www.samajalive.in
Saturday, December 13, 2025
26.1 C
Bhubaneswar

ଧରା ପଡ଼ିଲା ସିିରିଏଲ୍ କିଲର: ଶାରୀରିକ ସମ୍ପର୍କ ପରେ ୧୮ ମହିଳାଙ୍କୁ କରିଥିଲା ହତ୍ୟା

ହାଇଦ୍ରାବାଦ: ସ୍ତ୍ରୀ ଛାଡ଼ି ଚାଲିଗଲା, ଏଥିରେ କ୍ରୋଧାନ୍ବିତ ହୋଇ ଜଣେ ବ୍ୟକ୍ତି ଜଣକ ପରେ ଜଣେ ୧୮ ଜଣ ମହିଳାଙ୍କୁ ହତ୍ୟା କରି ପତ୍ନୀ ପ୍ରତ୍ୟାଖ୍ୟାନର ପ୍ରତିଶୋଧ ନେଇଛି । ଗୋଟାକ ପରେ ଗୋଟାଏ ହତ୍ୟା ଘଟଣାର ତଦନ୍ତ ନିମନ୍ତେ ପୁଲିସ ଯେବେ ଖୋଜି ହତ୍ୟାକାରୀକୁ ଧରିଛି ସେତେବେଳେ ସେ ପତ୍ନୀ ପ୍ରତ୍ୟାଖ୍ୟାନର ପ୍ରତିଶୋଧ ନେବା ନିମନ୍ତେ ଏହି ଘଟଣା ଘଟାଇଥିବା ସ୍ବୀକାର କରିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୫ବର୍ଷ । ତାଙ୍କୁ ଗିରଫ କରାଯିବା ପରେ ହତ୍ୟାର ଶିକାର ହୋଇଥିବା ମହିଳାମାନଙ୍କ ସମ୍ପର୍କରେ ପୁଲିସ ସୂଚନା ପାଇଛି ।

ହାଇଦ୍ରାବାଦ ସିଟି ପୁଲିସ ଟାସ୍କ ଫୋର୍ସର ଅଧିକାରୀ ଏବଂ ରାଖକୋଣ୍ଡା ପୋଲିସ କମିଶନରଙ୍କ ଅଧିକାରୀମାନେ ମିଳିତ ଅପରେସନ କରି ଏହି ବ୍ୟକ୍ତିକୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣକ ସହରରେ ପଥର କାମ କରନ୍ତି । ପୂର୍ବରୁ ବିଭିନ୍ନ ମାମଲାରେ ସେ ୨୧ଥର ଗିରଫ ହୋଇଛନ୍ତି ।ସମ୍ପୃକ୍ତ ବ୍ୟକ୍ତି ୨୧ ବର୍ଷ ବୟସରେ ବିବାହ କରିଥିଲେ । ମାତ୍ର ଅଳ୍ପଦିନ ପରେ ତାଙ୍କର ପତ୍ନୀ ତାଙ୍କୁ ଛାଡ଼ି ପଳାଇଥିଲେ । ଏହା ପରେ ସମ୍ପୃକ୍ତ ବ୍ୟକ୍ତି ମହିଳାମାନଙ୍କୁ ଘୃଣା କରିବା ସହ ଗୋଟିଏ ପରେ ଗୋଟିଏ ହତ୍ୟା କରି ଚାଲିଥିଲେ । ମହିଳାମାନଙ୍କ ସହ ସେ ପ୍ରେମ ସମ୍ପର୍କ  ଓ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ । ଏହାପରେ ସେମାନଙ୍କୁ ହତ୍ୟା କରୁଥିଲେ । ଏହାପରେ ସମ୍ପୃକ୍ତ ମହିଳାଙ୍କର ମୂଳ୍ୟବାନ ସାମଗ୍ରୀ ନେଇ ସେ ପଳାଇ ଯାଉଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories