www.samajalive.in
Saturday, December 13, 2025
27.1 C
Bhubaneswar

ନୀଳଗିରିରେ ୫ଜଣଙ୍କୁ ଝାମ୍ପି କ୍ଷତାକ୍ତ କଲା ରକ୍ତମୁଖା ଭାଲୁ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳଟି ଭାଲୁପ୍ରବଣ ଅଞ୍ଚଳଭାବେ ପରିଚିତ। ତେବେ ଏହି ଅଞ୍ଚଳରେ ଏକ ଭାଲୁ ରକ୍ତମୁଖା ହୋଇ ୫ଜଣଙ୍କୁ ଝାମ୍ପି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଛି।

ମିତ୍ରପୁର ନିକଟସ୍ଥ ତଥା ନୀଳଗିରି ବ୍ଲକର ସୀମାନ୍ତରେ ଥିବା ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବାଉଁଶବୁଦା ମୂଳରେ ନିଆଁ ଲଗାଇବା ଯୋଗୁ ଏହା ଭିତରେ ଲୁଚି ରହିଥିବା ଗୋଟିଏ ଭାଲୁ ମଙ୍ଗଳବାର ମିତ୍ରପୁର ଅଞ୍ଚଳରେ ଉପଦ୍ରବ ଘଟାଇଛି। ଏହି ଭାଲୁଟି ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ପ୍ରଥମେ ମିତ୍ରପୁରର ଗୋପନାରାୟଣ ମହାପାତ୍ରଙ୍କ ବାଡ଼ିରେ କାମ କରୁଥିବା ଜାମବଣି ଅଞ୍ଚଳର ଶୁକୁରା ସିଂ (୫୦)ଙ୍କୁ ଆକ୍ରମଣ କରିଥିଲା। ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି କରିଥିଲା। ପରେ ମିତ୍ରପୁର ଚର୍ଚ୍ଚ ପାଖକୁ ଯାଇ ଏହି ଭାଲୁଟି ଗଡ଼ିଆରେ ମାଛ କାତି ଛଡ଼ାଉଥିବା ରୁନା ସିଂଙ୍କ ସ୍ତ୍ରୀ ଭାରତୀ (୩୫) ଏବଂ ତାଙ୍କ ଝିଅ ଜଲି (୧୦)ଙ୍କୁ ଆକ୍ରମଣ କରିଥିଲା। ପରେ କେପିମାହାଲ ଅଞ୍ଚଳରେ ବାଉଁଶକଣ୍ଟା କାଟୁଥିବା ଚତ୍ରିଖୁଣ୍ଟା ଅଞ୍ଚଳର ଲକ୍ଷ୍ମଣ ସିଂ (୪୯)ଙ୍କ ମୁଣ୍ଡକୁ ଝାମ୍ପି ନେଇଥିଲା। ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁହଁ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେଠାରୁ ଏହି ଭାଲୁଟି ମିତ୍ରପୁର ବଜାରର ନିରଞ୍ଜନ ଲେଙ୍କା ଘର ସମ୍ମୁଖରେ ଖଟିଆ ବୁଣୁଥିବା ମଖାପଦା ଅଞ୍ଚଳର କିଶୋର ସିଂ (୬୦)ଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଭାଲୁ ଆକ୍ରମଣରେ ସମସ୍ତ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଶୁକୁରାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣ ପରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories