ବାଙ୍କୀ: ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ବାଙ୍କୀ ସହର ସ୍ଥିତ ବଡି କେୟାର ଜିମ୍ ଓ ରୋଟ୍ରାକ୍ଟ କ୍ଲବ ବାରବାଟୀର ମିଳିତ ପ୍ରଯୋଜନାରେ ଏକ ରକ୍ତଦାନ ଶିବିର ଶନିବାର ଦିନ ବଡିକେୟାର ଜିମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଟକ ରେଡକ୍ରସ ୟୁନିଟ୍ର ଅଭିଜ୍ଞ ଟିମ୍ ରକ୍ତଦାତାଙ୍କ ଠାରୁ ୧୦୦ୟୁନିଟ୍ ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ବାଙ୍କୀ ତହସିଲଦାର ଏବଂ ବାଙ୍କୀ ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର ଏହି ଶିବିରକୁ ଉଦ୍ଦ୍ଘାଟନ କରିଥିଲେ। ଆୟୋଜକ ଅନୁଷ୍ଠାନ ପକ୍ଷରୁ ମନୋରଞ୍ଜନ ଦାଶ, ମୋହନ କୁମାର ଦାସ, ସୁମିତ କୁମାର ନାୟକ, ସଂଗ୍ରାମ କୁମାର ରାଉତ, ଅଭିଜିତ୍ ରଣା, କାହ୍ନୁ ଚରଣ ନାୟକ, ଜ୍ୟୋତିପ୍ରକାଶ ଦାସ, ଯାଜ୍ଞସେନୀ ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Popular Categories



