www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶା ମହିଳା ଟି୨୦ ଲିଗ୍‌, ଭାଓଲେଟ୍‌ ଓ ପର୍ପଲ ବିଜୟୀ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ବର କିଟ୍‌ ଷ୍ଟାଡ଼ିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟ୍ବେଣ୍ଟି୨୦ ଲିଗର ଶୁକ୍ରବାର ୨ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଓଡ଼ିଶା ଭାଓଲେଟ୍‌ ଓ ପର୍ପଲ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ଓଡ଼ିଶା ଭାଓଲେଟ୍‌ ୮ ୱିକେଟରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ୟେଲୋ​‌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୭୮ରନ କରିଥିଲା। ସସ୍ମିତା ମହାଳିକ୍ ୨୪ ଓ ପ୍ରିୟଙ୍କା ପି. ସାହୁ ୧୬ରନ କରିଥିଲେ। ଭାଓଲେଟ୍‌ ପକ୍ଷରୁ କୁନି ବାଦାରା ୨ଟି, କଳ୍ପନା ନାୟକ ଓ ଅଧିନାୟିକା ଅଞ୍ଜଳି ସିଂହ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ଭାଓଲେଟ୍‌ ୧୫.୪ ଓଭର ଖେଳି ୨ ୱିକେଟ ବିନିମୟରେ ୮୨ରନ କରି ବିଜୟୀ ହୋଇଥିଲା। ଅଞ୍ଜଳି ସିଂହ ୨୬ରନ କରି ଆଉଟ୍‌ ହୋଇଥିବାବେଳେ ଅଦ୍ବିତି ଏସ. ଦେଓ ୩୩ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୧୫ରନ କରି ଅପରାଜିତ ରହିଥିଲେ। ୟେଲୋ ପକ୍ଷରୁ ଲକ୍ଷ୍ମୀପ୍ରିୟା ନାୟକ ଓ ବର୍ଷା ଆର ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। କୁନି ବାଦାରାଙ୍କୁ ଓସିଏ ସଦସ୍ୟ ସନ୍ତୋଷ ଦାସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

ଦ୍ବିତୀୟ ମ୍ୟାଚରେ ଓଡ଼ିଶା ପର୍ପଲ ୪୫ରନରେ ଓଡ଼ିଶା ଗ୍ରୀନ୍‌କୁ ପରାସ୍ତ କରିଛି। ପର୍ପଲ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଖେଳି ବିନା ୱିକେଟରେ ୧୫୪ରନ କରିଥିଲା। ଦୁଇ ଓପନର ସରିତା ମେହେର ୭୯ ଓ ଅଧିନାୟିକା ମଧୁସ୍ମିତା ବେହେରା ୬୮ରନ କରି ଅପରାଜିତ ରହିଥିଲେ। ଜବାବରେ ଓଡ଼ିଶା ଗ୍ରୀନ୍‌ ୨୦ ଓଭର ଖେଳି ୬ ୱିକେଟ ହରାଇ ୧୦୯ରନ କରିବାକୁ ସକ୍ଷମ ହୋଇଥିଲା। ଅଲିପ୍ସା ବିଶ୍ବାଳ ୩୭, ସୁମିତ୍ରା ସାହୁ ୧୯ ଓ ରୋଶନାରା ପରୱିନ ୧୭ରନ କରିଥିଲେ। ପର୍ପଲ ପକ୍ଷରୁ ମଧୁସ୍ମିତା ବେହେରା ୩ଟି ଓ ଡି ଜାନକୀ ରେଡ୍ଡି ଗୋଟିଏ ୱିକେଟ ନେଇଥିଲେ। ମଧୁସ୍ମିତା ବେହେରାଙ୍କୁ ଓସିଏ ସଦସ୍ୟ ଅଞ୍ଜନ କୁମାର ଖୁଣ୍ଟିଆ ପ୍ଳେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories