www.samajalive.in
Sunday, December 14, 2025
16.1 C
Bhubaneswar

ମଣ୍ଡି ଫାଟକରେ ତାଲା, ଧାନବିକ୍ରିରୁ ଚାଷୀ ବଞ୍ଚିତ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକରେ ମଣ୍ଡି ପରିଚାଳନରେ ବାରମ୍ବାର ଅବ୍ୟବସ୍ଥା ନଜରକୁ ଆସୁଛି। ବିନା ଟୋକନରେ ମଣ୍ଡିରୁ ଧାନ ଜବତ ଘଟଣାର କିଛିଦିନ ନପୂରୁଣୁ ପୁର୍ନବାର ମଣ୍ଡି ଫାଟକରେ ତାଲା ଯୋଗୁଁ ଜଣେ ଚାଷୀ ଟୋକନ ପାଇ ଧାନବିକ୍ରୀରୁ ବଞ୍ଚିତ ହେବା ଭଳି ଆଉ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ଏ ନେଇ ଚାଷୀ ନବୀନ ମହାକୁଡ ନ୍ୟାୟପାଇଁ ସୋମବାର ବୌଦ୍ଧ ଜିଲାପାଳ ଓ ଯୋଗାଣ ଅଧିକାରୀ ଏବଂ ଏଆରସିଏସଙ୍କ ପାଖରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତାଙ୍କ ଅଭିଯୋଗ ଅନୁସାରେ ନବୀନ ମହାକୁଡ ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତ ପଦାମାଳ ଗ୍ରାମର ବାସିନ୍ଦା।ତାଙ୍କ ପାଖକୁ ଟୋକନ ନଂ-୧୯୧ରେ ଧାନବିକ୍ରୀ ପାଇଁ ଗତ ୧ଫେବୃୟାରୀ୨୧ ମୋବାଇଲକୁ ମେସଜ ଆସିଥିଲା।ମେସଜ ପାଇବା ପରେ ସେ ଗତ ୩୧ ଜାନୁୟାରୀ ୨୧ରେ ସମବାୟ ସଂପାଦକ ସଞ୍ଜୟ ଗାଈଗୌରୀଆଙ୍କୁ ଟୋକନ ସ୍ଲିପ ମାଗିଥିଲେ, ମାତ୍ର ସେ ଟୋକନ ଦେବାକୁ ମନାକରିଥିଲେ।

 

- Advertisement -

ପୁଅ ଏବଂ ଝିଅର ଉଚ୍ଚ ଶିକ୍ଷା ଏବଂ ପରୀକ୍ଷା ଫି ପାଇଁ ପଇସା ଆବଶ୍ୟକ ଥିବାରୁ ସେ ବାଧ୍ୟ ହୋଇ ୭୦କ୍ବିଣ୍ଟାଲ ଧାନ ଛତ୍ରଙ୍ଗ ମଣ୍ଡିରେ ବିକ୍ରି ପାଇଁ ପହଞ୍ଚିଥିଲେ। ମାତ୍ର ମଣ୍ଡି ଫାଟକରେ ତାଲା ଯୋଗୁଁ ଧାନବିକ୍ରି କରି ନପାରି ନିରାଶ ହୋଇ ଫେରିଥିବା ସଂର୍ପକରେ ଅଭିଯୋଗ କରିଛନ୍ତି। ପିଲାଙ୍କ ପାଠପଢା ପାଇଁ ପଇସା ଆବଶ୍ୟକଥିବାରୁ ଏ ସଂର୍ପକରେ ନ୍ୟାୟ ପାଇଁ ଜିଲାପାଳ ବୌଦ୍ଧ,ଏଆରସିଏସ ବୌଦ୍ଧ ଏବଂ ସିଏସଓ ବୌଦ୍ଧଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ତାଙ୍କୁ ନ୍ୟାୟ ନମିଳିଲେ ଧାନମଣ୍ଡି ଫାଟକ ସମ୍ମୁଖରେ ଧାନବସ୍ତା ରଖି ଅନଶନ କରିବାକୁ ଧମକ ଦେଇଛନ୍ତି। ଏସଂର୍ପକରେ ଶଙ୍କୁଲେଇ ସମବାୟ ସଂପାଦକ ସଂଜୟ ଗାଈଗୌରୀଆଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ ନ ଲାଗିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଏ ସମ୍ପର୍କରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଧାନ ବିକ୍ରି ହୋଇନ ପାରିନଥିବାରୁ ମଣ୍ଡି ଫାଟକ ଆଗରେ ଧାନବସ୍ତା ରଖି ଧାରଣା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories