www.samajalive.in
Friday, December 12, 2025
27.1 C
Bhubaneswar

ଭାରତୀୟ ସ୍ପିନର ଆମକୁ ହରାଇ ପାରିବେ ନାହିଁ – ଆର୍ଚର

ନୂଆଦିଲ୍ଲୀ: ଭାରତ -ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତା ଫେବୃଆରୀ ୫ରୁ ଖେଳାଯିବ। ସମୟ ଯେତିକି ପାଖେଇ ଆସୁଛି ଦୁଇ ଦଳ ମ୍ୟାନେଜ୍‌ମେଣ୍ଟ ବିଜୟ ନେଇ ରଣନୀତି ପ୍ରସ୍ତୁତି କରିବାରେ ଲାଗିଛନ୍ତି। ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ଚେନ୍ନଇରେ ଖେଳାଯିବାକୁ ଥିବାବେଳେ ବୋଲିଂ ଓ ବ୍ୟାଟିଂକୁ ନେଇ ପୂର୍ବାନୁମାନ ଆରମ୍ଭ ହୋଇଛି। ଏମ୍‌. ଚିଦାମ୍ବରମ୍ ପିଚ୍‌ ସଦାସର୍ବଦା ସ୍ପିନରଙ୍କୁ ସହାୟକ ହେଉଥିବାରୁ ସ୍ପିନ ବୋଲିଂକୁ ନେଇ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ସ୍ପିନକୁ ସହାୟତା କରୁଥିବା ପିଚ୍‌ରେ ଆମ ବ୍ୟାଟ୍‌ସମ୍ୟାନମାନେ ସଫଳ ମୁକାବିଲା କରିବାରେ ସକ୍ଷମ ହେବେ । ସ୍ପିନ ବୋଲିଂ ଆମକୁ ହରାଇ ପାରିବ ନାହିଁ ବୋଲି ଇଂଲଣ୍ଡର ଫାଷ୍ଟ ବୋଲର ଜେଫ୍ରା ଆର୍ଚର କହିଛନ୍ତି।

ଏପର୍ୟ୍ୟନ୍ତ ୧୧ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏସୀୟ ରାଷ୍ଟ୍ରରେ ଟେଷ୍ଟ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ରହିଛି। ଚେନ୍ନଇର ପିଚ୍‌ ସଦାସର୍ବଦା ସ୍ପିନରମାନଙ୍କ ଲାଗି ଅନୁକୂଳ ରହିଥିବାବେଳେ ଦ୍ରୁତ ବୋଲରମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ ବୋଲି ଆର୍ଚର କହିଛନ୍ତି। ପୂର୍ବରୁ ଏଠାରେ ଆଇପିଏଲ ମ୍ୟାଚ ଖେଳିଛି। ହେଲେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାର କୌଣସି ଅନୁଭୂତି ନାହିଁ। ଆଇପିଏଲଠାରୁ ଟେଷ୍ଟ କ୍ରିକେଟ ଭିନ୍ନ । ଲାଲ୍‌ ବଲରେ ବୋଲିଂ କରିବା ସଦାସର୍ବଦା ଆହ୍ବାନ ରହିଥାଏ। ଭାରତ ଭଳି ଇଂଲଣ୍ଡ ଦଳ ନିକଟରେ ମଧ୍ୟ ଭଲ ସ୍ପିନର ରହିଛନ୍ତି। ଭାରତ ଆମକୁ ସ୍ପିନ ବୋଲିଂରେ ହରାଇ ପାରିବ ନାହିଁ ବୋଲି ଆର୍ଚର କହିଛନ୍ତି। ସୂଚନାଯୋଗ୍ୟ ଇଂଲଣ୍ଡ ଫାଷ୍ଟ ବୋଲର ଜେଫ୍ରା ଆର୍ଚର ୧୧ଟି ଟେଷ୍ଟ ମ୍ୟାଚ ଖେଳି ଏପର୍ୟ୍ୟନ୍ତ ୩୮ଟି ୱିକେଟ ହାସଲ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories