www.samajalive.in
Sunday, December 14, 2025
23.1 C
Bhubaneswar

‘ତାଲିକାରୁ ନାଁ କାଟି ଦେଲେ ବାବୁ, କାରଣ ଆମେ ଜାଣିନୁ’

ବଲାଙ୍ଗିର : ମୋର ବୟସକୁ ଦେଖନ୍ତୁ। ତା’ ପରେ ଭତ୍ତା ଦିଅନ୍ତୁ। ଯଦି ମୁଁ ଯୋଗ୍ୟ ନୁହେଁ, ତାର କାରଣ ଜଣାଇଦେଲେ ଆମେ ଉପକୃତ ହୁଅନ୍ତୁ। କିନ୍ତୁ ଆବେଦନର ଦୀର୍ଘ ଦୁଇ ବର୍ଷ ହେଲା ଭତ୍ତା ପାଇଁ ଧାଇଁ ଆସୁଥିଲେ ହେଁ କିଛି ସୁଫଳ ମିଳୁନି। ଆମ ଠାରୁ ଯେଉଁମାନେ ବହୁତ ସାନ, ମାତ୍ର ୪୫/୫୦ ବର୍ଷର ସେମାନଙ୍କୁ ଭତ୍ତା ସହଜରେ ମିଳିଯାଉଛି। ଆମ ବେଳକୁ କାହିଁକି ଏଭଳି ଅବହେଲା କରାଯାଉଛି ବୋଲି ବଲାଙ୍ଗିର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଅଭିଯୋଗ କରିଛନ୍ତି ବରିଷ୍ଠ ନାଗରିକ। ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ଗାଁର ମଧୁ ମଙ୍ଗଳ ପଧାନ। ବୟସ ୭୬ ଉପରେ। ମଧୁବାବୁ ପେନସନ ଯୋଜନା ପାଇଁ ଦୀର୍ଘ ଦୁଇ ବର୍ଷ ହେଲା ଆବେଦନ କରିଥିଲେ ହେଁ ତାଙ୍କୁ ବିଭାଗୀୟ ବାବୁ ଭୁଆଁ ବୁଲେଇ ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ନାଁ ଏସସିସି ଲିଷ୍ଟରେ ଆବାସ ଯୋଜନା ପାଇଁ ଥିଲେ ହେଁ ସେଥିରୁ ତାଙ୍କ ଅଜଣାତରେ ନାଁ କାଟି ଦିଆଯାଇଛି। ଶାସନ ବ୍ୟବସ୍ଥାରେ ଯଦି କୌଣସି ବ୍ୟକ୍ତି ଯୋଗ୍ୟ ଥାଇ ତାଙ୍କୁ ଅଯୋଗ୍ୟ  ଘୋଷିତ କଲେ ସ୍ପଷ୍ଟ ଭାବେ କାରଣ ଜଣାଇ ଦିଆଯିବା କଥା। ହେଲେ ତାହା ମଧ୍ୟ କରାଯାଇ ନାହିଁ। ବଲାଙ୍ଗିର ଜିଲାର ଗ୍ରାମାଞ୍ଚଳରେ ଏଭଳି ଭାବେ ଲୋକଙ୍କୁ ଶାସନ କରାଯାଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କୁ ତୁରନ୍ତ ୫ ଶହ ଟଙ୍କା ଭତ୍ତା ସହ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି। ସେହିପରି  ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗାଁରୁ ଅସହାୟ ବୃଦ୍ଧ ମହିଳାମାନେ ଶେଷରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗାଁର ପୁନ ବିଶ୍ୱାଳ, ରାଧିକା ବାଗ, ବିବି ଗଡତ୍ୟା, ବିଶାଖା ବିଶ୍ୱାଳ ଭତ୍ତା ପାଇଁ ଗୁହାରୀ କରିଛନ୍ତି। ସେମାନେ ଖୁବ ଅସହାୟ,ଗରିବ ପରିବାରର ହୋଇଥିବା ବେଳେ ସେମାନେ ବୃଦ୍ଧା ସମୟରେ ବେଶ ଅସହାୟ ହୋଇଯାଇଥିବା କହିଛନ୍ତି। ଗାଁର ଉଷା ଜୁଏଡଙ୍କ ଘର ନଥିବା ବେଳେ ବେଶ ହନ୍ତସନ୍ତ ହେଉଛନ୍ତି। ଏତେ ଦିନ ଧରି ଭତ୍ତା, ଘର ପାଇଁ ଅବେଦନ ପତ୍ର ଦେଇଥିଲେ ହେଁ କେହି କିଛି ଶୁଣୁନାହାନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories