www.samajalive.in
Sunday, December 14, 2025
16.1 C
Bhubaneswar

ରାସ୍ତାକଡରୁ ନବଜାତ ଶିଶୁ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ଫୁଲବାଣୀ : ଫୁଲବାଣୀ ଚାଇଲ୍ଡ ଲାଇନ ଦ୍ୱାରା ରବିବାର ବିଲମ୍ବିତ ରାତିରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟିର ବୟସ ପ୍ରାୟ ୬ ରୁ ଦିନ ହୋଇ ଥାଇପାରେ ବୋଲି ଅନୁମାନ କରାଯାଇଛି। ରାତି ପ୍ରାୟ ୧୨ଟା ସମୟରେ ଜନୈକ ବ୍ୟକ୍ତି ଏକ ଭୋଜି ଖାଇ ରାତ୍ରରେ ପରିବାର ସହିତ ଫେରୁଥିବା ବେଳେ ସ୍ଥାନୀୟ କେନ୍ଦୁପଦର ସଂସ୍କୃତ ବିଦ୍ୟାପୀଠ ନିକଟରେ ଏକ ନବଜାତ ଶିଶପୁତ୍ର ପଡିଥିବା ଦେଖିବାକୁ ପାଇଥିଲେ। ସେହି ସମୟରେ ଶିଶୁଟି କାନ୍ଦୁଥିବା ଯୋଗୁଁ ସେ ତୁରନ୍ତ ଶିଶୁଟିର ପାଖକୁ ଯାଇ ଉଦ୍ଧାର କରିବା ସହିତ ଶିଶୁଟିକୁ ହରିଜନସାହିସ୍ଥିତ ନିଜ ଘରକୁ ନେଇଯିବା ପରେ ଫୋନ କରି ଘଟଣା ସମ୍ପର୍କରେ ଚାଇଲ୍ଡଲାଇନର ହେଲପଲାଇନ୍‍ ନମ୍ବର ୧୦୯୮କୁ ଫୋନ୍‍ କରି ଖବର ଦେଇଥିଲେ। ଖବର ପାଇ ଚାଇଲଡ ଲାଇନର ସଦସ୍ୟ ଚିକୁନ କୁମାର ପ୍ରଧାନ, ଅନୁପ କୁମାର ସାହୁ ଓ ସସ୍ମିତ କରଣ ପ୍ରମଖ ଉକ୍ତ ଘରକୁ ଯାଇ ଶିଶୁଟିକୁ ସାଙ୍ଗରେ ଆଣିବା ପରେ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ତୁରନ୍ତ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଏ ନେଇ ଟାଉନ ଥାନାରେ ଖବର ଦିଆଯାଇଥିଲା। ଆଜି ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ପୁନଃ ନୀରିକ୍ଷଣ କରାଯିବା ପରେ ତାର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାକୁ ବର୍ତ୍ତମାନ ଅକ୍ସିଜେନ ଦିଆଯାଉଥିବା ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିବା ଫୁଲବାଣି ଚାଇଲଡ ଲାଇନର ଶିବ ଶଂକର ବେହେରା ସୂଚନା ଦେଇଛନ୍ତି। ତେବେ କିଏ ଓ କେଉଁ କାରଣ ଯୋଗୁଁ ଜଣେ ନବଜାତ ଶିଶୁକୁ ଏଭଳି ଭାବେ ୫ ଡ଼ିଗ୍ରି ଶୀତ କାକରରେ ଛାଡ଼ିଦେଇ ଚାଳିଯାଇଛନ୍ତି ତାହାକୁ ନେଇ ନାନା କଳ୍ପନା ଜଳ୍ପା ଲାଗି ରହିଛି। ତେବେ ନବଜାତ ଶିଶୁ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି କନ୍ଧମାଳ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories