www.samajalive.in
Tuesday, December 9, 2025
16.1 C
Bhubaneswar

ଲାଗିରହିଛି ବର୍ଷା , ବଡ଼ ନର୍ଦମା ଜାମ୍‌

କଟକ : ଯେଉଁ ଆଳସ୍ୟ ଓ ଖାମଖିଆଲ ଯୋଗୁଁ ସମଗ୍ର ସହର ତିନିଦିନ କାଳ ବୁଡ଼ି ରହିଲା; ଆଗକୁ ପୁଣି ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି। ସେତେବେଳେ ପାଣିପାଗ ସୂଚନା ଯେଉଁଭଳି ପ୍ରବଳ ବର୍ଷାର ଆଶଙ୍କା କରିଥିଲା, ଏବେ ମଧ୍ୟ ତାହା କରୁଛି; କିନ୍ତୁ ସିଏମ୍‍ସି କିମ୍ବା ଜାଇକା ତାହାକୁ ଖାତିର ନ କରି ଶୋଇରହିଛନ୍ତି। ବଡ଼ ନର୍ଦମାରର ଯେଉଁ ଅଂଶ ସବୁ ନିଷ୍କାସନରେ ବାଧା ଆଣୁଛି, ତାହା ସୋମବାର ସନ୍ଧ୍ୟା ସୁଦ୍ଧା ପର୍ବତପ୍ରମାଣ ଆବର୍ଜନାରେ ଜାମ୍‍ ହୋଇ ରହିଥିବା ଦେଖିବାକୁ ମିଳିଛି। ଦଶହାତ ଦୂରରେ କିନ୍ତୁ ଆବର୍ଜନା ଉଠାଣରେ ବ୍ୟବହୃତ ଯନ୍ତ୍ରଯାନ ନାମକୁମାତ୍ର ରଖାଯାଇଛି ସତ, ହେଲେ କାମରେ ଲଗା ଯାଉନାହିଁ।
ଅନ୍ୟପକ୍ଷରେ ବିଭିନ୍ନ ଅଞ୍ଚଳ ପାଇଁ ଖଞ୍ଜା ଯାଇଥିବା ମୋଟରପମ୍ପଗୁଡିକୁ ଚାଲୁ କରିବା କ୍ଷେତ୍ରରେ ବ୍ୟସ୍ତତାର କିନ୍ତୁ ଫୁରୁସତ ନାହିଁ। ଲଗାଣ ବର୍ଷାରେ ସହର ଉବୁଟୁବୁ ହେବାଭଳି ଅବସ୍ଥା ଆସିଲେ ଏହି ପମ୍ପଗୁଡିକ ଚାଲିବ ଏବଂ ବିଭିନ୍ନ ବସତି ଅଞ୍ଚଳର ପାଣି ଆସି ନର୍ଦମାରେ ପଡିବ। କିନ୍ତୁ ରାଉସାପାଟଣା ପୋଲ ଓ ବଜ୍ରକବାଟି-ପ୍ରଫେସରପଡ଼ା ନିକଟରେ ବଡ଼ ନର୍ଦମାରେ ଯେଉଁ ୫/୬ଟି ଢଳେଇଛାତ(ଜାଇକା କାମ) ପଡିଛି, ସେଠି ଆବର୍ଜନାର ଅବରୋଧ ଫଳରେ ନିଷ୍କାସନ ସ୍ୱଚ୍ଛନ୍ଦ ହେବନାହିଁ। ବଡ଼ନର୍ଦମାରୁ ଏହି ଆବର୍ଜନାର ସଫେଇକୁ ନେଇ ଜାଇକା-ସିଏମ୍‍ସି ବିବାଦ ତା’ବାଟରେ ଚାଲିଛି, ଭୋଗୁଛନ୍ତି ସହରବାସୀ। କିଛି ବର୍ଷ ହେଲା ଜାଇକାର ଏହି ନିର୍ମଣାଧୀନ କାମ ହିଁ ନିଷ୍କାସନ ବ୍ୟବସ୍ଥା ପାଇଁ ପ୍ରମୁଖ ବାଧକ ସାଜିଛି। ପଲିଥିନ୍‍, ବୋତଲ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ୍‍ ଆବର୍ଜନା ସେଠି ଠୁଳ ହୋଇରହିଥିଲାବେଳେ ସେଠି ନର୍ଦମା ଭିତରେ ଅଧାଗଢା ଅବସ୍ଥାରେ ରହିଥିବା କଂକ୍ରିଟ୍‍ କାନ୍ଥ ଓ ଛାତମୁହଁରେ ଏ ସବୁ ଆବର୍ଜନା ଲାଖି ରହିବାରୁ ସ୍ରୋତ ସ୍ୱଚ୍ଛନ୍ଦ ହୋଇ ପାରୁନହିଁ। ସିଏମ୍‍ସି କର୍ତ୍ତୃପକ୍ଷ ଏ କ୍ଷେତ୍ରରେ କେବେ ବି ପୂର୍ବରୁ ପଦକ୍ଷେପ ନେଉ ନାହାନ୍ତି।
ବିଗତ ବର୍ଷା ସମୟରେ ଏହାକୁ ସଫା କରାଗଲା ବେଳେ ବାହାରିଲା କେବଳ ୬ଟ୍ରିପ୍‍ ପ୍ଲାଷ୍ଟିକ୍‍ ଆବର୍ଜନା। ନିୟମିତ ଏଠି ଆବର୍ଜନା ସଫେଇ ହେଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ଯାହାଫଳରେ ବଜ୍ରକବାଟି ଛକରୁ ପ୍ରଭାତ ସିନେମା ପର୍ଯ୍ୟନ୍ତ ଫ୍ରେଣ୍ଡ୍‍ସ କଲୋନୀ, ଗହ୍ମାଡିଆ, ରାଉସାପାଟଣା, କେଶରପୁର ଆଦି ବ୍ୟାପକ ଅଞ୍ଚଳରୁ ପାଣି ଆଦୌ ଖସି ପାରୁନାହିଁ। ଏଣେ ଆଳି କୋଠି, ରକ୍ସିଲେନ୍‍, ରାଜାବଗିଚା ଲେବର କଲୋନୀ, ମୂଳିଆ କଲୋନୀ, ମହତାବ ରୋଡ୍‍, ନାରାୟଣ ମିଶ୍ର ଲେନ୍‍ ଆଦି ବ୍ୟାପକ ଅଞ୍ଚଳର ବର୍ଷାଜଳ ବଜ୍ରକବାଟିଛକ ଗଡା(ଛତ୍ରବଜାର ଦିଗରେ) ନିକଟରେ ବଡନର୍ଦମାକୁ ନିଷ୍କାସିତ ହୋଇଥାଏ; ସେ ସବୁ ଅଞ୍ଚଳ ମଧ୍ୟ ପ୍ରଭାବିତ ହେଉଛି। ରବିବାର ସନ୍ଧ୍ୟାରୁ ଏ ଯାବତ୍‍ ବର୍ଷା ଲାଗିରହିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories