www.samajalive.in
Friday, December 12, 2025
26.1 C
Bhubaneswar

କେନ୍ଦ୍ର ସରକାର ଦ୍ୱାରା ଜାରି ଆଇନକୁ ପ୍ରତ୍ୟାହାର ଦାବୀ କଲେ ଜଗତଗୁରୁ ଅରୂପାନନ୍ଦାଚାର୍ୟ୍ୟ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଡ୍ରାଫ୍ଟ ହେରିଟେଜ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ମନୁମେଣ୍ଟସ୍ ଅରିଟି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଆସିବା ପରେ ଜଗତଗୁରୁ ଅରୂପାନନ୍ଦାଚାର୍ୟ୍ୟ ମତ ରଖିଛନ୍ତି ଯେ ରାଜ୍ୟ ସରକାର ଵା କେନ୍ଦ୍ର ସରକାରଙ୍କ ମିଳିତ ଭାବେ ପ୍ରଥମେ ୭୫ ମିଟର ଭଙ୍ଗା ଯିବାପରେ ଏବେ ଶହେ ମିଟର ତାପରେ ଦୁଇ ସହ ମିଟର ଓ ଏବେ ତିନି ଶହ ମିଟର ମଧ୍ୟରେ କୌଣସି ନିର୍ମାଣ ପାଇଁ ଖନନ କାର୍ୟ୍ୟପାଇଁ କର୍ତ୍ତୁପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ। ଏହାକୁ ସେ ନିନ୍ଦା କରି କରିଛନ୍ତି ଯେ ହଜାର ହଜାର ବର୍ଷ ପୁରୁଣା ବିଭିନ୍ନ ମଠଗୁଡିକୁ ଭାଙ୍ଗି ଦିଆଗଲା ଓ ଏହା ଦ୍ୱାରା ଶ୍ରୀମନ୍ଦିର ଶ୍ରୀବର୍ଦ୍ଧନ ହେବା ତ ଦୂରର କଥା ଶ୍ରୀହୀନ ଦେବାକୁ ଯାଉଛି କାରଣ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଥିବା ଛୋଟ ବଡ ମନ୍ଦିର ଏବଂ ମଠଗୁଡିକ ତାର ଆଧ୍ୟାତ୍ମିକ ମୁକସାକ୍ଷୀ ଥିଲା। ହେଲେ ସରକାର ଶ୍ରୀମନ୍ଦିର ସୌନ୍ଦର୍ୟ୍ୟ କରଣ ନାଁରେ ବର୍ତ୍ତମାନ କଳାପାହାଡ଼ ସାଜି ହଜାର ହଜାର ବର୍ଷର ପୁରୁଣା ଐତିହକୁ ଭାଙ୍ଗି ଚୁରମାର କରିଦେଲେ। ଶ୍ରୀମନ୍ଦିରର ନୀତିକାନ୍ତି, ପରମ୍ପରା ଓ ସେବାନୀତିକୁ ନେଇ ଜଡିତ ଥିବା ସେବାୟତମାନଙ୍କ ସୁରକ୍ଷାକୁ ଅଣଦେଖା କରି ଯେଉଁ ଷଡଯନ୍ତ୍ର କରାଯାଉଛି ଏହା ଉପରେ ରୋକ ଲଗାଯିବା ନେଇ ସେ ଦାବି କରିଛନ୍ତି। ସୌନ୍ଦର୍ୟ୍ୟକରଣ ନାମରେ ମହାପ୍ରଭୁଙ୍କ ଠାରୁ ସେବାୟତମାନଙ୍କୁ ଦୁରେଇ ଦେବା ନିନ୍ଦନୀୟ ବୋଲି ସେ କହିଛନ୍ତି।

ପ୍ରସ୍ତାବିତ ହେରିଟେଜ ବାଇଲ ସମ୍ପର୍କରେ ଚଳିତ ମାସ ୧୮ ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ମତାମତ ଆହ୍ବାନ କରାଯାଇଛି। ମନୁମେଣ୍ଟସ ଆଣ୍ଡ ଆର୍କୋଲୋଜିକାଲ ସାଇଟସ୍ ଆଣ୍ଡ ରିସର୍ଚ୍ଚ ଆକ୍ଟ ଅନୁଯାୟୀ ଜଗନ୍ନାଥ ମନ୍ଦିରକୁ ସୁରକ୍ଷିତ ଐତିହ୍ୟ ଭାବେ ସ୍ୱୀକୃତି ମିଳିଛି। ଏହାର ପରିଚାଳନା ପାଇଁ କେନ୍ଦ୍ର ସରକାର ଜାତୀୟ ମନୁମେଣ୍ଟସ୍ ଅଥରିଟି ଗଠନ କରିଛନ୍ତି। ପ୍ରସ୍ତାବ ଏବଂ ମତାମତ ଗ୍ରହଣ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯିବା ସମ୍ଭାବନାର ସୂଚନା ମିଳିଛି। ଏହାପରେ ଚୂଡାନ୍ତ ହେରିଟେଜ୍ ବାଇଲ ବିଜ୍ଞପ୍ତି ପ୍ରକାଶ ପାଇବ। ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳ ପାଇଁ ହେରିଟେଜ୍ ବାଇଲ ଲାଗୁ କରାଯିବ। ନିର୍ଦ୍ଦେଶକ ପାହ୍ୟାର ଜଣେ ଅଧିକାରୀଏହାକୁ ନିୟନ୍ତ୍ରଣ କରିବେ।

- Advertisement -

ମେଘନାଦ ପ୍ରାଚୀରର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଏବଂ ପରବର୍ତ୍ତୀ ୨୦୦ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଘୋଷଣା କରାଯାଇଛି। ୧୬ଜୁନ୍ ୧୯୯୨ଠାରୁ ବାକି ସମସ୍ତ ନିର୍ମାଣ କାର୍ୟ୍ୟ ହେରିଟେଜ ଏବଂ ନବଗଠିତ ପ୍ରକରଣ ଦ୍ବାରା ନିୟନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ନୂଆ ନିର୍ମାଣ, ମରାମତି ଓ ଖନନ ଉପରେ କଟକଣା ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ଭିତରେ ଏବଂ ଚତୁଃପାର୍ଶ୍ବରେ ଯେକୌଣସି ଖନନ କାର୍ୟ୍ୟପାଇଁ କର୍ତ୍ତୁପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ। ଶ୍ରୀଜଗନ୍ନାଥ ମନ୍ଦିର ସମେତ ସେଠାରେ ଥିବା ସମସ୍ତ ଦେବଦେଵୀ ପୀଠ ତାଲିକା ପ୍ରସ୍ତୁତ କରିଛି ଏଏସଆଇ।

ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କର ନ ଗଲେ ଆଗାମୀ ଦିନରେ ଏହା ଏକ ବଡ ଧରଣର ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଜଗତଗୁରୁ ଅରୂପାନନ୍ଦାଚାର୍ୟ୍ୟ କହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories