www.samajalive.in
Sunday, December 14, 2025
15.1 C
Bhubaneswar

୫ବର୍ଷ ପରେ ନିଖୋଜ ମହିଳାଙ୍କୁ ଖୋଜିପାଇଲେ ପରିବାର

ଚୌଦ୍ୱାର : ମାନସିକ ଭାରସାମ୍ୟ ହରାଇ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ପରିବାରରୁ ବିଚ୍ଛିନ୍ନ ହୋଇଥିବା ଜଣେ ମହିଳାଙ୍କୁ ଆଜି ପୁଣି ଫେରିପାଇଲେ ପରିବାରଲୋକ । ପରିବାରକୁ ଦେଖି ମହିଳା ଜଣକ ଭାବବିହ୍ବଳ ହୋଇଯାଇଥିଲେ। ନିଜ ଝିଅ ଓ ସ୍ୱାମୀକୁ ବହୁଦିନ ପରେ ପାଇ ସେ ବହୁତ ଖୁସି ହୋଇଯାଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାରର ଅଂଚଳରେ। ସୂଚନା ଅନୁଯାଇ ଦୀର୍ଘ ୫ବର୍ଷ ତଳେ ଚୌଦ୍ୱାର ଅଂଚଳର ରାସ୍ତା କଡରେ ଘୁରି ବୁଲୁଥିବା ଜଣେ ଜଣେ ମାନସିକ ବିକୃତ ମହିଳାଙ୍କୁ ଚୌଦ୍ୱାର ପୁଲିସ ଉଦ୍ଧାର କରିବା ସହିତ ତାକୁ ମଙ୍ଗରାଜପୁର ପଂଚାୟତରେ ଥିବା ଜନନୀ ଆଶ୍ରମରେ ରଖିଥିଲେ। ସେଠାରେ ଦୈନିକ ଚିକିତ୍ସା ପରେ ସେ ପୂର୍ବ ଅବସ୍ଥାକୁ ଫେରି ଆସିବା ସହିତ ତାଙ୍କ ନାଁ ଜୟା ବିବି ବୋଲି କହିଥିଲା। ତା’ର ଘର କଲିକତା ମେଦିନିପୁର ବୋଲି କହିଥିଲା । ଏନେଇ ଜନନୀ ଆଶ୍ରମ ତରଫରୁ କଲିକତା ସ୍ଥିତ ପ୍ରବାସୀ ଓଡିଆ ସଂଗଠନ ସହିତ ଯୋଗାଯୋଗ କରାଯାଇଥିଲା। ଆଜି ରବିବାର ତାଙ୍କ ସ୍ୱାମୀ ଓ ଝିଅ ଆଶ୍ରମକୁ ଆସି ଜୟାକୁ ଚିହ୍ନିବା ସହିତ ତାକୁ ଘରକୁ ଫେରାଇ ନେବାକୁ କହିଥିଲେ। ଏନେଇ ଜନନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୌଦ୍ୱାର ଥାନାକୁ ଅବଗତ କରାଯାଇଥିଲା। ଜୟାକୁ ସାଙ୍ଗରେ ନେବା ପାଇଁ ତାର ସ୍ୱାମୀ ଥାନାରେ ଲିଖିତ ପ୍ରତିଶ୍ରୁତି ଦେଇ ସାଙ୍ଗରେ ନେଇଯାଇଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories