www.samajalive.in
Monday, December 8, 2025
16.1 C
Bhubaneswar

ଓଡିଆ ଚଳଚ୍ଚିତ୍ର ‘ଅସ୍ତରାଗ’ର ଗୀତିକାର ଓ ବାଦ୍ୟକାର କୃପାସିନ୍ଧୁ ଗୁରୁଙ୍କ ପରଲୋକ

ସମ୍ବଲପୁର: ବିଖ୍ୟାତ ଓଡିଶା ଚଳଚ୍ଚିତ୍ର ‘ଅସ୍ତରାଗ’ର ଗୀତିକାର ଗୀତିକାର ତଥା ବାଦ୍ୟକାର କୃପାସିନ୍ଧୁ ଗୁରୁ ଙ୍କ ୭୯ ବର୍ଷ ବୟସରେ ସୋମବାର ସକାଳୁ ପରଲୋକ ହୋଇଯାଇଛି। ସମ୍ବଲପୁରର ଗୁରୁପଡାର ମୂଳ ନିବାସୀ ତଥା ଶୁଭଶ୍ରୀ ବିହାର ଅଇଁଠାପାଲି ଠାରେ ରହୁଥିବା ବରିଷ୍ଠ ବାଦ୍ୟକାର କୃପାସିନ୍ଧୁ ବିଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ। ଓଡିଶା ସରକାରଙ୍କ ବାଣିଜ୍ୟ କର ବିଭାଗରୁ ଅବସର ଗ୍ରହଣ କରିଥିବା କୃପାସିନ୍ଧୁ ଙ୍କ ପିଲା ଦିନରୁ ସଙ୍ଗୀତ ପ୍ରତି ଗଭୀର ଆକର୍ଷଣ ରହିଥିବାରୁ ସେ ବିଭିନ୍ନ ଗୁରୁ ମାନଙ୍କ ଠାରୁ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। ୧୯୬୦ ମସିହାରେ ସେ ସମ୍ବଲପୁର କଳା ପରିଷଦରେ ଜଣେ କଳାକାର ଭାବରେ ଯୋଗ ଦେବା ସହିତ ଆକାଶବାଣୀ ଓ ଦୁରଦର୍ଶନରେ ବିଭିନ୍ନ କଣ୍ଠଶିଳ୍ପୀ ମାନଙ୍କ ସହିତ ବେହେଲା, ମେଣ୍ଡୋଲିନ, ତବଲା, ମାନ୍ଦଲ, ଢ଼ୋଲ, ନିଶାନ ଆଦି ବାଦ୍ୟ ବାଦନ କରି ତାଙ୍କର ପ୍ରତିଭା ପ୍ରଦର୍ଶିତ କରିଛନ୍ତି। ଆକାଶବାଣୀ ସମ୍ବଲପୁରର ସ୍ୱିକୃତିପ୍ରାପ୍ତ ଗୀତିକାର ହେବା ସହିତ ସମ୍ବଲପୁର କଳା ପରିଷଦରେ ସଙ୍ଗୀତ ଗୁରୁ ଭାବରେ ଦୀର୍ଘ ୪୦ ବର୍ଷ ଧରି ଶିକ୍ଷା ଦାନ କରିଥିଲେ। ତାଙ୍କର ଶିଷ୍ୟ ଓ ଶିଷ୍ୟା ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଡିଲିଟ ପ୍ରାପ୍ତ ଡଃ କ୍ରିଷ୍ଣା ପଟେଲ, ଓଡିଶା ସଙ୍ଗୀତ ଏକାଡେମୀ ଦ୍ୱାରା ପୁରସ୍କୃତ କପିଳେନ୍ଦ୍ର ସାହୁ, ସ୍ୱର୍ଗତା ପୂର୍ଣ୍ଣପ୍ରଭା ପାଣିଗ୍ରାହୀ, ସନ୍ତୋଷ କୁମାର ସୁନା ଆଦି ଅନେକ କଳାକାର ଦେଶ ବିଦେଶରେ ଖ୍ୟାତି ଲାଭ କରିଛନ୍ତି।

ସ୍ୱର୍ଗତ ମୁରାରୀ ପ୍ରସାଦ ମିଶ୍ର, ଚିନ୍ତାମଣି ପୂଜାରୀ, ଫକିର ପଟ୍ଟନାୟକ ଇତ୍ୟାଦି ଙ୍କ ସହିତ ଅନେକ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ସହଭାଗିତା କରିଥିଲେ। ସମ୍ବଲପୁର କଳା ପରିଷଦ ତରଫରୁ ଦେଶର ପ୍ରମୁଖ ସହର ଗୁଡିକରେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ର ସହଭାଗିତା କରିଥିଲେ। ୧୯୮୭ ମସିହାରେ ଭାରତ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କର ବାଲ୍ୟବନ୍ଧୁ ତଥା ନୃତ୍ୟ ଗୁରୁ ରଣଜିତ ନାଗଙ୍କ ନିର୍ଦ୍ଦେଶନା ଓ ତତ୍ୱାବଧାନରେ ସୋଭିଏତ ରୁଷର ବିଭିନ୍ନ ସ୍ଥାନ ଯଥା ରୁଷିଆ, ତାଶକେନ୍ଟ, ମସ୍କୋ, ଉଜବେକିସ୍ଥାନ, ତୁର୍କମେନିସ୍ଥାନ, କାଜିକସ୍ଥାନ, ଜର୍ଜିଆ, ଆରମାନିଆ ଆଦି ବିଦେଶୀ ମାଟିରେ ପ୍ରାୟ ୨ ମାସ ଧରି ୨୫ଟି ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ର ସହଯୋଗିତା କରିଥିଲେ। ୧୯୯୩ ମସିହାରେ ଇଣ୍ଡୋନେସିଆରେ କଳିଙ୍ଗ – ବାଲି ଯାତ୍ରା, ଆଣ୍ଡାମାନ ଓ ନିକୋବରର ବିଭିନ୍ନ ଦ୍ୱୀପରେ ଦ୍ୱୀପ ମହୋତ୍ସବରେ ଏକ ମାସ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (କୋଲକତା) ର ଉଦଘାଟନୀ ଉତ୍ସବ ଶାନ୍ତି ନିକେତନ, ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମ୍ମୁଖରେ ନୂଆଦିଲ୍ଲୀ ଠାରେ ଅପନା ଉତ୍ସବ, କୋଲକାତାର ପାଟା କନଫରେନ୍ସ, ପୁରୀ ବେଳାଭୂମି ମହୋତ୍ସବ, କୋଣାର୍କ ଉତ୍ସବ, ରାଜସ୍ଥାନର ମାଉନ୍ଟ ଆବୁରେ ଜାତୀୟ ମହୋତ୍ସବ ଆଦି ଅନେକ କାର୍ଯ୍ୟକ୍ରମ ଗୁଡିକରେ ସେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ବାଦ୍ୟ ଯନ୍ତ୍ରରେ ସହଯୋଗିତା କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ସ୍ୱର୍ଗତ କୃପାସିନ୍ଧୁଙ୍କ ରଚିତ ସମ୍ବଲପୁରୀ କ୍ଷୁଦ୍ର ଗଳ୍ପ ଓ କବିତା ଗୁଡିକ ଅନେକ ସମ୍ବାଦପତ୍ର ତଥା ମ୍ୟାଗାଜିନ ଗୁଡିକରେ ମଧ୍ୟ ପ୍ରକାଶିତ ହୋଇଛି। ସେ ତାଙ୍କର ପଛରେ ଧର୍ମପତ୍ନୀ ବାସନ୍ତୀ, ପୁତ୍ର ସୁର୍ଯ୍ୟ, ଝିଅ ସୁଶ୍ରିତା, ରିମା, ସୁଜାତା ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି। ସ୍ଥାନୀୟ ରାଜଘାଟ ଠାରେ ଶେଷ ସମୟରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିବା ବେଳେ ପୁତ୍ର ସୁର୍ଯ୍ୟ ପ୍ରକାଶ ମୁଖାଗ୍ନି ଦେଇ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ। କୃପାସିନ୍ଧୁଙ୍କ ବିୟୋଗରେ କଳା ଓ ସଂସ୍କୃତି ପ୍ରେମୀ ମାନଙ୍କ ସହିତ ସବୁ ମହଲରୁ ଶୋକ ପ୍ରକାଶ କରାଯାଉଛି।

- Advertisement -

ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ ହେବ ସଙ୍ଗୀତ ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ଓଡିଆ ଚଳଚ୍ଚିତ୍ର ‘ଅସ୍ତରାଗ’ ର ଗୀତିକାର ଓ ବାଦ୍ୟକାର କୃପାସିନ୍ଧୁଙ୍କ ସୋମବାର ପରଲୋକ ହୋଇଯାଇଛି। କିନ୍ତୁ ଦୁଃଖର ବିଷୟ ଯେ, ଜୀବନବ୍ୟାପି ସଙ୍ଗୀତ ସାଧନା କରିଥିବା କୃପାସିନ୍ଧୁଙ୍କ ୬ ଜଣ ଶିଷ୍ୟ ଓ ଶିଷ୍ୟା ଓଡିଶା ସଙ୍ଗୀତ ଏକାଡେମୀର ସମ୍ମାନଜନକ ପୁରସ୍କାର ପାଇ ସାରିଥିଲେ ସୁଦ୍ଧା ଜୀବନ ଥିବା ପର୍ଯ୍ୟନ୍ତ ମିଳି ପାରି ନାହିଁ। ଏଣୁ ତାଙ୍କୁ ମରୋଣପରାନ୍ତ ଓଡିଶା ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରଦାନ କରିବାକୁ ସବୁ ମହଲରୁ ଦାବି ହେଉଛି।

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories