www.samajalive.in
Sunday, December 7, 2025
14.1 C
Bhubaneswar

ପୂଜାରାଙ୍କୁ ଶୀଘ୍ର ଆଉଟ୍‌ କରିବା ଆମ ପାଇଁ ବଡ଼ ଆହ୍ବାନ: ରୁଟ୍

ଚେନ୍ନଇ: ଚେତେଶ୍ବର ପୂଜାରା ଟେଷ୍ଟ କ୍ରିକେଟର ଜଣେ ପ୍ରତିଷ୍ଠିତ ଖେଳାଳି। ତାଙ୍କୁ ଆଉଟ୍‌ କରିବା ପ୍ରତିପକ୍ଷ ବୋଲରଙ୍କ ପାଇଁ ସବୁବେଳେ ଆହ୍ବାନ ହୋଇଥାଏ। ଚଳିତ ଟେଷ୍ଟ ସିରିଜ୍‌ରେ ପୂଜାରାଙ୍କୁ ଶୀଘ୍ର ଆଉଟ୍‌ କରିବା ଆମ ପାଇଁ ବଡ ଆହ୍ବାନ ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କହିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଏମ୍‌ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଖେଳାଯିବ। ଏହା ପୂର୍ବରୁ ଇଂଲଣ୍ଡ ଅଧିନାୟକ ରୁଟ୍‌ କହିଛନ୍ତି, କୋହଲିଙ୍କ ନେତୃତ୍ବାଧିନ ଭାରତ ଏକ ଭଲ ଦଳ। ବିରାଟ ସେନାଙ୍କୁ ଭାରତରେ ପରାସ୍ତ କରିବା ଏତେ ସହଜ ନୁହେଁ। ଶ୍ରୀଲଙ୍କାକୁ ଘରୋଇ ପଡ଼ିଆରେ ପରାସ୍ତ କରିବାରେ ଆମେ ସକ୍ଷମ ହୋଇଛୁ। ଭାରତକୁ ପରାସ୍ତ କରିବା ନେଇ ଆମେ ଆଶାବାଦୀ ବୋଲି ରୁଟ୍‌ କହିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ସିରିଜ୍‌୨-୦ରେ ବିଜୟ ପରେ ଦଳର ଖେଳାଳିଙ୍କ ନିକଟରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଭାରତ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦଳ। ୪ ମ୍ୟାଚ ବିଶିଷ୍ଟ ସିରିଜ୍‌ ଆମ ପାଇଁ ବଡ ଆହ୍ବାନ ବୋଲି ରୁଟ୍‌ କହିଛନ୍ତି। ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ଟେଷ୍ଟ ସିରିଜ୍‌ ବିଜୟରେ ଚେତେଶ୍ବର ପୂଜାରା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ୩ ନମ୍ବରରେ ସେ ଭାରତ ପାଇଁ ଏକ ଚମତ୍କାର ଖେଳାଳି। ରନ୍‌ କରିବା ସହିତ ଇନିଂସକୁ ସଜାଡ଼ିବାରେ ପୂଜାରାଙ୍କ ନିକଟରେ ପୂର୍ଣ୍ଣ ଦକ୍ଷତା ରହିଛି। ବିଶେଷ କରି ଘରୋଇ ପଡ଼ିଆରେ ରେକର୍ଡ ବହୁତ ଭଲ ରହିଛି। ଭାରତ ପାଇଁ ପୂଜାରା ମୂଲ୍ୟବାନ ଖେଳାଳି ହୋଇଥିବାବେଳେ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ୱିକେଟ ବୋଲି ରୁଟ୍‌ କହିଛନ୍ତି। ଆହତ ପାଇଁ ପ୍ରଥମ ଟେଷ୍ଟରୁ ଦଳରୁ ବାଦ୍‌ ପଡ଼ିଥିବା ଓପନର ଜ୍ୟାକ୍‌ କ୍ରଲିଙ୍କୁ ନେଇ ରୁଟ୍‌ କହିଛନ୍ତି ଏହା ଆମ ପାଇଁ ଦୁର୍ଭାଗ୍ୟଜନକ ବୋଲି ମତ ଦେଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories