www.samajalive.in
Wednesday, December 10, 2025
23.1 C
Bhubaneswar

ବିଶ୍ବନାଥପୁର ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ, ବିଜେଡି -ବିଜେପି ପାଇଁ ସମ୍ମାନର ପ୍ରଶ୍ନ

ଗୋପାଳପୁର: ରଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁର ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ଆସନ୍ତା ୧୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଠାରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏଣୁ ଗତ ୨୦୧୭ ନିର୍ବାଚନରେ ଏହି ପଞ୍ଚାୟତର ଉଭୟ ସମିତି ସଭ୍ୟ ଓ ସରପଞ୍ଚ ପଦବୀ ବିଜେପି ହାତକୁ ଚାଲିଯାଇଥିଲା, କିନ୍ତୁ ଏବେ ଏଠାରେ ପୁନଃ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଠାରେ କିଏ ଗଡ଼ ଜିତିବ ତାହାକୁ ନେଇ ସାଧାରଣରେ ଉତ୍ସୁକତା ବଢ଼ିଯାଇଛି। ୧୧ଟି ଗାଁ ହରଡଙ୍ଗ, ଜଗନ୍ନାଥପୁର, ଲିପୁର, ବାହାଦୂର ଟେକା, ରଘୁନାଥପୁର, ମହାସାଇ ପେଣ୍ଠ, ଜାଲରିପେଣ୍ଠ, ନୟାପଲ୍ଲୀ, ବିଶ୍ବନାଥପୁର, ସାନ ବିଶ୍ବନାଥ ପୁର ଓ ଫିରୋଜ ପେଣ୍ଠକୁ ନେଇ ବିଶ୍ବନାଥପୁର ରହିଥିବା ବେଳେ ୫୧୦୬ ଭୋଟର ସରପଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ଜଣାପଡିଛି। ଏହା ସହ ପ୍ରଶାସନ ପକ୍ଷରୁ ଏହି ୧୧ଟି ଗାଁରେ ୧୩ଟି ଭୋଟ କେନ୍ଦ୍ର କରାଯିବାକୁ ସ୍ଥିର କରାଯାଇଛି। ଆସନ୍ତା ୧୧ ତାରିଖରେ ସକାଳ ୭ ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ୧୨ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।
ସୂଚନାଯୋଗ୍ୟ ଯେ ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରେ ଶିବ ସେଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବାସନ୍ତୀ ଦାସଙ୍କୁ ହରାଇ ସରପଞ୍ଚ ପଦବୀ ହାତେଇଥିଲେ। କିନ୍ତୁ ସମୟକ୍ରମେ ଶିବ ସେଠୀଙ୍କ ବିରୋଧରେ ସେଠାରେ ଥିବା ୱାର୍ଡ ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ ଆଣିବା ସହ ଗତ ସେପ୍ଟେମ୍ବର ୭ ତାରିଖରେ ଅନୁଷ୍ଠିତ ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣରେ ଶିବ ସେଠୀ ଙ୍କ ସପକ୍ଷରେ ୫ଟି ଭୋଟ ରହିଥିବା ବିପକ୍ଷରେ ୬ଟି ଭୋଟ ପଡ଼ିଥିଲା ଏବଂ ୨ ଜଣ ଅନୁପସ୍ଥିତ ରହିଥିଲେ। ଯଦ୍ୱାରା ଶିବ ସେଠୀ ସରପଞ୍ଚ ପଦବୀରୁ ବାହାରିଯିବା ସହ ଉପନିର୍ବାଚନ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା। ଚଳିତ ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ଶିଳ୍ପା ସେଠୀ ଓ ବାସନ୍ତୀ ଦାସଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଥିବା ବେଳେ ବିଜେପି ଓ ବିଜେଡ଼ି ମଧ୍ୟ ନିଜ ସମର୍ଥୀଥ ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ଅଙ୍କ କଷା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।

 

- Advertisement -

ସୂଚନା ପ୍ରକାରେ ୫୩ ନଂ ଜିଲା ପରିଷଦ ଆସନଟି ବିଜେପି ହାତରେ ଥିବା ବେଳେ ଗଞ୍ଜାମ ଜିଲା ବିଜେପି ସଭାପତି, ପୂର୍ବତନ ଜିଲ୍ଲାପରିଷଦ ପ୍ରମୁଖ ରହିଛନ୍ତି। ଅନ୍ୟ ପଟେଏହି ଜୋନରୁ ବିଜେଡିର ବ୍ଲକ ଅଧକ୍ଷ୍ୟ, ଉପାଧ୍ୟାକ୍ଷ, ପୂର୍ବତନ ବିଜେଡି ସଭାପତି, ପୂର୍ବତନ ଜିଲା ପରିଷଦ, ପୂର୍ବତନ ବ୍ଳକ ଅଧକ୍ଷଙ୍କ ପ୍ରମୁଖ ରହିଛନ୍ତି। ଏହା ସହ ନିର୍ବାଚନ ପରିଚାଳନା ପାଇଁ ଏବେ ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି କରାଇଦେବା ନେଇ ଠକେଇ ମାମଲାରେ ଏବେ ଜେଲରେ ଥିବା ବିଜେଡି ପାଇଁ ନିର୍ବାଚନ ଏକ ଚ୍ୟାଲେଞ୍ଜ ସଦୃଶ୍ୟ ଠିଆ ହୋଇଥିବା ଆଲୋଚନା ହେଉଛି।
ସରପଞ୍ଚ ଉପ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବାସନ୍ତୀ ଦାସ ହୋଇଥିବା ବେଳେ ବିଜେପିରୁ ଶିଳ୍ପା ସେଠୀ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥିକୁ ଯେତିକି ଗୁରୁତ୍ୱ ଦିଆଯାଉନି ତାଠୁ ଅଧିକ ଗୁରୁତ୍ୱ ଦୁଇ ଦଳର ତୁଙ୍ଗ ନେତାଙ୍କ ଉପରେ ରହିଛି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠାରୁ ବିଜେପି ସମର୍ଥିତ ସରପଞ୍ଚ ସମିତି ବିଜୟୀ ହୋଇଥିଲେ। ପରବର୍ତ୍ତି ସମୟରେ ସରପଞ୍ଚ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। କଳାକ୍ରମରେ ବିଜେଡି ହିଁ ଅନାସ୍ଥା ପ୍ରସ୍ତାବ ଆଣି ନିଜ ସରପଞ୍ଚଙ୍କୁ ହରାଇଥିଲେ। ନିର୍ବାଚନ ଆଉ ୩ଦିନ ବାକି ରହିଥିବା ବେଳେ ପ୍ରାର୍ଥିଠୁ ନେତାଙ୍କ ସମ୍ମାନ ଅଧିକ ରହିଥିବା ଦେଖିବାକୁ ମିଳିଛି। ବିଶ୍ୱନାଥପୁର ପଞ୍ଚାୟତର ଅନ୍ତର୍ଭୁକ୍ତ ଥିବା ୧୧ଟି ଗାଁ ମଧ୍ୟରୁ ମଧ୍ୟରୁ ୪ଟି ଗାଁ ତେଲୁଗୁ ସମ୍ପ୍ରଦାୟର ହୋଇଥିବାରୁ ନିର୍ବାଚନ ବିଜୟର ନିର୍ଣ୍ଣାୟକ ଭୂମିକା ଏହି ୪ ଟି ଗାଁ ନେବାର ଯଥେଷ୍ଟ ସମ୍ଭାବନା ରହିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories