www.samajalive.in
Saturday, December 13, 2025
23.1 C
Bhubaneswar

ବିରାଟଙ୍କୁ କିଭଳି ଆଉଟ୍‌ କରିବ ଇଂଲଣ୍ଡ ଜାଣେନାହିଁ: ମୋଇନ୍‌

ଚେନ୍ନଇ: ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭ୍ରମଣକାରୀ ଦଳର ଅଲ୍‌ରାଉଣ୍ଡର ମୋଇନ୍ ଅଲୀ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ ମନ୍ତବ୍ୟ ରଖିଛନ୍ତି। ବିରାଟଙ୍କୁ ପ୍ରଶଂସା କରି ମୋଇନ୍‌ କହିଛନ୍ତି ଯେ ତାଙ୍କ ଦଳ ବିରାଟଙ୍କୁ କିଭଳି ଆଉଟ୍‌ କରିବ ତାହା ଜାଣେ ନାହିଁ। ବିରାଟ ଜଣେ ବିଶ୍ବସ୍ତରୀୟ ମହାନ୍‌ ଖେଳାଳି।

ଅଷ୍ଟ୍ରେଲିଆ ଗସ୍ତରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ବିରାଟ ଘରୋଇ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଚାହିଁବେ। ତାଙ୍କ ବ୍ୟାଟିିଂରେ କୌଣସି ଦୁର୍ବଳତା ଦେଖିବାକୁ ମିଳେନାହିଁ। ତାଙ୍କୁ ଆଉଟ୍‌ କରିବା ପାଇଁ ବୋଲର ସ୍ବତନ୍ତ୍ର ରଣନୀତି ସହ ବୋଲିଂ କରିବା ଆବଶ୍ୟକ। କାରଣ ବିରାଟଙ୍କ ୱିକେଟ ହାସଲ କରିବା ବୋଲରଙ୍କ ପାଇଁ ସହଜ ନୁହେଁ। ବିଶେଷକରି ସ୍ପିନର ବିରାଟଙ୍କୁ ଆଉଟ୍‌ କରିବା ମଧ୍ୟ ସହଜ ହେବନାହିଁ। ଇଂଲଣ୍ଡ ଦଳର ବୋଲିଂ ମଧ୍ୟ ବହୁତ ଭଲ ରହିଛି। ଦ୍ରୁତ ବୋଲର ବିରାଟଙ୍କୁ ଆଉଟ୍‌ କରିବା ନେଇ ପ୍ରଚେଷ୍ଟା କରିବେ ବୋଲି ମୋଇନ କହିଛନ୍ତି। ବିରାଟ ଅଷ୍ଟ୍ରେଲିଆ ଗସ୍ତରେ ମାତ୍ର ଗୋଟିଏ ଟେଷ୍ଟ ଖେଳି ପିତୃତ୍ବ ଛୁଟିରେ ଭାରତ ଫେରି ଆସିଥିଲେ। ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ନେତୃତ୍ବ ନେଉଛନ୍ତି। ନିଶ୍ଚିତ ବ୍ୟାଟିଂରେ ବିରାଟ ଚମକ ଦେଖାଇବାକୁ ଚେଷ୍ଟା କରିବେ ବୋଲି ମୋଇନ୍‌ କହିଛନ୍ତି। କୋଭିଡ-୧୯ ମଧ୍ୟରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ବହୁତ ଉତ୍ସାହିତ ରହିଛି। ଭାରତ ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବା ନେଇ ପ୍ରସ୍ତୁତ ରହିଛି। ଟେଷ୍ଟ କ୍ରିକେଟ ସବୁଠାରୁ ବଡ ପ୍ରେରଣାଦାୟୀ କ୍ରିକେଟ। ଭାରତ ବିପକ୍ଷ ସିରିଜ୍‌ରେ ୨୦୦ ଟେଷ୍ଟ ୱିକେଟ ହାସଲ କରିବା ନେଇ ଆଶା ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ଗସ୍ତ ଲାଗି ଇଂଲଣ୍ଡ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କରୋନା ପଜିଟିଭ୍‌ କାରଣରୁ ସିରିଜ୍‌ରୁ ବାଦ୍‌ ପଡିଥିଲି। କରୋନାରୁ ସୁସ୍ଥହେବା ପରେ ଏବେ ଭାରତ ବିପକ୍ଷ ସିରିଜ୍‌ ଉପରେ ଗୁରୁତ୍ବ ଦେଉଛି। ସଂଗରୋଧ ପରେ ମାତ୍ର ୫ରୁ ୬ ଦିନ ନେଟ୍‌ ଅଭ୍ୟାସ କରିବାର ସମୟ ରହିଛି। ଉକ୍ତ ସମୟ ମଧ୍ୟରେ ନିଜକୁ ଶତ ପ୍ରତିଶତ ପ୍ରସ୍ତୁତ କରିବାକୁ ଉଦ୍ୟମ କରୁଛି ବୋଲି ମୋଇନ୍‌ କହିଛନ୍ତି। ସୂଚନାଯୋଗ୍ୟ ମୋଇନ୍‌ ଟେଷ୍ଟରେ ୧୮୧ଟି ୱିକେଟ ସହ ୨୭୮୨ ରନ କରିଛନ୍ତି।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories