www.samajalive.in
Saturday, December 6, 2025
26.1 C
Bhubaneswar

ଏନ୍ଏଲସି ବାହ୍ୟ ନିଯୁକ୍ତିକୁ ନେଇ ଆନ୍ଦୋଳନ

ରେଙ୍ଗାଲି: ଖିଣ୍ଡା ସ୍ଥିତ ଏନଏଲସି କମ୍ପାନୀର ତଲାବିରା (୨)ଏବଂ (୩)ରେ ବାହାର ଅଞ୍ଚଳର ୧୦ ଜଣଙ୍କୁ ନିଯୁକ୍ତି ଦିଆଯିବାକୁ ବିରୋଧ କରି ଆଜି ସୁରେନ୍ଦ୍ର ଶ୍ରମିକ ସଂଘ ଏବଂ ଗ୍ରାମବାସୀ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ନୂତନ ନିଯୁକ୍ତ ବାହ୍ୟ ଲୋକଙ୍କୁ ସି.ଟି.ଆର୍ ରୋଡରେ ଅପରାହ୍ନ ୩ଟାରୁ ଅଟକ ରଖି ଆନ୍ଦୋଳନ କରିଥିଲେ। ଜମିହରା, ବିସ୍ଥାପିତ ଏବଂ ପ୍ରଭାବିତ ପରିବାରର ବେକାର ଯୁବକ ମାନଙ୍କୁ ନିଯୁକ୍ତି ନ ଦେଇ ବାହ୍ୟ ନିଯୁକ୍ତି ଦିଆଯିବା ନୀତି ବନ୍ଦ ହେଉ ବୋଲି ଦାବି କରିଥିଲେ। ଏନ୍ଏଲସିର ଜି.ଏମ୍ ବିଜୟ କୁମାର ଏବଂ ରଣବିଜୟ ସିଂ ଆନ୍ଦୋଳନ ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ୩ ଦିନ ମଧ୍ୟରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସନ୍ଧ୍ୟା ୭ଟାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଶ୍ରମିକ ସଂଘର କାର୍ୟ୍ୟକାରୀ ସଭାପତି ବାବୁଲୁ ରାଉତଙ୍କ ନେତୃତ୍ଵରେ ପରିଚାଳିତ ଏହି ଆନ୍ଦୋଳନରେ ସୁବ୍ରତ ବୁଧିଆ, ରୁଦ୍ର ପ୍ରଧାନ,ତରୁଣ ବୁଧିଆ, ମନୁ ପ୍ରଧାନ, ଦୁର୍ଗା ଭୋଇ ପ୍ରମୁଖ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories