www.samajalive.in
Friday, December 12, 2025
15.1 C
Bhubaneswar

ଯାହାର କୃତିରୁ ଜନ୍ମ ନେଇଥିଲା ଦୁଇ ଦେଶର ରାଷ୍ଟ୍ରଗାନ

ନୂଆଦିଲ୍ଲୀ: ମଙ୍ଗଳବାର କବି, ଔପନାସିକ, ନାଟ୍ୟକାର, ଚିତ୍ରକାର ରବିନ୍ଦ୍ର ନାଥ ଠାକୁରଙ୍କ ଶ୍ରାଦ୍ଧ ଦିବସ। ୭ଅଗଷ୍ଟ ୧୯୪୧ରେ ଗୁରୁଦେବଙ୍କ ନିଧନ ହୋଇଥିଲା। ସେ ଏଭଳି ଜଣେ ମାନବବାଦୀ ବିଚାରକ ଥିଲେ, ଯିଏ ସାହିତ୍ୟ, ସଙ୍ଗୀତ, କଳା ଓ ଶିକ୍ଷା କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ପ୍ରତିଭାର ପରିଚୟ ଦେଇଥିଲେ।
କେବଳ ଭାରତ କାହିଁକି, ସମଗ୍ର ଏସିଆର ପ୍ରଥମ ବ୍ୟକ୍ତି ଥିଲେ ଗୁରୁଦେବ, ଯାହାଙ୍କୁ ମିଳିଥିଲା ନୋବେଲ ପୁରସ୍କାର। ୧୯୧୩ରେ ତାଙ୍କ କୃତି “ଗିତାଞ୍ଜଳୀ’ ପାଇଁ ତାଙ୍କୁ ନୋବେଲ ମିଳିଥିଲା। କୁହାଯାଏ ଏହି ନୋବେଲ ପୁରସ୍କାରକୁ ଗୁରୁଦେବ ସିଧାସଳଖ ଭାବେ ଗ୍ରହଣ କରି ନଥିଲେ। ବ୍ରିଟେନର ଜଣେ ରାଷ୍ଟ୍ରଦୂତ ପ୍ରଥମେ ନୋବେଲ ପୁରସ୍କାର ଗ୍ରହଣ କରି ପରବର୍ତ୍ତୀ ସମୟରେ ତାହା ଗୁରୁଦେବଙ୍କୁ ପ୍ରଦାନ କରିଥିଲେ।
ଏଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମ ୭ମେ ୧୮୬୧ରେ ହୋଇଥିଲା। ଗୁରୁଦେବ ତାଙ୍କ ପିତା-ମାତାଙ୍କ ୧୩ତମ ସନ୍ତାନ ଥିଲେ। ତାଙ୍କ ପରିବାରବର୍ଗ ତାଙ୍କୁ “ରବି’ ନାମରେ ଡାକୁଥିଲେ। ମାତ୍ର ୮ବର୍ଷ ବୟସରେ ରବି ଠାକୁର ତାଙ୍କ ପ୍ରଥମ କବିତା ଲେଖିଥିଲେ। ମାତ୍ର ୧୬ବର୍ଷ ବୟସରେ ଗଳ୍ପ ଓ ନାଟକ ଲେଖିବା ଆରମ୍ଭ କରି ଦେଇଥିଲେ।
ରବି ଠାକୁର ବିଶ୍ୱର ଏଭଳି ଜଣେ କବି ଯାହାଙ୍କ ରଚନାକୁ ଦୁଇ ପ୍ରମୁଖ ଦେଶ “ରାଷ୍ଟ୍ରଗାନ’ର ମାନ୍ୟତା ଦେଇଛି। ଭାରତ ସମେତ ବାଂଲାଦେଶର ରାଷ୍ଟ୍ରଗାନର ରଚୟିତା ମଧ୍ୟ ରବି ଠାକୁର।
ରବିନ୍ଦ୍ର ନାଥ ଠାକୁରଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟାପକ ପସନ୍ଦ କରୁଥିଲେ। ପ୍ରକୃତିର ସାନିଧ୍ୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ଉପରେ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ। ଏହି ଉଦ୍ଦେଶ୍ୟ ନେଇ ପରବର୍ତ୍ତୀ ସମୟରେ ରବି ଠାକୁର ଶାନ୍ତି ନିକେତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।
ଜୀବନର ୫୧ବର୍ଷ ପର୍ଯ୍ୟନ୍ତ ରବି ଠାକୁରଙ୍କ ଉପଲବ୍ଧି କେବଳ କଲକାତା ଓ ଏହାର ଆଖପାଖ ଅଞ୍ଚଳ ମଧ୍ୟରେ ସୀମିତ ଥିଲା। ୫୧ବର୍ଷ ବୟସରେ ରବି ଠାକୁର ତାଙ୍କ ପୁତ୍ରଙ୍କ ସହ ଇଂଲଣ୍ଡ ଯିବା ସମୟରେ ସେ ତାଙ୍କ କବିତା ସଂକଳନ “ଗୀତାଞ୍ଜଳୀ’କୁ ଇଂରାଜୀରେ ଅନୁବାଦ କରିବା ଆରମ୍ଭ କଲେ।
ପରବର୍ତ୍ତୀ ସମୟରେ ରବିନ୍ଦ୍ର ସଙ୍ଗୀତ ବଙ୍ଗୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ରୂପେ ଗ୍ରହଣୀୟ ହୋଇଥିଲା। ହିନ୍ଦୁସ୍ଥାନୀୟ ଶାସ୍ତ୍ରିୟ ସଙ୍ଗୀତରେ ପ୍ରଭାବିତ ତାଙ୍କ ସଙ୍ଗୀତ ମାନବୀୟ ଭାବନାର ବିଭିନ୍ନ ରଙ୍ଗର ପରିପ୍ରକାଶ ଘଟିଥିଲା। ପରବର୍ତ୍ତୀ ସମୟରେ ରବିନ୍ଦ୍ର ନାଥ ଚିତ୍ର ଆଙ୍କିବା ଆରମ୍ଭ କରିବା ସହ ଆମେରିକା, ବ୍ରିଟେନ, ଜାପାନ, ଚୀନ ପରି ଏକାଧିକ ଦେଶ ଭ୍ରମଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories