www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାରେ ଗାନ୍ଧୀ ମନ୍ଦିର

ଭତରା: ରାଜ୍ୟର ସମ୍ବଲପୁର ଅନ୍ତର୍ଗତ ଭତରାଠାରେ ଥିବା ଗାନ୍ଧୀ ମନ୍ଦିର ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି। ମହାତ୍ମା ଗାନ୍ଧୀଙ୍କୁ ଏଠାରେ ଦେବତା ଭାବେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଗାନ୍ଧିଜୟନ୍ତୀ ଅବସରରେ ଏକପ୍ରକାର ମହୋତ୍ସବର ପରିବେଶ ସୃଷ୍ଟି ହୋଇଥାଏ।

କାମାକ୍ଷାନଗର : ଢେଙ୍କାନାଳ ଜିଲା ଅନ୍ତର୍ଗତ କାମାକ୍ଷାନଗରଠାରେ ମଧ୍ୟ ଜାତିର ଜନକଙ୍କ ଲାଗି ଏକ ମନ୍ଦିର ପ୍ରତିଷ୍ଠା କରାଯାଇ ବାପୁଜୀଙ୍କୁ ପୂଜା କରାଯାଉଛି। କାମାକ୍ଷାନଗର ଟାଉନ୍‌ରେ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ମନ୍ଦିରରେ ମହାତ୍ମାଙ୍କ ପ୍ରତିମା ପୂଜା କରାଯାଉଥିବା ବେଳେ ପ୍ରତିବର୍ଷ ଜାନୁଆରୀ ୨୬ରୁ ଏଠାରେ ଗୀତା ଯଜ୍ଞ ଆରମ୍ଭ ହୋଇ ଜାନୁଆରୀ ୩୦ରେ ମହାତ୍ମାଙ୍କ ମହାପ୍ରୟାଣ ଦିବସରେ ଶେଷ ହୋଇଥାଏ। ୨୦୧୨ ମସିହାରୁ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି। ପ୍ରବେଶ ଫାଟକ ନିକଟରେ ମହାତ୍ମାଙ୍କ ତିନି ମାଙ୍କଡଙ୍କ ମୂର୍ତ୍ତି ରହିବା ସହ ଏକ ଫଳକରେ ଗାନ୍ଧିଜୀଙ୍କର ଏକାଦଶ ବ୍ରତ- ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ୟ୍ୟ, ଅସଂଗ୍ରହ, ଶରୀରଶ୍ରମ, ଅସ୍ବାଦ, ଅଭୟ, ସମତ୍ବଭାବ, ସ୍ବଦେଶ ଚିନ୍ତା, ଅସ୍ପୃଶ୍ୟତା ନିବାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

- Advertisement -

ଗୋସାଣିନୂଆଗାଁ : ସେହିପରି ବ୍ରହ୍ମପୁରର ଗୋସାଣିନୂଆଗାଁଠାରେ ମଧ୍ୟ ମହାତ୍ମାଙ୍କ ମନ୍ଦିର ରହିଛି। ଏଠାରେ ଥିବା ଏକ ଜଗନ୍ନାଥ ମନ୍ଦିର ପରିସରରେ ଏହି ମନ୍ଦିର ରହିଥିବା ବେଳେ ଏହା ଭାଗବତ ଗାଦି ଭାବେ ପରିଚିତ। ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ, ଭଗବାନ ରାମ ଓ ମହାଦେବଙ୍କ ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏଠାରେ ପୂଜା ପାଉଛନ୍ତି। ପ୍ରାୟ ୬ଦଶନ୍ଧି ହେବ ଏଠାରେ ମହାତ୍ମାଙ୍କୁ ପୂଜା କରାଯାଉଥିବା ଜଣାପଡିଛି। ସ୍ବାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଗାଁଗୁଡିକରେ ଥିବା ଭାଗବତ ଗାଦି ପ୍ରମୁଖ ସ୍ଥାନ ପାଲଟିଥିଲା। ଏଠାରେ ସଂଗ୍ରାମୀମାନେ ଭାଗବତ ଶୁଣିବାକୁ ଆସୁଥିବା ସାଧାରଣ ଲୋକମାନଙ୍କୁ ଇଂରେଜ ବିପକ୍ଷରେ ଆନ୍ଦୋଳନ କରିବାକୁ ବୁଝାଉଥିଲେ। ତେଣୁ ଭାଗବତ ଗାଦି ସହ ମହାତ୍ମାଙ୍କୁ ଏଠାରେ ପୂଜା କରିବା ଲାଗି ମନ୍ଦିର ନିର୍ମାଣ ବେଳେ ନିଷ୍ପତ୍ତି ନିଆଯାଇଥିଲା। ଏବେ ମଧ୍ୟ ଏହି ମନ୍ଦିରରେ ପ୍ରତିଦିନ ସଂକୀର୍ତ୍ତନ ଓ ଭାଗବତ ପାଠ ହୋଇଥାଏ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories