www.samajalive.in
Sunday, December 14, 2025
26.1 C
Bhubaneswar

ସୁପରମାର୍କେଟ୍‌ରେ କଦଳୀପତ୍ର ବ୍ୟାଗ୍

ପରିବେଶ ପ୍ରଦୂଷଣ ବଢ଼ିବା ଦେଖି ଏବେ ସୁପର୍‌ ମାର୍କେଟ୍‌ଗୁଡ଼ିକ ସଚେତନତା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଥାଇଲାଣ୍ଡର ସମସ୍ତ ସୁପରମାର୍କେଟ୍‌ ଜାନୁଆରୀ ପ୍ରଥମ ସପ୍ତାହରୁ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏବେ ସେଠିକାର ରେସ୍ତୋରାଁ, ଫୁଡ୍ ଜୋନ୍, ପରିବା ମାର୍କେଟ୍‌ରେ ଗ୍ରାହକ ପ୍ଲାଷ୍ଟିକ୍ ବ୍ୟାଗ୍, କପଡ଼ା ବ୍ୟାଗ୍ ନେବା ବନ୍ଦ କରାଯାଇଛି। ସୁପର୍‌ମାର୍କେଟ୍‌ରେ ମିଳୁଥିବା କଦଳୀପତ୍ରର ପ୍ୟାକିଂ ବ୍ୟାଗ୍‌୍ରେ ସମସ୍ତ ସାମଗ୍ରୀ ଭର୍ତ୍ତି କରି ଗ୍ରାହକ ନେଇପାରିବେ। ପ୍ରଦୂଷଣ ପ୍ରଭାବରେ ଦୈନନ୍ଦିନ ଜୀବନ ପ୍ରଭାବିତ ହେବା ସହ ପ୍ଲାଷ୍ଟିକ୍ ବ୍ୟାଗ୍ ହେଉ କିମ୍ବା କପଡ଼ା ବ୍ୟାଗ୍, ସେସବୁ ସହଜରେ ନଷ୍ଟ ହୋଇନଥାଏ। ଏସବୁ ବ୍ୟାଗ୍ ପରିବର୍ତ୍ତେ ବରଂ ପତ୍ରର ବ୍ୟାଗ୍ ବ୍ୟବହାର କରିବା ଉଚିତ୍ ବୋଲି ବିଶେଷଜ୍ଞ କିଛି ମାସ ତଳେ ପରାମର୍ଶ ଦେଇଥିଲେ।

-ପଲିଫିନୋଲ୍ ତତ୍ତ୍ବ ଥିବା କଦଳୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି। ସେଥିରେ ଖାଦ୍ୟ, ଫଳ କିମ୍ବା ପନିପରିବା ପ୍ୟାକିଂ କରିନେଲେ, ସେସବୁ ଶୀଘ୍ର ଖରାପ ହୋଇନଥାଏ।
– ଏପରିକି ଫ୍ରିଜ୍‌ରେ ମଧ୍ୟ ଏହି ପତ୍ରରେ ଖାଦ୍ୟ ରଖିହେବ, ଭାରତର ପ୍ରତ୍ୟେକ ପ୍ରାନ୍ତରେ ପର୍ବପର୍ବାଣିରେ ଲୋକେ କଦଳୀ ପତ୍ରରେ ଭୋଜନ ପରଷି ଖାଇଥାନ୍ତି। ଏହା ଆମ ସଂସ୍କୃତି ତଥା ପରମ୍ପରାର ପରିଚୟ।
– କିଛି ବର୍ଷ ତଳେ ପ୍ରଥମେ କେରଳରେ କଦଳୀପତ୍ର ଝୁଡ଼ି ତିଆରି କରାଯାଇ ସେଥିରେ ଆମ୍ବ ପ୍ୟାକିଂ କରାଯାଇଥିଲା। ପରବର୍ତ୍ତୀ ସମୟରେ କଦଳୀପତ୍ର ବ୍ୟାଗ୍‌ର ଆଦର ଥାଇଲାଣ୍ଡ, ଜାପାନ, ଚୀନ୍ ଆଦି ରାଷ୍ଟ୍ରରେ ଆରମ୍ଭ ହେଲା।
– ଥାଇଲାଣ୍ଡ ସୁପରମାର୍କେଟ୍‌ରେ କଦଳୀପତ୍ର ବ୍ୟାଗ୍‌ର ଉପଯୋଗ ପରେ ବିଶ୍ବର ଅନ୍ୟ ପ୍ରାନ୍ତରେ ମଧ୍ୟ ଏଭଳି ଉଦ୍ୟମ ନିଆଯିବ ବୋଲି ଆଶା କରାଯାଉଛି।
– ଏଇ କଦଳୀପତ୍ର ବ୍ୟାଗ୍ ବିଭିନ୍ନ ଆକାରର ସେଠିକା ସୁପରମାର୍କେଟ୍‌ର ମିଳୁଥିବାବେଳେ ସେଗୁଡ଼ିକର ମୂଲ୍ୟ ୬ ଟଙ୍କାରୁ ୪୦ ଟଙ୍କା ମଧ୍ୟରେ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories