ ମେହେର ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତ ଉପସ୍ଥାପନ କରିଥିଲେ। ଅବଧି ସମୟସୀମା ମଧ୍ୟରେ ଡାକ୍ତର ନିଯୁକ୍ତି ନଦେଲେ ଆସନ୍ତା ୧୫ ତାରିଖରେ ପ୍ରତିକାର ସ୍ୱରୂପ ଆନ୍ଦୋଳନ କରିବା ପାଇଁ ସମସ୍ତେ ପକ୍ଷ ରଖିବାରୁ ଏକ ପ୍ରକାର ନିଶ୍ଚିତ ହୋଇଥିବା ଜଣାପଡିଛି। ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ବେହେରା ସଭା ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories