www.samajalive.in
Saturday, December 6, 2025
23.1 C
Bhubaneswar

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନର ଅଭିନବ ପ୍ରୟାସ, ଶୁଭାରମ୍ଭ ହେଲା ”ଆମ ଇତିହାସ- ଆମ ସମ୍ମାନ” କାର୍ଯ୍ୟକ୍ରମ 

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଆମ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ବର୍ଷରେ ଥରେ ସଫା ହୋଇ ସ୍ମୃତିଚାରଣ କରାଯାଏ , ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଛି । ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଗଠନ ହୋଇଛି ”ଆମ ଇତିହାସ- ଆମ ସମ୍ମାନ”।  ଆଉ ଅବହେଳିତ ହେବେନି ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି , ସପ୍ତାହରେ ଗୋଟିଏ ଦିନ ରାଜଧାନୀର ସମସ୍ତ ପ୍ରତିମୂର୍ତ୍ତି ସଫେଇ ଓ ସ୍ମୃତିଚାରଣ କରାଯିବ ।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାପରୁଷ ପ୍ରତିମୂର୍ତ୍ତି ସ୍ଥଳର ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନ ” ତରଫରୁ ”ଆମ ଇତିହାସ- ଆମ ସମ୍ମାନ” ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସ୍ମୃତିଚାରଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ମହାପରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ପୁଷ୍ପମାଳ ଦେଇ ସ୍ମୃତିଚାରଣ କରାଯାଇଥିଲା ।

ଆଗମୀ ଦିନରେ ଛାତ୍ର ସଙ୍ଗଠନ ତରଫରୁ ରାଜଧାନୀର ସମସ୍ତ ପ୍ରତିମୂର୍ତ୍ତି ସଫେଇ ଓ ସ୍ମୃତିଚାରଣ କରାଯିବ । ଏହି କାର୍ୟ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ୟ୍ୟକାରୀ ସଭାପତି ରାଜେଶ ରାଜ ସ୍ବାଇଁ,ଛାତ୍ର ନେତା ମନୋରଞ୍ଜନ ସ୍ବାଇଁ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅରୁପ ଶ୍ରୀଚନ୍ଦନ,  ଶୁଭମ ସ୍ବାଇଁ,ସଚିକାନ୍ତ ସ୍ବାଇଁ,ସିମ୍ରନ ସିଂ ରାଜପୁତ, ଶାଶ୍ୱତୀ ସୋମ୍ୟା ମିଶ୍ର, ସୁଚିସ୍ମିତା ବେହେରା,ସନ୍ତୋଷ ବେହେରା,ସନ୍ତୋଷ ମାଝୀ,ରୁଦ୍ର ପଟ୍ଟନାୟକ ,ମିର ଅଵ ଦୁଲ ମହମ୍ମଦ , ଉମର ଶେଖ ମହମ୍ମଦ ହାନିଫ , ଗଙ୍ଗାରାମ ତାନି, ,ଆଶୀର୍ବାଦ ଜାଲି, ସୁପ୍ରିୟ ରଞ୍ଜନ ବରାଳ , ସୁଧାନ୍ସୁ ଶେଖର ,ଦିନେଶ ବରାଇ ପରିଚାଳନା କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories